Home ଜିଲ୍ଲା ପରିକ୍ରମା ଗୁଣିଗାରେଡି ସନ୍ଦେହରେ ଯୁବକକୁ ହତ୍ୟା କରିବା ଘଟଣାରେ ତିନିଜଣ ଗିରଫ

ଗୁଣିଗାରେଡି ସନ୍ଦେହରେ ଯୁବକକୁ ହତ୍ୟା କରିବା ଘଟଣାରେ ତିନିଜଣ ଗିରଫ

107

ମାଲକାନଗିରି,୧୧ା୫ (ଓଡିଆ ପୁଅ) ଅତ୍ୟାଧୁନିକ ଇଟଂରନେଟ ଯୁଗରେ ସଭ୍ୟଶିକ୍ଷିତ ସମାଜ ମଙ୍ଗଳଗ୍ରହରେ ଘରକରିବା ପାଇଁ ପ୍ରଚେଷ୍ଠା ଚଳାଇଚଳାଇ ଥିବା ବେଳେ ଏବେ ବି କିଛି ଗ୍ରାମ ଅଛି କୁସଂସ୍କାର ଅନ୍ଧବିଶ୍ୱାସ କୁ ଛାଡିପାରି ନହାଁନ୍ତି । କୁସଂସ୍କାର ଓ ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ଗୁଣିକରିବା ସନ୍ଦେହରେ ଗତ ଶୁକ୍ରବାର ଦିନ ପଡିଆ ଥାନା ଅଚଂଳରେ ଜଣେ ଆଦିବାସୀ ଯୁବକକୁ ନିର୍ମମଭାବେ ଗଳାକାଟି ହତ୍ୟା କରାଯାଇଥିଲା । ସେହି ହତ୍ୟାଘଟଣାରେ ପିଡିଆ ଥାନା ପୁଲିସ ଆଜି ତିନିଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଏମିତି ଏକ ଲୋମହର୍ଷ କାରି ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ନିଲିଗୁଡା ଗ୍ରାମରେ ଗତ ଶୁକ୍ରବାର ଦିନ ଘଟିଥିଲା । ପଡିଆ ଥାନାସ୍ଥ ନିଲିଗୁଡା ଗ୍ରାମର ବୁଦ୍ରା ପଡିଆମି(୩୮)ଜଣେ ଆଦିବାସୀ ଯୁବକ ସେ ଚାଷବାସ କରି ଚଳିବା ସହିତ ଗାଁରେ ପୁଜା ପାଠ ଝଡାଫୁଙ୍କା କାମକରିଥାଏ । ଶୁକ୍ରବାର ରାତ୍ରରେ ବୁଦ୍ରାଙ୍କ ଘରକୁ କେହି ଦୁଇଜଣ ଅଚିହ୍ନା ବ୍ୟକ୍ତି ଆସି ବୁଦ୍ରାଙ୍କ ସହିତ କଥାବାର୍ତା ହୋଇଥିଲେ ।କିଛି ସମୟପରେ ବୁଦ୍ରାଙ୍କ ଚିତ୍କାର ଶୁଣି ପାରି ଘରଭିତରେ ଥିବା ତାଙ୍କ ସ୍ତ୍ରୀ ରାଙ୍ଗିପଡିଆମି କଣ ହେଲା ବୋଲି ବାହରକୁ ଆସି ଦେଖନ୍ତି ତ ସେ ଦୁଇଜଣ ବ୍ୟକ୍ତି ବୁଦ୍ରାଙ୍କ ଗଳା କାଟି ଦେଇ ଦୌଡିପଳାଉଛନ୍ତି । ରାଙ୍ଗି ଚିତ୍କାର କରି ଗାଁଲୋକଙ୍କୁ ଡାକପକାଇ ବାରୁ ଗ୍ରାମବାସୀ ମାନେ ସେଠାରେ ରୁଣ୍ଡହୋଇ ଯାଇଥିଲେ । ପଡିଆ ଥାନାକୁ ଏ ସଂପର୍କରେ ଖବର ଦେବାପରେ ପଡିଆ ଥାନା ପୁଲିସ ସଦଳ ବଳ ଘଟଣାସ୍ଥଳରେ ପହିଁଚି ମୃତଶରୀର ଜବତ କରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲେ । କୋରୁପୁଟ ଠାରୁ ସନ୍ଧାନୀ କୁକୁର ସହିତ ସାଇଟିଂଫିକ ଟିମ ନିଲିଗୁଡାରେ ପହଁଚି ତନାଘନା ତଦନ୍ତ କରିଥିଲେ । ସନ୍ଦେନୀ କୁକୁର ନିଲିଗୁଡା ଗ୍ରାମର ତିନିଜଣ ଯୁବକଙ୍କ ଘରକୁ ବାରମ୍ବାର ଯାଇଫେରିଥିଲା । ପୁଲିସ ସେହି ଯୁବକ ତିନିଜଣଙ୍କୁ ଗିରଫ କରି ଥାନାକୁ ଆଣି ପଚାରା ଉଚରା କରିୂବାପରେ ପ୍ରକୃତ ଘଟଣାଜଣା ପଡିଥିଲା । ଗାଁରେ ବୁଦ୍ରା ଗୁଣି ଗାରେଡି କରି ଅନେକ ଲୋକଙ୍କୁ ହଇରାଣ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ଆଗରେ ସେହି ଯୁବକ ମାନେ ସ୍ୱିକାର କରିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତିଥିବା ଇର୍ମାକବାସୀ,ଏରାକବାସୀ ଓ ଇଡିଆ ପୁନମ ଙ୍କୁ ପୁଲିସ ଗିରଫ କରା ଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ପଡିଆ ଥାନା ଅଧିକାରୀ ରଂଜନକୁମାର ମାଝୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.