ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଘଟଣା ୯ ଗିରଫ, ଜଣେ ଫେରାର

ରାୟଗଡ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୨.୧୨ – ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଏବଂ ପରେ ମାଓବାଦୀ ମାନେ ହତ୍ୟାକାଣ୍ଡର ସଂପୃକ୍ତି ଥିବା ନେଇ ହତ୍ୟାକାରୀ ମାନେ ଥାନାରେ ଏତଲା ଦେଇଥିଲେ। ଘଟଣାରୁ ପ୍ରକାଶ ରାୟଗଡା ବ୍ଲକ ଅନ୍ତର୍ଗତ ସଦର କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ନାକିଟି ପଂଚାୟତର ପାଙ୍ଗା ଲେଲେରି ଗ୍ରାମରେ ଗତ ୧୫ ତାରିଖ ଦିନ ଗଳା କାଟି ହତ୍ୟା ନାନ୍ଦୁ ନାଚିକା ( ୫୦ ) ଙ୍କୁ ହତ୍ୟା ଘଟଣାରେ ତଦନ୍ତ କରି ୯ ଜଣ ଅଭିଯୁକ୍ତ ଙ୍କୁ ଗରିଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତ ମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି। ଏ ନେଇ ଥାନାରେ କେସ ନଂ ୨୭୭ ତା ୧୭.୧୨ ରେ ଏକ ମାମଲା ରୁଜୁ କରାଯାଇଛି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ.ପି ଶ୍ରୀ ଜଗନ୍ନାଥ ରାଓ ସୂଚନା ଦେଇଥିଲେ ଯେ ରାୟଗଡା ବ୍ଲକ ନାକିଟି ପଂଚାୟତର ପାଙ୍ଗା ଲେଲେରି ଗ୍ରାମରେ ଗତ ୧୫ ତାରିଖ ଦିନ ଗ୍ରାମରେ ଗୁଣି ଗାରେଡି ସଂନ୍ଦେହରେ ଗ୍ରାମର ନାନୁ ନାଚିକା ଙ୍କୁ ହତ୍ୟା ଘଟଣାର ରାୟଗଡା ପୋଲିସ ପର୍ଦାଫାସ କରି ୯ ଜଣଙ୍କୁ ଗିରଫ କରିଛି। ଗ୍ରାମରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବୃଦ୍ଧାବସ୍ଥା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶୋଭନା ମେଲାକା ର ବାପା, ମା ମଧ୍ୟ ମୃତ୍ୟୁବରଣ କରିଥିଲେ। ଶୋଭନର ଦେହ ଅସୁସ୍ଥ ହେବାରୁ ଗ୍ରାମର ନାନ୍ଦୁ ଗୁଣି ଗାରେଡି କରୁଥିବା ସନ୍ଦେହ କରିଥିଲେ। ତେଣୁ ୧୫ ତାରିଖ ଦିନ ରାତ୍ର ଗ୍ରାମରେ ଏକ ବୈଠକ କରାଯାଇ ବୈଠକ କୁ ନାନ୍ଦୁ ନାଚିକା କୁ ଡକାଯାଇଥିଲା। କିନ୍ତୁ ନାନ୍ଦୁ ବୈଠକ କୁ ନ ଆସିବାରୁ ରାଜୁ କାଡ୍ରାକା, ସାନୁ ମେଲେକା, ଶୋଭନା, ବାସନା ନାଚିକା ନାନ୍ଦୁ ଘରକୁ ଯାଇ ଘରୁ ଡାକି ଆଣି ଗ୍ରାମ ଠାରୁ ୩ କି.ମି ଦୂର ନିକଟ ଏକ ଆମ୍ବ ତୋଟା ରେ ନାନ୍ଦୁ କୁ ପ୍ରଥମେ ଠେଙ୍କା ଦ୍ୱାରା ପିଟି ଏବଂ ଗଳାକାଟି ହତ୍ୟା କରିଥିଲେ। ପରେ ଅଭିଯୁକ୍ତ ମାନେ ଗ୍ରାମକୁ ଫେରି ନାନ୍ଦୁ ର ସ୍ତ୍ରୀ କୁ ତୋ ସ୍ୱାମୀକୁ ନକ୍ସଲ ମାନେ ହତ୍ୟା କରିଛନ୍ତି ବୋଲି କହିଲେ ତୋତେ ସରକାରୀ ସହାୟତା ମିଳିବ ବୋଲି ପ୍ରବର୍ତାଇ ଥିଲେ। ଏ ନେଇ ନାନ୍ଦୁର ଶଳା ରାୟଗଡା ଥାନାରେ ଅଭିଯୋଗ କରିବା ପରେ ସତ୍ୟର ଉନ୍ମୋଚନ ହୋଇଥିଲା। ପରେ ହତ୍ୟାକାରୀ ମାନେ ନିଜର ଦୋଷ ପୋଲିସ ଆଗରେ ସ୍ୱୀକାର କରିଥିଲେ। ପୋଲିସ ଅଭିଯୁକ୍ତ ରାଜୁ କାଡ୍ରାକା, ସାନୁ ମେଲେକା, ପୁର୍ଣ୍ଣ ନାଚିକା, ଲାଚି ମେଲେକା, ଶୋଭନା ମେଲେକା, ବାସନ ନାଚିକା, ଘିନଲା ମେଲେକା, ରେଲି ମେଲେକା, ମୁକୁଲି ମେଲେକା ଙ୍କୁ ଗିରଫ କରିଥିବା ବେଳେ ଦାସା ନାଚିକା ଫେରାର ଅଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ରାଜକିଶୋର ଦାସ, ଆଇ.ଆଇ.ସି ରବିନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *