ଗୁଣିଗାରେଡି ସନ୍ଦେହରେ ବୃଦ୍ଧବୃଦ୍ଧାଙ୍କୁ ଆକ୍ରମଣ : ଥାନାରେ ଆଶ୍ରୟ

ପୁରୁଷୋତ୍ତମପୁର,୧୪/୫ (ଓଡ଼ିଆ ପୁଅ/ସୁଦାମ ମହାରଣା) ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଟ ଓ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିବାପାଇଁ ଚେଷ୍ଟା କରୁଥିବା ବେଳେ ଆଧୁନିକ ଯୁଗରେ କୁ ସଂସ୍କାରରେ ବଶବର୍ତି ହୋଇ ଅମାନବୀୟ ଘଟଣା ଘଟାଉଛି। ଏଭଳି ଘଟଣା ଘଟିଛି ସ୍ଥାନୀୟ ଥାନା ଅନ୍ତର୍ଗତ ପାଣ୍ଡର ଖଲ୍ଲୀ ଗ୍ରାମର ସୁଦର୍ଶନ ବେହେରାଙ୍କ ପରିବାର ଉପରେ। ସୂଚନାନୁସାରେ, ଶୁକ୍ରବାର ରାତିରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର କିଛି ବ୍ୟକ୍ତି ଘରୁ ଟାଣି ଆଣି ସୁଦର୍ଶନ ଓ ତାର ସ୍ତ୍ରୀ ଅପିବେହେରା ଙ୍କୁ ବାନ୍ଧି ମାରପିଟ୍ କରିବାସହ ବିଷ୍ଟା ଖୁଆଇବା ଓ ଦାନ୍ତ ଭାଙ୍ଗିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ଓ ପୋଲିସ ଷ୍ଟାପ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ସ୍ଥାନୀୟ ଭଦ୍ରଲୋକ ମାନଙ୍କ ଉପସ୍ଥିତରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକରିଥିଲେ। ସୁଦର୍ଶନଙ୍କ ପୁଅ ଜଣେ ପୋଲସରା ତହସିଲରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି। ସୁଦର୍ଶନଙ୍କର ସ୍ତ୍ରୀ କହିଛନ୍ତି ଆମପୁଅକୁ ପାଠ ପଢ଼ାଇ ଚାକିରି କଲା ,ଆମ ପରିବାର ସାହିଲୋକଙ୍କ କଥାରେ ଏକମତ ନହେଭାରୁ ଏଭଳି ଅକଥାନୀୟ ଘଟଣା ଘଟାଇଛନ୍ତି। ଥାନା ଅଧିକାରୀ କହିଛନ୍ତି ଯେ, ଲିଖିତ ଅଭିଯୋଗ ହୋଇନାହିଁ କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରହିଛି।

Leave a Reply

Your email address will not be published. Required fields are marked *