ଅନୁଗୁଳ

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କଲାପରେ ଥାନାରେ ଆତ୍ମ ସମର୍ପଣ

ଅନୁଗୋଳ ୨୬-୬ (ଓଡ଼ିଆ ପୁଅ/ଅଜିତ୍ ବେହେରା) ଅନ୍ଧ ବିଶ୍ୱାସର ଅଡୁଆ ଜାଲରୁ ବାହାରି ପାରୁନି ମଣିଷ। ଗୁଣି ଗାରେଡ଼ି ସନ୍ଦେହରେ କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ନିଜେ ହତ୍ୟାର ଶିକାର ହେଉଛି। ଏଥିରେ ବିଶେଷକରି ମହିଳାମାନେ ବେଶୀ ଶିକାର ହେଉଛନ୍ତି। ଏପରି ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ମଧ୍ୟ କରା ଯାଉଛି। ଏହା ସତ୍ତ୍ୱେ ଏପରି ଘଟଣାକୁ ରୋକା ଯାଇ ପାରୁନି l ଅନୁଗୋଳ ଜିଲ୍ଳାରେ ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ ଘଟାଇ ଥିବା ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରି ଥାନାରେ ଆତ୍ମ ସମର୍ପଣ କରିବା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାରୁ ପ୍ରକାଶ ଯେ, କରଡ଼ାପାଳ ଗାଁର ଗୁନା ସାଇଁଆ କିଛି ଦିନ ଧରି ରାତିରେ ଖରାପ ସ୍ୱପ୍ନ ଦେଖୁଥିଲେ। ତେଣୁ ରାତିରେ ଶୋଇପାରୁ ନଥିଲେ। ତେବେ ତାଙ୍କୁ କିଏ ଗୁଣି କରିଥିବା ସେ ସନ୍ଦେହ କରୁଥିଲେ। ଗତକାଲି ସେହି ଗାଁର ନିରାଶ ପୂର୍ତ୍ତି ଗାଁ ମୁଣ୍ଡ ବିଲକୁ ଖତ ପକାଇବାକୁ ଯାଇଥିଲେ। ଏହି ସମୟରେ ଏକୁଟିଆ ପାଇ ଗୁନା ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ନିରାଶଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପରେ ମୃତଦେହକୁ ନେଇ ନିକଟସ୍ଥ ଜଙ୍ଗଲରେ ଏକ ନାଳରେ ପକାଇ ପୋତି ଦେଇଥିଲେ। ଏହା’ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top