ଜିଲ୍ଲା ପରିକ୍ରମା

ଗାନ୍ଧୀ ଦର୍ଶନ ହିଁ ସଦ୍ଭାବନା, ଶାନ୍ତି, ପ୍ରଗତିର ମୂଳମନ୍ତ୍ର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ ସମାଜସେବୀ କପିଳ ଚରଣ ଦାସଙ୍କ ନବମ ଶ୍ରଦ୍ଦାଂଜଳି ସମାରୋହ ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ସୌଜନରୁ ଭଦ୍ରକ ସହିଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସମାଜରେ ଗାନ୍ଧୀବାଦର ଅବକ୍ଷୟ ଯୋଗୁ ସାଂପ୍ରଦାୟିକ ସମସ୍ୟାସହ ଉଗ୍ରବାଦ ମଥା ଟେକୁଛି। ଦେଶର ପ୍ରଗତି ଦିବା ସ୍ୱପ୍ନରେ ପରିଣତ ହୋଇ ଯାଉଛି। ମାନବିକତାର ବିଲୋପ ଘଟି ଅଶାନ୍ତି ସୃଷ୍ଟି ହେଉଛି। ଆଜିର ଘଡ଼ିସନ୍ଧି ବେଳରେ ଦେଶ ଓ ଜନତା ପାଇଁ ଗାନ୍ଧୀବାଦହିଁ ଏକମାତ୍ର ବିକଳ୍ପ। ଯୁବକ ଓ ଛାତ୍ରମାନେ ଯଦି ଗାନ୍ଧୀ ବାଦରେ ଉଦ୍ବୁଦ୍ଧ ହୁଅନ୍ତେ ରାମରାଜ୍ୟ ଭାରତ ଗଠନ ସମ୍ଭବ ହୁଅନ୍ତା, ଯାହା ସ୍ୱର୍ଗତ କପିଳ ଚରଣ ଦାସଙ୍କ ଜୀବନର ଆଭିମୁଖ୍ୟ ଥିଲା ବୋଲି ବିଶିଷ୍ଟ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଭଦ୍ରକର ମାନ୍ୟବର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହି ଶ୍ରଦ୍ଧାଂଜଳି ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱୋଳନ କରି ଉଦ୍ଘାଟନ କରିଥିଲା ବେଳେ ସମାଜ ସମ୍ବାଦପତ୍ରର ମୁଦ୍ରାକର ଓ ପ୍ରକାଶକ ଲୋକସେବକ ମଣ୍ଡଳର ରାଜ୍ୟ ସଂପାଦକ ନିରଂଜନ ରଥ ମୁଖ୍ୟ ଅତିଥି, ଡ଼. କୃଷ୍ଣ କେଶବ ଷଢ଼ଙ୍ଗୀ ମୁଖ୍ୟ ବକ୍ତା, ପ୍ରାକ୍ତନ ସ୍କୁଲ ଓ ଗଣଶିକ୍ଷା ସଚିବ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭଦ୍ରକ ପୌରପାଳ ମାନସ କୁମାର ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବରେ ମଂଚ ମଣ୍ଡନ କରି ସନ୍ଥ ସଂଗ୍ରାମୀ କପିଳ ଚରଣ ଦାସଙ୍କ ଦେଶଭକ୍ତି, ସେବା, ସାଧନା ଓ ସମାଜ କଲ୍ୟାଣରେ ଅନନ୍ୟ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧା ସମୁନ ଅର୍ପଣ କରିଥିଲେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଓ ପ୍ରାକ୍ତନ ସୂଚନା ଲୋକ ସଂପର୍କ ବିଭାଗର କମିଶନର ଦିଗମ୍ବର ମହାନ୍ତି ଶ୍ରଦ୍ଧାଂଜଳି ସମାରୋହର ଅଧ୍ୟକ୍ଷତା କରି ଅଭିଭାଷଣ ପ୍ରଦାନ କରି ସ୍ୱତନ୍ତ୍ରତା ସେନାନୀ ଓ ଭୂଦାନ କର୍ମୀ କପିଳ ଚରଣଙ୍କ ତ୍ୟାଗ, ଆଦର୍ଶ ଓ କର୍ମଯୋଗ ସଂପର୍କରେ ସମସ୍ତେ ଉଦ୍ବୁଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡା ଅତିଥି ପରିଚୟ ଓ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସ୍ୱାଗତ ଭାଷଣ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସଙ୍କ ସଂଚାଳନା ଓ ସଂଯୋଜନାରେ ଅଧୀକ୍ଷକ ହୃଷିକେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଳାଶ୍ରମର ଅନ୍ତେବାସୀମାନେ ଦେଶଭକ୍ତି ସଂଗୀତ ପରିବେଷଣ କରିଥିଲେ। ବାଳାଶ୍ରମର ବରିଷ୍ଠା ସଦସ୍ୟା ଶାନ୍ତିଲତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ, ଡ଼େପୁଟି କଲେକ୍ଟର ପଦ୍ମନ ରାୟ, ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଡ଼. ରାମଚନ୍ଦ୍ର ପଣ୍ଡା, ଶାନ୍ତନୁ ରାଉତ, ଡ଼ାକ୍ତର ପ୍ରଭାସ ଆଚାର୍ଯ୍ୟ, ନିର୍ମଳ ରାଉତ, ଛେନାପଦିସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମର ସଂପାଦକ ପ୍ରେମାନନ୍ଦ ଦାସ, ସୋରସ୍ଥିତ ପୁରବାଇ କନ୍ୟାଶ୍ରମର ସଂପାଦିକା ସୁମତି ମହାନ୍ତି, ଦେବେନ୍ଦ୍ର ସ୍ୱାଇଁ, ବାସୁଦେବ ଦାସ, ବିମ୍ବାଧର ବ୍ରହ୍ମ, ପ୍ରଭାକର ମଲ୍ଲିକ, ମି୍ରଣାଳକାନ୍ତି ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top