ଗୁପଚୁପ ,ଚାଟ ପ୍ରତି ହୁସିଆର,ଖଟାପାଣିରେ ମିଶୁଛି ମାରାତ୍ମକ ସିଟ୍ରିକ ଏସିଡ, ଏହା ଦେହ ପାଇଁ କ୍ଷତିକାରକ

ମାଲକାନଗିରି,୧ା୬ (ଓଡିଆ ପୁଅ )  ଅନେକ ପ୍ରକାର ଫାଷ୍ଟଫୁଡ୍ ରହିଛି,ସେଥିମଧ୍ୟରୁ ଗୁପଚୁପ୍ ଓ ଚାଟ ଏମିତି ଏକ ମଜାଦାର ଚଟାପଟ ଖାଦ୍ୟ ତା ନାମ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବୋହିଯାଇ ଥାଏ । ବିଶେଷ କରି ମହିଳା,ବାଳିକା ଓ ଶିଶୁ ମାନେ ଏହାକୁ ଖାଇବାପାଇଁ  ଆଗ୍ରହ ପ୍ରକାଶ କରିଥାନ୍ତି । ଗୁପଚୁପ୍ ଅପେକ୍ଷା ତାର ଖଟାପାଣି ର ସ୍ୱାଦ ଅଧିକ ଥିବାରୁ ସେହି ଖଟାପାଣିକୁ ପିଇବା ପାଇଁ ଠେଲାଗାଡି ନିକଟରେ ଗ୍ରାହକ ମାନଙ୍କର ଭିଡ ଜମି ଯାଇଥାଏ । ଖଟାପାଣି ପାଟିକୁ ସ୍ୱାଦ ହେଲେ ତାହା ଏବେ ଜୀବନ ପାଇଁ ବିପଦ ଦେଖାଦେଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଆକାଶ ଚାଟ୍ ଗୁପଚୁପ ସେଟଂର ନାମରେ ଅନେକ ଠେଲାଗାଡି ବୁଲୁଛି । ସେମାନଙ୍କର ବେପାର ମଧ୍ୟ ବହୁତ ଭଲହେଉଛି । ଶୁକ୍ରବାର ସନ୍ଧ୍ୟାରେ ସେହି ଗୁପଚୁପ ଗାଡି ନିକଟରେ କିଛି ଯୁବକ ଛିଡାହୋଇ ଥିବା ବେଳେ ଦେଖିବାକୁ ପାଇଥିଲେ ଗୁପଚୁପ ବିକାଳି ଖଟାପାଣିରେ ତେନ୍ତୁଳି ବଦଳରେ କିଛି ଧଳା ଧଳା କେମିକାଲ ଦ୍ରବ୍ୟ ମିଶାଉଥିବାର, ସେମାନେ ଆଗ୍ରହପ୍ରକାଶ କରି ସେଠାକୁ ଯାଇ ଏହା କଣ ବୋଲି ଦେଖିବା ବେଳକୁ ସେହି ଧଳା ଧଳା ଦାନାଗୁଡିକ ଥିଲା ଭୟାବହ ମାରାତ୍ମକ ୯୯୯ ବ୍ରାଣ୍ଡ ସିଟ୍ରିକ ଏସିଡ । ଯହାକି ଖାଲିପାଣିରେ ପକାଇଦେଲେ ସେ ପାଣିଖଟା ହୋଇ ଯାଇଥାଏ । ଏବେ ତେନ୍ତୁଲି ଓ ଟମାଟ ଦର ଅଧିକ ଥିବାରୁ ଗୁପଚୁପ ବିକାଳିମାନେ  ସିଟ୍ରିକ ଏସିଡ କମ ମୂଲ୍ୟରେ କ୍ରୟକରି ତେନ୍ତୁଳିପାଣି ଓ ଟମାଟ ଚଟଣି  ରେ ମିଶ୍ରଣ କରି ଗୁପଚୁପ,ଚାଟ୍ ରେ ଖାଇବାକୁ ଦେଉଛନ୍ତି । ଏହି ଏସିଡ ଦେହପାଇଁ କ୍ଷତିକାରକ,ଜଣେ ସାଧାରଣ ଲୋକ ନିୟମିତ ଭାବେ ସିଟ୍ରିକ ଏସିଡ ପାଣି ଖାଇଲେ ତା ଜୀବନ ପ୍ରତି ବିପଦ ରହିଛି, ସେହି ଲୋକ ନାନା ପ୍ରକାର ପେଟରୋଗ ସହିତ କିଡିନ ରୋଗରେ ଆକ୍ରାନ୍ତ ହେବାର ବହୁତ ସମ୍ଭାବନା ରହିଛି ବୋଲି ଡାକ୍ତର ମତ ଦେଇଛନ୍ତି ।ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ବାହର ରାଜ୍ୟରୁ ଆସି ଆକାଶ ଚାଟ ଓ ଗୁପଚୁପ୍ ଠେଲାଗାଡି ବିକାଳି ମାନେ ଏହି ସିଟ୍ରିକ ଏସିଡି ଖଟାପାଣିରେ ମିଶ୍ରଣ କରୁଥିବାରୁ ଗୁପଚୁପ୍ ଖାଉଥିବା ଅନେକ ଝିଅ ଓ ପୁଅ ମାନଙ୍କ ପେଟ କାଟିବା ଓ ମୁଣ୍ଡବୁଲାଇବା ଭଳି ଲକ୍ଷଣ ଦେଖା ଦେଇଥିବାରୁ ସହରର କିଛି ଯୁବକ ସେହି ଗୁପଚୁପ୍ ବିକାଳି କୁ ପିଛା କରି ଖଟାପାଣିରେ ସିଟ୍ରିକ ଏସିଡ ମିଶ୍ରଣକରୁଥିବାର ଖୋଲାସା କରିଛନ୍ତି ।

ସଂପୃକ୍ତ ବିକାଳି ମାନେ କହିଛନ୍ତି, ତେନ୍ତୁଲି ପାଣିକୁ ବେସି ଖଟାକରି ସ୍ୱାଦବଢାଇବା ଓ ଅଧିକ ସମୟ ଧରି ସାଇତି ରଖିବା ପାଇଁ ଏହାକୁ ମିଶାଯାଇଥାଏ । ଆଉ ଆମେ ଖଟାପାଣିରେ ଏସିଡ ମିଶାଇବୁ ନାହିଁ ଆମର ଭୁଲ ହୋଇଯାଇଛି କହି ଗୁପଚୁପ ବିକାଳି ମାନେ କ୍ଷମା ମାଗିଥିଲେ ।   ଆଉ ଯେପରି ଖଟାପାଣିରେ ସିଟ୍ରିକ ଏସିଡି ମିଶାଇ ଲୋକଙ୍କୁ ଖାଇବାକୁ ନ ଦିଅ ଏପରି କରିବାର ଦେଖା ଗଲେ ବାଧ୍ୟ ହୋଇ ତୁମ ମାନଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଖୋଲାସା କରିଥିବା ଯୁବକମାନେ  ଗୁପଚୁପ ବିକାଳିକୁ ସତର୍କ କରି ଛାଡିଦେଇଛନ୍ତି । ଶୁକ୍ରବାର ସଂନ୍ଧ୍ୟାରେ ଏହି ଖବର ମୋବାଇଲରେ ଭାଇରାଲ ହେବାପରେ ଘଟଣାପଦାକୁ ଆସିଛି । ସୁଚନା ଯୋଗ୍ୟ ଯେ ଗୁପଚୁପ.ଚାଟ ବିକାଳି ମାନେ ଆଳୁସିଜାକୁ ହାତରେ ନ ଚକଟି ଗୋଡରେ ଚକଟି ବା ସହିତ ଖଟାପାଣି ସରିଗଲା ପେର ନାଳ ନର୍ଦମାର ପାଣିକୁ ସେଥିରେ ମିଶାଇ ଦେଇ ଲୋକମାନଙ୍କୁ ବିକ୍ରୀକରୁଥିବାର  ଘଟଣା ଭିଡିଓ ଭାଇରାଲ ହୋଇଥିବାର ଦେଖାଯାଇଥିଲା । ଏବେ ମାଲକାନଗିରିରେ ଗୁପଚୁପ ଖଟାପାଣିରେ ସ୍ଲୋପଏଜନ ସିଟ୍ରିକ ଏସିଡ ଦାନା ମିଶାଯାଇ ଲୋକଙ୍କୁ ଖାଇବାକୁ ଦିଆ ଯାଉଛି । ଜିଲ୍ଲାରେ ଅନେକ ଛତୁଫଟିଲା ପରି ଫାଷ୍ଟଫୁଡ,ଜଳଖିଆ ଦୋକାନ ଓ .ହୋଟେଲ ସବୁ  ଖୋଲି ନିମ୍ମମାନର ତେଲ ଓ ଅନ୍ୟାନ ଭେଜାଲ ଦ୍ରବ୍ୟରେ ଖାଦ୍ୟପ୍ରସ୍ତୁତ କରୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ । ଜିଲ୍ଲାରେ ଫୁଡଇନିସ ପେକ୍ଟର ନଥିବାରୁ ଖାଦ୍ୟର ମାନ ନିରୁପଣ ହୋଇ ପାରୁନଥିବାରୁ ଏହି ଭେଜାଲ ନିମ୍ମନମାନର ଖାଦ୍ୟ ଖାଇ ଅନେକ ଲୋକ ଗ୍ୟାଷ୍ଟିକ ,ଅଲସର,କିଡିନ ଓ ନାନା ପ୍ରକାର ପେଟରୋଗରେ  ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଛି ,

 

 

 

Leave a Reply

Your email address will not be published. Required fields are marked *