ଅପରାଧ

ଗ୍ରାମ୍ୟ ଜଙ୍ଗଲରେ ଗଞ୍ଜେଇ ଚାଷ ମାମଲା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ, ୨୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚାଷ ମାମଲାକୁ ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୨.୧୨.୧୫ତାରିଖରେ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ ଥାନାର ମାଝିପଡା ଗ୍ରାମ ନିକଟସ୍ଥ ବାହାନି ନାଳକୁଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଛି ଓ ଉକ୍ତ ଗଞ୍ଜେଇ ଗୁଡିକ ଅମଳ ଯୋଗ୍ୟ ହେବାକୁ ବସିଛି। ଏ ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଗତ ୩.୧୨.୧୫ ରିଖରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଉକ୍ତ ଜଙ୍ଗଲ ଉପରେ ଚଢାଉ କରିଥିଲେ। ଚଢାଉ ବେଳେ ବାହାନି ନାଳ କୁଳରେ ଥିବା ଗ୍ରାମ୍ୟ ଜଙ୍ଗଲର ଭିତରେ ୨୯ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ଦେଖିବାକୁ ପାଇଥିଲେ। ପୋଲିସ କର୍ମଚାରୀ ମାନେ ୨୯ ଏକର ଜମିରେ ଲାଗି ଥିବା ୭୨ ହଜାର ୩୧୭ ଗୋଟି ଗଞ୍ଜେଇ ଗଛ ଗୁଡିକୁ ଓପାଡି ଦେଇ ନଷ୍ଟ କରି ଦେଇ ଥିଲେ। ସେହି ସମୟରେ ସେଠାରେ ମାଝିପଡା ଗ୍ରାମର ଜୟ ମାଝୀ ଓ ଯଦୁମଣୀ ମାଝୀ ଗଞ୍ଜେଇ ଗଛ ମୁଳରୁ ଘାସ ଓପାଡୁ ଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପୋଲିସ ମନମୁଣ୍ଡା ଥାନା କେସ ନଂ ୨୦୩/୧୫ ତା ୩.୧୨.୧୫ ରେ ଏକ ମାମଲା କରିଥିଲା। ଗଞ୍ଜେଇ ଚାଷ କରି ବିକ୍ରି କରୁଥିବା ନେଇ ଗତ ୪.୧୨.୧୫ ରେ ବିଚାର ପାଇଁ ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲାଟି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ (୭/୧୬ ) ରେ ହୋଇ ବିଚାର ହୋଇଥିଲା। ଅଭିଯୁକ୍ତ ଯଦୁମଣୀ ମାଝୀ ଜାମିନରେ ଯିବା ପରେ ଆଉ କୋର୍ଟକୁ ଆସିନଥିଲା। ଫଳରେ ବିଚାରପତି ଜୟ ମାଝୀଙ୍କ ମାମଲାକୁ ବିଚାର କରିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଅଭାବରୁ ଅଭିଯୁକ୍ତ ଜୟ ମାଝୀକୁ ନିର୍ଦ୍ଦୋଷର ଖଲାସ କରିଥିଲେ। ଏହି ମାମଲାଟିକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ପରିଚାଳନା କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top