ଆନ୍ତର୍ଜାତୀୟ

ଗୁଗୁଲ ଉପରେ ଲାଗିଲା ୩୪,୫୨୪ କୋଟି ଟଙ୍କାର ଜରିମାନା

– ଗୁଗୁଲକୁ ୟୁରୋପରେ ବଡ଼ ଝଟକା ଲାଗିଛି।
– ୟୁରୋପୀଯ ୟୁନିୟନ ଗୁଗୁଲ ଉପରେ ୫ ଆରବ ଡଲାର (୩୪,୫୨୪ କୋଟି ଟଙ୍କା) ର ଜରିମାନା ଲଗାଇଛନ୍ତି।

ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) : Google ଉପରେ ୟୁରୋପୀୟ ୟୁନିୟନ ବଡ଼ ଜରିମାନା ଲଗାଇଛନ୍ତି। ୟୁରୋପିଆନ୍ ୟୁନିୟନର କଂପିଟିସନ କମିଶନ ଆଣ୍ଡ୍ରାଏଡ ଆଣ୍ଟିଟ୍ରଷ୍ଟ କେସରେ ଏହି ଜରିମାନା ଲଗାଇଛନ୍ତି। କମିଶନ ମାର୍କେଟରେ ନିଜର ପୋଜିସନର ଅନୁଚିତ ବ୍ୟବହାର କରିବା ଉପରେ ଏହି ଜରିମାନା ଲଗାଇଛନ୍ତି। ଗୁଗୁଲକୁ ୯୦ ଦିନର ସମୟ ଦିଆଯାଇଛି। ଯଦି ଗୁଗୁଲ ଏହି ସମୟରେ ମଧ୍ୟରେ ନିୟମ ନମାନେ ତେବେ ତା’ ଉପରେ ପେରେଣ୍ଟ କମ୍ପାନୀ ଅଲ୍ଫାବେଟର ଡେଲୀ ୱାର୍ଲ୍ଡ ୱାଇଡ ଟର୍ନଓଭରର ୫ ପ୍ରତିଶତ ପେନାଲ୍ଟି ଭାବରେ ଦେବାକୁ ହେବ। ୟୁରୋପୀୟ ୟୁନିୟନ କମିଶନ ଗୁଗୁଲର ସେହି ତର୍କକୁ ଠୋକରାଇ ଦେଇଛନ୍ତି ଯେଉଁଥିରେ ସେ କହିଛି କି ଆପଲ ତା’ର ଆଣ୍ଡ୍ରଏଡ ଫୋନର କମ୍ପିଟିଟର ଅଟେ। କମିଶନ ଏକ ଟ୍ଵିଟ କରି ଏହି ଜରିମାନାର ସୂଚନା ଦେଇଛନ୍ତି। ୟୁରୋପୀୟ କମିଶନ ଏହା ପୂର୍ବରୁ ମଧ୍ୟ ଗୁଗୁଲ ଉପରେ ୨.୪ ଆରବ ୟୁରୋର ଜରିମାନା ଲଗାଇ ସାରିଛନ୍ତି। ଗୁଗୁଲ ଉପରେ ଆରୋପ କି ସେ ବଜାରରେ ନିଜର ବର୍ଚଶ୍ଵ (ତେଜ) ସ୍ଥିତିର ଅନୁଚିତ ଫାଇଦା ଉଠାଇ ନିଜର ଆଣ୍ଡ୍ରଏଡ ମୋବାଇଲ ଅପରେଟିଙ୍ଗ (ଓଏସ) ସିଷ୍ଟମର ପ୍ରତିଦ୍ୱନ୍ଦିତାକୁ ବାଜାରରୁ ବାହରେ ରଖିବାର ଚାଲ ଆପଣାଉଛି।

ଏପରି ଆଶଙ୍କା କରାଯାଉଛି ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବ୍ୟାପାରକୁ ନେଇକରି ଚିନ୍ତା ବଢ଼ିପାରେ। ଏହି ମାମଲାରେ ସଲଗ୍ନ ଏକ ସୂତ୍ରରୁ ଜଣାପଡ଼ିଛି କି ୟୁରୋପୀୟ ସଂଘର ପ୍ରତିଦ୍ୱନ୍ଦୀ ଆୟୁକ୍ତ ମାର୍ଗରେଟ ୱେଷ୍ଟଗର ଗୁଗୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଈଙ୍କୁ ମଙ୍ଗଳବାରଦିନ ରାତିରେ ଫୋନ କରି କାର୍ଯ୍ୟାନୁଷ୍ଠାନର ଅଗ୍ରିମ ସୂଚନା ଦେଇଥିଲେ। ଗୁଗୁଲ ସାମସଙ୍ଗ ଏବଂ ହୁଆୱି ପରି ସ୍ମାର୍ଟଫୋନ ନିର୍ମାତା କମ୍ପାନୀଗୁଡ଼ିକ ସହିତ ଗଠବନ୍ଧନ କରି ବଜାରରେ ଅଗ୍ରଣୀ ସ୍ଥିତିର ଦୁରୁପଯୋଗ କରୁଛି। ଏହା ପୂର୍ବରୁ ୟୁରୋପୀୟ ସଂଘ ଆମେରିକାର ଦୁଇଟି ଅନ୍ୟ ବଡ଼ କମ୍ପାନୀ ଆପ୍ପଲ ଏବଂ ଫେସବୁକ ଉପରେ ମଧ୍ୟ ବଡ଼ ରକମର ଜରିମାନା ଲଗାଇ ସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top