ad
ଜିଲ୍ଲା ପରିକ୍ରମା

ଗାନ୍ଧୀ ବାଳାଶ୍ରମ ଅନ୍ତେବାସୀଙ୍କ ବାର୍ଷିକ ପରିଭ୍ରମଣ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଆଦେଶ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଏମିତି ହସିକ ଶିଶୁ ଯତ୍ନ ଅନୁଷ୍ଠାନ ଗାନ୍ଧୀ ବାଳାଶ୍ରମର ୧୧୦ ଜଣ ଅନ୍ତେବାସୀଙ୍କୁ ୩ଗୋଟି ତାପ ନିୟନ୍ତ୍ରିତ ବସ ଯୋଗେ ବାରଙ୍ଗ ସ୍ଥିତ ନନ୍ଦନ କାନନ, ପୁରୀ ସମୁଦ୍ରକୂଳ ଓ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପରିଦର୍ଶନ ଫେରିଛନ୍ତି। ପ୍ରଥମେ ପିଲା ମାନେ ନନ୍ଦନ କାନନସ୍ଥିତ ଚିଡ଼ିଆ ଖାନାରେ ପହଂଚି ସେଠାରେ ବିଭିନ୍ନ ପ୍ରକାର ପଶୁପକ୍ଷୀ, ଉଦ୍ୟାନ ହ୍ରଦ ସମେତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ। ତତ୍ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଅପରାହ୍ନରେ ପୁରୀରେ ପହଂଚିବା ପରେ ସମୁଦ୍ର ବେଳାଭୁମି ଏବଂ ଜଗନ୍ନାଥ ମନ୍ଦିର ସୁରୁଖୁରରେ ଦର୍ଶନ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଆଦେଶକ୍ରମେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଏବଂ ପୁରୀ ଟ୍ରାଫିକ ପୋଲିସ ଇନିସପେକ୍ଟର ସମ୍ପୁର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ। ପିଲାମାନେ ସମୁଦ୍ର ବେଳାଭୁମି, ଜଗନ୍ନାଥ ମନ୍ଦିର, ନରେନ୍ଦ୍ର ପୋଖରୀ, ଉତ୍କଳ ବାଳାଶ୍ରମ ଓ ସ୍ୱର୍ଗଦ୍ୱାର ପରିଦର୍ଶନ କରିଫେରିଥିଲେ। ଅନୁଷ୍ଠାନ ତରଫରୁ ସମ୍ପାଦକ ଅଶେକ ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତି, ଝରଣା ଦାସ, ସୁଧାଂଶୁ ଶେଖର ପଣ୍ଡା, ସସ୍ମିତା ନାୟକ, ସୌମ୍ୟ ରଂଜନ ଦାସ, ଶରତ ଚନ୍ଦ୍ର ଖଟୁଆ, ଅରବିନ୍ଦ ସେଠୀ, ମୀତାରାଣୀ ତ୍ରିପାଠୀ, ସସ୍ମିତା ମଲ୍ଲିକ, ସ୍ନିଗ୍ଧାରାଣୀ ଜେନା, ପ୍ରତିମା ସାହୁ, ଝୁନୁଲତା ରାଉତ, ରାଜେଶ ମୋହିନୀଙ୍କ ସମେତ ମୋଟ ୨୦ଜଣ ଷ୍ଟାପ ସହଯୋଗ କରିଥିଲେ। ବାଳାଶ୍ରମ ଅନ୍ତେବାସୀଙ୍କୁ ପରିଭ୍ରମଣର ସହାୟତା ପ୍ରଦାନ କରିଥିଲେ। ବାଳାଶ୍ରମ ଅନ୍ତେବାସୀଙ୍କୁ ପରିଭ୍ରମଣର ସହାୟତା କରିବାରୁ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଟ୍ରାଫିକ ପୋଲିସ ଇନିସପେକ୍ଟରଙ୍କୁ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ ସୁଦର୍ଶନ ବାରିକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ କୃତଜ୍ଞତା ଜଣାଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top