ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି।

ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି ଠିକଣାରୁ ୪୨  କୋଟି ଧରାପଡ଼ିଥିଲା। ସର୍ବମୋଟ ମିଶି ଏଠାରେ ଆଜି ପର୍ଯ୍ୟନ୍ତ ୬୧ କୋଟିର ସଂପତ୍ତି ମିଳିସାରିଲାଣି। ଏବେ ମଧ୍ୟ ଅନେକ ଲକର ଖୋଲାଯିବା ବାକୀ ଅଛି।

ଏବେ ନିକଟରେ ପାଞ୍ଚ ଜାନୁଆରୀରେ ମଧ୍ୟ ଇନକମ ଟ୍ୟାକ୍ସ ବିଭାଗ ସାଉଥ ଏକ୍ସଟେନ୍ସନରେ କିଛି ଛାପା ମାରି କରିଥିଲେ। ଏହା ବ୍ୟତୀତ ମଧ୍ୟ ଗୁରୁଗ୍ରାମର ଜୟ ଭାରତ ମୂର୍ତ୍ତି ଗ୍ରୁପଠାରୁ ୨୬ କୋଟି ଟଙ୍କାର ନଗଦ ଏବଂ ଜ୍ୱେଲରୀ ଜବତ କରିଥିଲେ।

କୁହାଯାଇପାରେଯେ, କି ନୂଆଦିଲ୍ଲୀରେ ନିକଟରେ ହବାଲା କାରବାରର ଜରିଆରେ ବିଦେଶୀ ମୁଦ୍ରାକୁ ବିଦେଶକୁ ନେଉଥିବା ଏକ ଏୟାର ହୋଷ୍ଟେସକୁ ଧରାଯାଇଥିଲା। ଏହି ମାମଲାରେ ଅନେକ ପ୍ରକାରର ଖୁଲାସା ହେଉଛି। ଦିଲ୍ଲୀ ପୁଲିସ ଇନ୍ଦିରା ଗାନ୍ଧୀ ଇଂଣ୍ଟରନ୍ୟାସନାଲ ଏଆରପୋର୍ଟ ଉପରେ ହବାଲା ଜରିଆରେ ବିଦେଶୀ କରେଂସୀ ନେଉଥିବା ମାମଲାରେ ହବାଲା ଅପରେଟର ଅମିତ କୁମାରକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଖୁଲାସା ମୁତାବକ ଅମିତ ଫ୍ଲାଇଟ ଏଆର ହୋଷ୍ଟେସ ସହିତ ସାଙ୍ଗ ହୋଇ ତାକୁ ପଇସା ନେବା ପାଇଁ ମନାଇଥିଲା।

ସୂଚନା ମୁତାବକ ଡିଆରଆଇ ହବାଲା ଅପରେଟର ଅମିତକୁ ଗିରଫ କରିବା ସହିତ ତା’ର ବିବେକ ବିହାର ସ୍ଥିତ ଘର ଉପରେ ଛାପାମାରୀ କରିଛି। ସେଠାରେ ୩ ଲକ୍ଷ ଟଙ୍କା କ୍ୟାସ ଏବଂ ୧୬୦୦ ଡଲାର ମିଳିଥିଲା। ଅମିତର କହିବା ଅନୁସାରେ ଆରୋପୀ ଏୟାର ହୋଷ୍ଟେସ ୨ ମାସରେ ୭ ଥର ହଂଗକଂଗ ପଇସା ନେଇଥିବା ଜଣାପଡ଼ିଛି। ସେ ପ୍ରାୟତଃ ୧୦ ଲକ୍ଷ ୟୁଏସ୍ ଡଲାର ନେବାରେ ସକ୍ଷମ ହୋଇପାରିଥିଲା। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *