ଗୁଣ୍ଡିଚା ମନ୍ଦିର ସଫେଇ

ପୁରୀ:୩୦/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ନୂଆ ଓଡ଼ିଶା ନିର୍ମାଣ ଅଭିଯାନ। ହୋପ୍ଇଜ୍ ଲାଇପ୍ ଓ ସାହି ଭାଇ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନାରେ ଗୁଣ୍ଡିଚା ମନ୍ଦିର ସଫେଇ କାର୍ଯ୍ୟ କରାଯାଇଛି। ତିନୋଟି ସଂଗଠନର ଗଣାଧିକ ସ୍ୱେଚ୍ଛାସେବୀ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶ୍ରମଦାନ କରିଥିଲେ। ସୂଚନା ଯୋଗ୍ୟ ରଥଯାତ୍ରା ପରେ ଆବର୍ଜନା ମୟ ହୋଇପଡ଼ିଥିଲା। ଗୁଣ୍ଡିଚା ମନ୍ଦିର ପରିସର। ଏପରିକି ଦୁର୍ଗନ୍ଧରେ ଫାଟ ପଡ଼ୁଥିଲା ମନ୍ଦିର ପରିସର ଦେଶ କିଛି ଦିନ ଧରି ଏଭଳି ଅବସ୍ଥା ରହିବା ପରେ ଏବଂ ତାହାର ସଫେଇ କାର୍ଯ୍ୟ କରାଯାଇଛି। ସ୍ୱେଚ୍ଛାସେବୀ ମାନେ ପ୍ରଥମେ ରୋଷଘର ସଫା କରିଥିବା ବେଳେ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ଅଳିଆ ଆବର୍ଜନାକୁ ସଫା କରିଛନ୍ତି। କୁଢକୁଢ ଅଳିଆକୁ ସ୍ୱେଚ୍ଛାସେବୀମାନେ ପରିସରରୁ ଆଣି ବାହାରେ ଜମା କରିଥିଲେ। ପରେ ସେ ଗୁଡ଼ିକୁ ଟ୍ରାକ୍ଟର ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା। ସକାଳ ୮ଟାରେ ସଦସ୍ୟମାନେ ଗୁଣ୍ଡିଚା ଘରେ ପହଂଚିଥିଲେ। ଝାଡ଼ୁ, ଝୁଡ଼ି, ବେଲଚା ଆଦି ସଫେଇ ଉପକରଣ ଧରି ସଫେଇ କାର୍ଯ୍ୟ କରାଯାଇଥିଲା। ଦୀର୍ଘ ୩ଘଣ୍ଟାଧରି ଏହି ସଫେଇ କାର୍ଯ୍ୟ କରାଯାଇଥିଲା। ବାହୁଡ଼ା ଯାତ୍ରା ପରେ ଆବର୍ଜନା ମୟ ହୋଇପଡ଼ିଥିଲା ଗୁଣ୍ଡିଚା ଘର। ଶ୍ରୀମନ୍ଦିର ପ୍ରଶାସନ ହେଉ ବିଶ୍ୱ ଜିଲ୍ଲା ପ୍ରଶାସନ ଗୁଣ୍ଡିଚା ଘରର ସ୍ୱଚ୍ଛତା କଥା ପାସୋରି ଦେଇଥିଲେ। ଦୁର୍ଗନ୍ଧରେ ବହିରାଗତ ଯାତ୍ରୀମାନେ ଅତିଷ୍ଠ ହୋଇପଡ଼ୁଥିଲେ। ତେବେ ବତମାନ ସଫେଇ ଫଳରେ ଗୁଣ୍ଡିଚା ମନ୍ଦିର ସ୍ୱଚ୍ଛ ହୋଇଛି। ସ୍ୱେଚ୍ଛାସେବୀ ମାନଙ୍କ ସଫେଇ କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *