ଜିଲ୍ଲା ପରିକ୍ରମା

ଗୀତା ଆବୃତ୍ତି ପ୍ରତିଯୋଗିତା

ବୌଦ୍ଧ, ୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):ସ୍ଥାନୀୟ ଶିଶୁ ମନ୍ଦିର ଠାରେ ପ୍ରଜ୍ଞାନ ମିଶନ ବୌଦ୍ଧ ଶାଖା ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଧରଣୀଧର ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶିବଦତ୍ତ ପଟନାୟକ ଓ ମୁଖ୍ୟ ବକ୍ତା ଭାବେ ଦୁଖୀଶ୍ୟାମ ବେହେରା ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଭାଗବତ ଗୀତା ଆବୃତ୍ତି କରାଯାଇଥିଲା। ପ୍ରତିଯୋଗିତାରେ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ କ୍ରିୟାଯୋଗ ଅନୁଷ୍ଠାନର କର୍ମକର୍ତ୍ତା ଧରଣୀଧର ଦାଶ, ପା୍ରଣବନ୍ଧୁ ମହାପାତ୍ର, ଜଗବନ୍ଧୁ ସାହୁ, ସମୀର ସାହୁ, ସୌମିତ୍ରୀ ପଲିଆ ଓ ଗୋବର୍ଦ୍ଧନ ବିଶି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top