ଗିରିଗୋବର୍ଦ୍ଧନ ପୂଜାରେ ଦେଉଳିଗ୍ରାମ ଉତ୍ସବ ମୁଖର

ବୋଲଗଡ, ୨୧ା୧୦(ଓଡିଆପୁଅ/ ଜୟେନ୍ଦ୍ର ବେହେରା) ବୋଲଗଡ ବ୍ଲକ ଗୋପାଳପୁର ପଚାଂୟତ ଦେଉଳି ରାଧାଦାମୋଦର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଗିରିଗୋବର୍ଦ୍ଧନ ପୁଜା ଉତ୍ସବ। ଏହି ପୁଜା କାର୍ଯ୍ୟକ୍ରମ ନେଇ ଦେଉଳି ଗ୍ରାମ ଉତ୍ସବ ମୁଖର ହୋଇଉଠିଛି। ଗ୍ରାମର ଭାଗବତଦେବ, ଶ୍ରୀଚୈତନ୍ୟଦେବ, ଦଧିବାମନଦେବ ଓ ରାଧାଦାମୋଦର ଦେବଙ୍କ ବିଜେପ୍ରତିମା ମାନଙ୍କୁ ଚଉଦୋଳ ବିମାନରେ ଗ୍ରାମର ଗିରିଗୋବର୍ଦ୍ଧନ ପଡିଆକୁ ନିଆଯାଇଛି। ଗିରିଗୋବର୍ଦ୍ଧନ ପଡିଆରେ ଠାକୁର ମାନେ ଚଉଦୋଳରେ ବିଜେ କରିଛନ୍ତି। ସେଠାରେ ଠାକୁରମାନଙ୍କର ପୁଜାର୍ଚ୍ଚନା କରାଯାଉଛି। ଶୁକ୍ରବାର ରାତ୍ରୀରୁ ଏହି ଗ୍ରାମ ପୁଜା ଉତ୍ସବରେ ଚଳଚଞ୍ଚଳ ହୋଇଉଠିଛି। ଗିରିଗୋବର୍ଦ୍ଧନ ଯାତ୍ରା ପଡିଆରେ ଠାକୁର ମାନଙ୍କର ଦର୍ଶନ ପାଇଁ ବହୁସଂଖ୍ୟାରେ ଭକ୍ତମାନଙ୍କର ସମାଗମ ହୋଇଛି। ଏପରିକି ଯାତ୍ରା ପଡିଆରେ ଦର୍ଶକ ମାନଙ୍କର ମନୋରଂଜନ ପାଇଁ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିପାଇଁ ଇଷ୍ଟର୍ଣ୍ଣ ଭାଓଲେଟ କଳାକାର ମାନଙ୍କ ଦ୍ୱାରା ଅପେରା ପରିବେଷିତ ହେଉଛି। ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ସବୁଜ ବାହିନୀ ଏବଂ ଗ୍ରାମ କମିଟି ଦ୍ୱାରା ପରିଚାଳିତ କରାଯାଉଛି। ଶନିବାର ଉଦଘାଟନୀ ସଂନ୍ଧ୍ୟାରେ ଆୟେଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଜ୍ୟ ସାଧାରଣ ସଂପାଦକ ଜତିନ ମହାନ୍ତି ସମ୍ମାନିତ ଅତିଥି ଭାବେ ବିଜେପିର ଖୋର୍ଦ୍ଧା ଜିଲା ଉପସଭାପତି ରୁଦ୍ର ନାରାୟଣ ବାହିନୀପତି ଯୋଗଦେଇଥିଲେ। ସେହିପରି ଗ୍ରାମର ସଭାପତି ସର୍ବେଶ୍ୱର ନାୟକ, ସମ୍ପାଦକ ବିଜୟ କୁମାର ଦାସ, ଙ୍କ ସମେତ ଗୋପ ସାହୁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଏହିକାର୍ଯ୍ୟକ୍ରମ ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁରହିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *