ଜିଲ୍ଲା ପରିକ୍ରମା

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନ ପୁରସ୍କୃତ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡ଼ିଶା ସିଏସ୍ଆର୍ ଫୋରମ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆୟୋଜିତ ସାମାଜିକ ଦାୟିତ୍ୱବୋଧ ସେମିନାରରେ ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଦାନୀ ଫାଉଣ୍ଡେସନକୁ ପୁରସ୍କୃତ କରିଛନ୍ତି। ଆଦାନୀ ତରଫରୁ ବିଜୟ କୁମାର ସ୍ୱାଇଁ ଓ ଶୁଭାଶିଷ ମିଶ୍ର ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଆଦାନୀ ଫାଉଣ୍ଡେସନ ଗ୍ରାମୀଣ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମିତ୍ତ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଶିକ୍ଷାର ବିକାଶ ଦିଗରେ ଛାତ୍ରବୃତ୍ତି, ଶ୍ରେଣୀ କୋଠରୀ ନିର୍ମାଣ, ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛଭାରତ ଅନ୍ତର୍ଗତ୍ତ ବାଳିକା ଶୌଚାଳୟର ନିର୍ମାଣ ଆଦି କାର୍ଯ୍ୟ ହାତକୁ ନେଇଛନ୍ତି। ଏହାଛଡା ସ୍ଥାନୀୟ ଅଂଚଳରେ ପ୍ରାଥମିକ ଶିକ୍ଷା ବିକାଶରେ ଆଦାନୀ ଫାଉଣ୍ଡେସନ ତରଫରୁ ବହୁ ଯୋଜନା ହାତକୁ ନିଆଯାଇଛି ଯଥା ସ୍ଥାନୀୟ ଅଙ୍ଗନବାଡି ଗୁଡିକରେ ଭିତ୍ତିଭୂମିରେ ଉନ୍ନତି, ବିଦ୍ୟାଳୟ ଗୁଡିକରେ ପାଠାଗାର ପ୍ରତିଷ୍ଠା, ବନୀକରଣ ଆଦି ଅର୍ନ୍ତଗତ। ଶିକ୍ଷା ପ୍ରତି ରୁଚି ଆଣିବା ଏବଂ ଦୈନିକ ବିଦ୍ୟାଳୟରେ ଉପସ୍ଥିତି ପ୍ରତି ଆଗ୍ରହ ବଢାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାଭିତ୍ତିକ ଉପକରଣ ଯଥା ସ୍କୁଲବ୍ୟାଗ୍, ଖେଳ ଉପକରଣ ଇତ୍ୟାଦି ଯୋଗାଇ ଦିଆଯାଇଛି। ଏହି ଅଂଚଳରେ ଶିକ୍ଷାର ମାନ ବୃଦ୍ଧି ଉଦ୍ଦେଶ୍ୟରେ ଆଦାନୀ ଡିଏଭି ପବ୍ଲିକସ୍କୁଲ ନାମକ ଏକ ଜାତୀୟମାନର ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଶିକ୍ଷାଦାନ ପଦ୍ଧତିରେ ମାନବୃଦ୍ଧି କରିବା ନିମିତ୍ତ ଶିକ୍ଷକମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top