ଗୁଜରାତ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ତାଲିକା ଜାରୀ: ୭୭ ପ୍ରାର୍ଥୀଙ୍କ ନାମ ଘୋଷଣା

ଗାନ୍ଧିନଗର ୧୯-୧୧ (ଓଡ଼ିଆ ପୁଅ) କଂଗ୍ରେସ ଆଜି ଗୁଜରାତ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୭ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ଅର୍ଜୁନ ମୋଢବାଡିୟାଙ୍କୁ ପୋରବନ୍ଦରର ପ୍ରାର୍ଥୀ କରାଯାଇଥିବା ବେଳେ ଶକ୍ତି ସିଂହ ଗୋହିଲଙ୍କୁ ମାଣ୍ଡଭିରେ ଟିକଟ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ବିରୁଦ୍ଧରେ ରାଜକୋଟ ସିଟରେ ଇନ୍ଦ୍ରନୀଳ ରାଜଗୁରୁଙ୍କୁ ପ୍ରାର୍ଥୀ କରାଯାଇଛି। ଏବଂ ପୂର୍ବ ସାଂସଦ କୁବାତ୍ଜୀ ବାବଲିୟାଙ୍କୁ ଜସଦାନରେ ଟିକଟ ଦିଆଯାଇଛି।

କଂଗ୍ରେସ ନିଜର ପ୍ରଥମ ତାଲିକାରେ ୨୩ଜଣ ପଟେଲଙ୍କୁ ଟିକଟ ଦେଇଛନ୍ତି। ୧୨ କୋଲୀ ପଟେଲଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଅତି ପଛୁଆବର୍ଗର ୮ଜଣ ନେତାଙ୍କୁ ଟିକେଟ ଦିଆଯାଇଛି।

ହାର୍ଦିକଙ୍କ ନିକଟତ୍ତରଙ୍କୁ ଟିକଟ: କଂଗ୍ରେସ ନିଜର ତାଲିକାରେ ପାଟୀଦାର ନେତା ହାର୍ଦିକ ପଟେଲଙ୍କର ମଧ୍ୟ ଅଧିକ ଗୁରୁତ୍ତ୍ୱ ଦିଆଯାଇ ପାର୍ଟୀରେ ପାଟୀଦାର ଆରକ୍ଷଣ ଆଂଦୋଲନ ସମିତିର ସଂଯୋଜକ ଲଲିତ ବସୋୟାଙ୍କୁ ଧୋରାଜୀ ସିଟରେ ପ୍ରାର୍ଥୀ କରାଯାଇଛି।

Leave a Reply

Your email address will not be published. Required fields are marked *