ଓଡ଼ିଶା

ଗୁରୁକୂଳ ପବ୍ଲିକ ସ୍କୁଲର ଗାଡି ଓଲଟିଲା, ୨ ଛାତ୍ରଙ୍କ ସମେତ ୩ ଆହତ ଅଳ୍ପକେ ମୁତ୍ୟୁ ମୁଖରୁ ବଞ୍ଚିଲେ

ଯାଜପୁର, ୧୬/୭ (ଓଡିଆ ପୁଅ/ମାନସ ରାଉତ) : ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର କଦଳା ହାଇଲେବଲ କେନାଲ ନକଟସ୍ଥ ବିଲ ମଧ୍ୟରେ ଗୁରୁକୂଳ ପବ୍ଲିକ ସ୍କୁଲର ଏକ ଟାଟା ମେଜିକ ଗାଡି ନମ୍ବର ଓଡି୦୪କେ-୧୯୩୪ ଓଲଟି ପଡିଥିଲା। ଏଥିରେ ପ୍ରାୟ ୧୪ଜଣ ଛାତ୍ରଛାତ୍ରୀ ବାଲିଚନ୍ଦ୍ରପୁରୁ ଅଂଚଳରୁ ଆଣି ଗୁରୁକୂଳ ସ୍କୁଲକୁ ଆସୁଥିବା ବେଳେ ଗାଡିର ଚାଳକ ମୋବାଇଲ ଫୋନରେ କଥା ହେବାରୁ ଗାଡି ଉପରୁ ଭାରସ୍ୟମ ହରାଇଥିଲା। ଫଳରେ ଗାଡିଟି ବିଲମଧ୍ୟକୁ ଖସି ପଡିଥିଲା। ତେବେ ପାଖରେ ଏକ ୩୦ଫୁଟରୁ ବିରାଟ ଖୋଳାଯାଇଥିବା ପୋଖରୀ ରହିଥିବା ବେଳେ ସେଥିରୁ ପଡିଯିବାରୁ ରକ୍ଷା ପାଇଯାଇଥିଲା। ନିଶ୍ଚିତ ଭାବରେ ଅଳ୍ପକେ ସମସ୍ତ ଛାତ୍ରଛାତ୍ରୀ ମୁତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲେ। ତେବେ ଗାଡି ଓଲଟି ପଡିବାରୁ ୨ଜଣ ଛାତ୍ର ଏବଂ ଗାଡିର ଚାଳକ ଆହତ ହୋଇଥିଲେ। ଆହତ ମାନେ ହେଲେ ବାଲିଚନ୍ଦ୍ରପୁର ଗ୍ରାମର ଗୁରୁକୂଳ ସ୍କୁଲର ୫ମ ଶ୍ରେଣୀ ଛାତ୍ର ଆୟୁସ୍ମାନ ମହାପାତ୍ର(୧୨), କ୍ଷେତ୍ରପାଳ ଗ୍ରାମର ସଂୟ କୁମାର ଖଣ୍ଡାଇ(୧୨) ଏବଂ ଚାଳକ ବାଙ୍ଗୁରୁଗୁଣ୍ଠା ଗ୍ରାମର ବାସୁଦେବ ମଲିକ ବୋଲି ଜଣାପଡିଛି। ଗ୍ରାମବାସୀ ମାନେ ତୁରନ୍ତୁ ଛାତ୍ରଛାତ୍ରୀ ଏବଂ ଚାଳକକୁ ଉଦ୍ଧାରକରି ବଡଚଣା ମେଡିକାଲକୁ ପଠାଇଥିଲେ। ପରେ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପଂହଚି ତଦନ୍ତ ଜାରି ରଖିଥିବା ବେଳେ ଗୁରୁକୂଳ ସ୍କୁଲର କର୍ତୁପକ୍ଷଙ୍କୁ ଡକାଇଥିବା ଥାନା ଅଧିକାର ଉମାକାନ୍ତ ନାୟକ ପ୍ରକାଶ କରିଛନ୍ତି। ତେବେ ଗାଡି ଚଳାଉଥିବା ଚାଳକର ଚାଳକ ପ୍ରମାଣପତ୍ର ନଥିବା ଆଲୋଚନା ହେଉଥିବା ବେଳେ ଏଥିରେ ମାତ୍ର ୮ଜଣ ଛାତ୍ରଛାତ୍ରୀ ଆସିବାର ନିୟମ ରହିଥିବା ବେଳେ କିଭଳି ଭାବରେ ୧୪ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ନେବା ଆଣିବା କରାଯାଉଥିଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟରେ ଘଟଣାକୁ ଚପାଇବା ପାଇଁ ପୋଲିସ ତଦନ୍ତ କରୁଥିବା ବେଳେ ଏକ କ୍ରେନ ଆଣି ଗାଡିକୁ ବିଲରୁ ଉଠାଇନେବାକୁ ପ୍ରାୟସ କରାଯାଉଥିବାରୁ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଏପରକି କ୍ରେନ ଆଣିଥିବା ଚାଳକ ଏବଂ ସହଯୋଗୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିଲେ। ଏହା ଉପରେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନିକଟରେ ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ଏପରକି ଘଟଣା ସମ୍ପର୍କରେ ଥାନାରେ ଅଭିଭାବକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଉଥିବା ବେଳେ ଥାନା ପକ୍ଷରୁ କୌଣସି ଏତଲା ଦିଆଯାଇନଥିବା ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top