ଗାୟତ୍ରୀ ପ୍ରଜ୍ଞା ପୀଠରେ ରାମାୟଣ ସୁନ୍ଦରାକାଣ୍ଡ ପାଠ

ରାଉରକେଲା ୧୨/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଗାୟତ୍ରୀ ପ୍ରଜ୍ଞାପୀଠରେ ରାମାୟଣ ସୁନ୍ଦରାକାଣ୍ଡ ପାଠ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରଜ୍ଞାପୀଠର ମୁଖ୍ୟ ତଥା ମୁଖ୍ୟପ୍ରବନ୍ଧକ ଟ୍ରଷ୍ଟୀ ଡା. ରାହାସ ବିହାରୀ ମହାପାତ୍ରଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏକ ଆଧ୍ୟାତ୍ମିକ ସମାବେଶରେ ସାରନଗରୀ ସବ୍ରୋଦୟ ପାଠାଗାରର ରାମାୟଣ ଟିମ୍ ଶଶିଭୂଷଣ ସିହ୍ନାଙ୍କ ନେତୃତ୍ୱରେ ଲାଲବାବୁ ସାହାଣୀ, ଦୀପକ ଯାଦବ, ହାବିଲଦାର ରାମ, ଯମଦାରୀ ଯାଦବ, ଚନ୍ଦ୍ରିକା, ଶିବଲାଲ ସିଂ ଯୋଗଦାନ କରି ସଂଗୀତମୟ ଧ୍ୱନୀରେ ରାମାୟଣ ପାଠ କରାଇଥିଲେ। ଏଥି ସହିତ ବହୁ ସଂଖ୍ୟାରେ ଭକ୍ତ ମଣ୍ଡଳୀ ଅତିଥିଗଣ ତଥା ଗାୟତ୍ରୀ ପରିବାର ସଦସ୍ୟ, ସଦସ୍ୟା ମାନେ ମଧ୍ୟ ରାମାୟଣ ସୁନ୍ଦରାକାଣ୍ଡ ପାଠରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ସଂଯୋଜନାରେ ଗାୟତ୍ରୀ ପରିବାର ଫର୍ଟିଲାଇଜର ମହିଳା ଶାଖାର ପ୍ରମୁଖ ଡ. ମଂଜୁଶର୍ମା ମହାପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ। ପ୍ରଜ୍ଞାପୀଠର ଅନ୍ୟତମ ଟ୍ରଷ୍ଟ୍ରୀ ବିଚିତ୍ରାନନ୍ଦ ଦାସ, ଟ୍ରଷ୍ଟ୍ରୀ ଚରଣ କର, କାର୍ଯ୍ୟକ୍ରମ ସଂଯୋଜନାରେ ବିଶେଷ ସହଯୋଗ ପ୍ରଦାନ କରିଥିଲେ। ପୂଜାପାଠ ଓ ଆରତୀ ପରିବ୍ରାଜକ ଶ୍ରୀ ମହାବୀର ପଣ୍ଡିତଙ୍କ ଦ୍ୱାରା ସମ୍ପାଦନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଟି. ଦାସମୋହିନୀ, ରବିନ୍ଦ୍ର କୁମାର ବେହୁରିଆ, ଚିତରଂଜନ ନନ୍ଦ, ଗୈରାଙ୍ଗ ଦାଶ, ସାନ୍ତନୁ ମୁଦାଲି, ଦେବେନ୍ଦ୍ର ସାହୁ, ଗୌତମ ବେହେରା, ସୁବାଷ ପାତ୍ର, ସନ୍ତୋଷ ଦାସ, ମାନସ ବିଶ୍ୱାଳ, ରୋଷନ କୁମାର ଗୁପ୍ତା, ଗୈତମ ବେହେରା, ସନ୍ତୋଷ ବେହେରା, ଦାମୋଦର ଧଳ, ସମେତ ହୋମ ଅଫ୍ ଲାଇଫ, ଡି୍ରମ ଟିମ୍ ସଦସ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *