ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ବାଲିଗୁଡା ତକ୍ରାଳୀନ ଏସ ଡି ପି ଓଙ୍କ ସାକ୍ଷ୍ୟ ପ୍ରଦାନ

ଫୁଲବାଣୀ ୫/୫ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପଂଚମ ସାକ୍ଷ୍ୟ ଭାବେ ପୂର୍ବତନ ବାଲିଗୁଡା ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଏହି ମାମଲାର ତଦନ୍ତ କମିଶନଙ୍କ ଆଗରେ ଆଜି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଘଟଣା ଦିନ ରାତି ସାଢେ ବାରଟା ଭିତରେ ଏସ ପିଙ୍କ ଠାରୁ ଗୁଳିକାଣ୍ଡ, ବିଷୟରେ ସେ ଖବର ପାଇଥିଲେ ବୋଲି ଆଜି ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରକାଶ କରିଛନ୍ତି। ଏସ ଓ ଜି ଗ୍ରୁପ ହବ ଇନ ଚାର୍ଜ ର୍ରଂଜନ ନାୟକ, ବାଲିଗୁଡା ଥାନା ଅଧୁିକାରୀ ଯଶୋବନ୍ତ ହିଆଲଙ୍କ ସହ  ମିଶି ଆଲୋଚନା କରିବା ପରେ ସି ଆର ପି ଏଫ ଟିମ କୁ  ସେଠାକୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ସି ଆର ପି ଏଫ ଟିମ ସହ ଅନ୍ୟମାନେ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରୁ ଆହତ ଓ ଗୁରୁତରଙ୍କୁ ମେଡିକାଲ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଅପରାହ୍ନ ପ୍ରାୟ ଦୁଇଟାରେ ଏସ ଡି ପି ଓ , ଉପଜିଲାପାଳ, ପରମପାଙ୍ଗା ପାଖରେ ପହଂଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଲୋକେ ବୁଝିବା ପରେ ଆହତ ମାନଙ୍କୁ ମେଡିକାଲ ଅଣାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଯାଇଥିଲା। ଅଧିକ ଗୁରୁତର ମାନଙ୍କୁ ବ୍ରହ୍ମପୁର ଓ କଟକ ପଠାଯାଇଥିଲା।ଏହି ଘଟଣା ପୂର୍ବରୁ ସେହି ଅଂଚଳରେ ମାଓବାଦୀଙ୍କ ଗତବିଧି ଲାଗି ରହିଥିଲା। ଆମେ ବାରମ୍ବାର ଘଟଣା ସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥାିଲୁ। ଏହାପରେ କମ୍ବିଂ ଅପରେସନ ହୋଇଥିଲା। ଦୁର୍ଭାଗ୍ୟ ବଶତଃ କମ୍ବିଂ ବେଳେ ଏଭଳି ଏକ ଘଟଣା ଘଟିଥିବା ସେ ପ୍ରକାଶ କରିଥିଲେ। କମିଶନଙ୍କ ସରକାରୀ ଓକିଲ ବିଜୟ କୃଷ୍ନ ପଟ୍ଟନାୟକଙ୍କ ଠାରୁ ମିଳଥିିବା ସୂଚନା ଅନୁସାରେ ଆସନ୍ତା ୧୨ ତାରିଖରେ ଏସ ଓ ଜି ଗ୍ରୁପର ସାକ୍ଷ୍ୟ ଗ୍ରହଣ ହେବ ବୋଲି ସ୍ଥିର କରାଯାଇଛି। ପୁର୍ବରୁ ଏହି ଘଟଣାରେ ବାଲିଗୁଡା ଉପଜିଲାପାଳ,ଫୁଲବାଣୀ ଏସ ଡି ପି ଓ ଓ ବାଲିଗୁଡା ଥାନା ଅଧିକାରୀ କମିଶନଙ୍କ ଆଗରେ ସାକ୍ଷ୍ୟ ଦେଇସାରିଛନ୍ତି।

Leave a Reply

Your email address will not be published. Required fields are marked *