ଗାୟତ୍ରୀ ପରିବାର ପକ୍ଷରୁ ଧର୍ମଗଡ ଠାରେ ରାଜ୍ୟସ୍ତରୀୟ ସୃଜନଶୀଳ ଯୁବା ସମ୍ମିଳନୀ ଅନୁଷ୍ଠିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ର ଧର୍ମଗଡ ଠାରେ ଗାୟତ୍ରୀ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ସୃଜନଶୀଳ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଦଶହଜାର ଲୋକଙ୍କ ସମାଗମରେ ଗତ ୩୦ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଜ୍ଞାପନ ମେଢ ସମେତ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା,ଆଦିବସିଙ୍କ ମେଳି,ଦୀପଯାତ୍ରା,କଳସ ଯାତ୍ରା ଆଦି ଏହି ସମାବେଶର ଶୋଭାବର୍ଦ୍ଧନ କରିଥିଲା । ଓଡିଶା ତଥା ପଡୋଶୀ ଛତିଶଗଡ ରାଜ୍ୟର ଯୁବକମାନେ ଏହି ସମାବେଶରେ ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରାୟ ଦଶହଜାର ଶିବିରାର୍ଥୀଯୋଗ ଦେଇଥିବା ବେଳେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପ୍ରମୂଖ ଓ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳାଧିପତି ଡଃ ପ୍ରଣବ ପାଣ୍ଡ୍ୟା ପ୍ରମୂଖ ଯୋଗ ଦେଇ ଯୁବାପୀଢି ଙ୍କୁ ମାର୍ଗ ଦର୍ଶନ କରିଥିଲେ । ଚାରିଦିନ ବ୍ୟାପୀ ଏହି ଯୁବା ଶିବିରରେ ଆଲୋଚନା ଚକ୍ର,ସଂସ୍କୃତିକ ତଥା ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ଯୁବା ହଜାର ହଜାର ସଂଖ୍ୟାରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି ଅବସରରେ ଶିବିରାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ଦେବା ସହ ଯୁବ ଜାଗୃତି ସଙ୍ଗେ ସଙ୍ଗେ ରାଷ୍ଟ୍ର ଜାଗୃତି ସଂପର୍କରେ ଶିକ୍ଷା ଦାନ କରାଯାଇଥିଲା । ଆଗାମୀ ୨୦୧୬ ରେ ପରମପୂଜ୍ୟ ଆଚାର୍ଯ୍ୟା ମାତା ଭଗବତୀ ଦେବୀଙ୍କ ଶହେ ବର୍ଷ ପୂର୍ତୀ ପାଇଁ ଆଗାମୀ ନଅ ବର୍ଷ କାଳ ଯୁବା ମାନେ ସାଧନାର ବର୍ଷ ଭାବେ ଚରିତ୍ର ଗଠନ,ସ୍ୱାବଲମ୍ବୀ ଓ ସଂଗଠନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା । ସାଂପ୍ରତିକ ସମୟରେ ଦେଶର ୫୭ ପ୍ରତିଶତରୁ ଅଧିକ ଯୁବା ଶକ୍ତିଙ୍କ ସାମର୍ଥ୍ୟର ସଦ ବିନିଯୋଗ ସହ ସେମାନଙ୍କୁ ସଦ ପଥରେ ନେବା,ସ୍ୱାବଲମ୍ବୀ କରିବା,ଦେଶ ଗଠନରେ ପ୍ରମୂଖ ଦାୟୀତ୍ୱ ନିର୍ବାହ କରିବା ଆଦି ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବିଷୟ ଉଦ୍ୟୋକ୍ତା ମାନଙ୍କ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ପ୍ରମୂଖ ସୁରେଶ ଚନ୍ଦ୍ର ମୁଣ୍ଡ ତଥା ସହପ୍ରମୂଖ ପ୍ରଦୀପ ମହାରଣା ଏବଂ ବରିଷ୍ଠ କାର୍ଯ୍ୟକର୍ତା ଲଳିତ ଅଗ୍ରୱାଲ,ଅନୀଲ ଅଗ୍ରୱାଲ,କପିଳ ଅଗ୍ରୱାଲ,ମୃତୁ୍ଞ୍ଜୟ ଅଗ୍ରୱାଲ, ପୁଷ୍ପାଞ୍ଜଳି ପଣ୍ଡା,ଉର୍ମିଲା ମିଶ୍ର ପ୍ରମୂଖ ପରିଚାଲନା କରିଥିଲେ ।

Leave a Reply

Your email address will not be published. Required fields are marked *