ଅନୁଗୁଳ

ଗୁଣ୍ଡାଗିରି କରି ତାଳଚେର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ଶାସକ ଦଳର କାର୍ଯ୍ୟକର୍ତା: ସାମ୍ବାଦିକ ସମ୍ମିଳନୀରେ ଜେ.ଏସ୍.ଏସ୍.ର ଅଭିଯୋଗ

ତାଳଚେର, ୧୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ଶାସକ ବିଜେଡି ଦଳର କାର୍ଯ୍ୟକର୍ତାମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି। ସ୍ଥାନୀୟ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧାସୃଷ୍ଟି କରିବାସହ ବିଜେଡି କାର୍ଯ୍ୟକର୍ତାମାନେ ବିଧାୟକଙ୍କ ନାମ ନେଇ ଆତଙ୍କରାଜ ଚଲାଇଛନ୍ତି। ତାଳଚେରର ସ୍ୱାର୍ଥ ପରିବର୍ତେ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ କଥା କଥାକେ ଖଣି ବନ୍ଦ ଆନ୍ଦୋଳନ, ତାଳଚେର ମେଡ଼ିକାଲ କଲେଜ ନିର୍ମାଣରେ ସେମାନେ ବାଧାସୃଷ୍ଟି କରୁଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ତାଳଚେରର ଯୁବ ସମାଜସେବୀ ସଙ୍ଗଠନର କାର୍ଯ୍ୟକର୍ତା। ଆଜି ହୋଟେଲ ଗ୍ରୀନ ପାର୍କର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେଏସ୍ଏସ୍ ପକ୍ଷରୁ ଏ ସମ୍ପର୍କିତ ସୂଚନା ଦିଆଯିବା ସହ ବିଜେଡିର ଯୁବ ସଭାପତି ମନୋଜ ସାହୁ କିପରି ଭାବେ ତାଳଚେର ମେଡ଼ିକାଲ କଲେଜରେ ପ୍ରବେଶ କରୁଛନ୍ତି ଏବଂ ଠିକାଦାରଙ୍କୁ ଧମକ ଚମକ ଦେଉଛନ୍ତି ସେ ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ସମ୍ପର୍କିତ ଭିଡ଼ିଓ ଫୁଟେଜ ଏବଂ ଫଟୋ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରଦର୍ଶନ କରି ଶ୍ରୀ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜେଏସଏସ ଅଭିଯୋଗ ଅନୁସାରେ ତାଳଚେରର ମୂଳ ସମସ୍ୟା ପ୍ରତି ବିଧାୟକ ଦୃଷ୍ଟି ନଦେଇ ବ୍ୟକ୍ତିଗତ ସଙ୍ଗଠନକୁ ମଜବୁତ କରିବାକୁ ତଥା ରାଜନୈତିକ ଫାଇଦା ହାସଲ ନିମନ୍ତେ ତାଙ୍କ ଇଙ୍ଗିତରେ ଏସବୁ କାର୍ଯ୍ୟ କରାଯାଉଛି। ପ୍ରକାଶ ଥାଉକି, ଏମ୍.ସି.ଏଲ ଦ୍ୱାରା ନିର୍ମିତ ତାଳଚେର ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ତେବେ ଜାଣିଶୁଣି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ତାଳଚେର ଯୁବ ବିଜେଡି ସଭାପତି ମନୋଜ ସାହୁ ତା୧୧/୦୭/୨୦୧୮ରିଖରେ ନିର୍ମାଣାଧିନ ତାଳଚେର ମେଡ଼ିକାଲ କଲେଜକୁ ଯାଇ ନିଜ ସମର୍ଥକ ସହ ଯାଇଥିଲେ। ସେଠାରେ ଜନୈକ ଠିକାଦାରଙ୍କୁ ଧମକ ଚମକ ଦେବାସହ ବିଧାୟକଙ୍କ ବିନା ଅନୁମତିରେ କିଛି କାମ ହେଲେ ପରିସ୍ଥିତି ଖରାପ ହେବ ବୋଲି ଚେତାବନୀ ଦେଇଥିଲେ। ତେବେ ଶ୍ରୀ ସାହୁଙ୍କ ସମସ୍ତ କାର୍ଯ୍ୟକଳାପର ଭିଡ଼ିଓରେ କଏଦ ହେବାପରେ ତାଙ୍କର ଗଣ୍ଡଗୋଳ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜେଏସଏସ ପକ୍ଷରୁ ଅଭିଯୋଗ କରାଯାଇଛି। ଅପରପକ୍ଷରେ ତାଳଚେର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ, ବିଦ୍ୟୁତ କାଟ, ପ୍ରଦୁଷଣ ଆଦି ସମସ୍ୟା ରହିଥିବା ବେଳେ ସେଥିପ୍ରତି ଦୃଷ୍ଟି ନଦେଇ ବିଧାୟକ ଏବଂ ତାଙ୍କ ସମର୍ଥକ ବିକାଶ ମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଯୁବ ସମାଜସେବୀ ସଙ୍ଗଠନ ପ୍ରକାଶ କରିଛି। ଏଥିପ୍ରତି ପୋଲିସ, ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯଦି ବିଧାୟକ ଏବଂ ତାଙ୍କ ସମର୍ଥକମାନେ ତାଳଚେରର ବିକାଶରେ ବାଧକ ସାଜନ୍ତି ତେବେ ଯୁବ ସମାଜସେବୀ ସଙ୍ଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜେଏସଏସ ସଙ୍ଗଠନର ଆବାହକ ଯଯାତୀ ପଟ୍ଟନାୟକ, ସଭାପତି ସ୍ୱାଧୀନ ଥମ୍ବ, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସହ ସମ୍ପାଦକ ବାଦଲ ବେହେରା, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top