ଗୀତା ଆବୃତ୍ତି ପ୍ରତିଯୋଗିତା

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଧାମନଗର ବ୍ଲକ ଜୟନଗରସ୍ଥିତ ଗୁରୁକୂଳ ଶିକ୍ଷା ନିକେତନ ଠାରେ ଗୀତା ସୁଗୀତା କର୍ତ୍ତବ୍ୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଗୁରୁଜୀ ନୀଳରତ୍ନ ନନ୍ଦ ଅଧ୍ୟକ୍ଷତାରେ ଶିକ୍ଷାବିତ କୈଳାସ ଚନ୍ଦ୍ର ବେହେରା, କାନ୍ତ ସାହିତ୍ୟ ପରିଷଦ ସଂପାଦକ ଶଚିକାନ୍ତ ପଣ୍ଡା, ଶିକ୍ଷାବିତ ନିରାକାର ଧଳ, ଦୀନବନ୍ଧୁ ସାହୁ, ମନୋଜ କୁମାର ଜେନା, ଅଂଜଳି ସାହୁ, ସଭାପତି ସୂର୍ଯ୍ୟକାନ୍ତ ସାହୁ, ରବିନାରାୟଣ ଦାସ, ନିକୁଞ୍ଜବିହାରୀ ଓଝା, ନିରାକର ନାୟକ, ଜଗବନ୍ଧୁ ସାହୁ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗି ମାନେ ଯୋଗଦେଇ ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗିଙ୍କୁ ଜିଲାସ୍ତରକୁ ମନୋନୀତ କରାଯାଇଛି।

Leave a Reply

Your email address will not be published. Required fields are marked *