ଗାନ୍ଧୀ ଓଡିଶା ବାଳାଶ୍ରମରେ ଏ୍ୟତିହାସିକ ହରିଜନ ପଦଯାତ୍ରା ସ୍ମାରକି ସମାରୋହ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମନାମାନବ ମହାତ୍ମାଗାନ୍ଧୀଙ୍କ ଏ୍ୟତିହାସିକ ହରିଜନ ପଦଯାତ୍ରାର ସ୍ମାରକି ସମାରୋହ ଭଦ୍ରକ ଗାନ୍ଧୀ ଓଡିଶା ବାଳାଶ୍ରମରେ ଅନୁଷ୍ଠିତ ହୋଇଯାଇଛି। ୧୯୩୪ ମସିହା ଜୁନ ୫ ତାରିଖ ମହାତ୍ମାଗାନ୍ଧୀ ସହକର୍ମୀଙ୍କ ସହ ଭଦ୍ରକରେ ପହଂଚିଥିଲେ। ଅସ୍ପୃଶ୍ୟତା ନିରାକରଣ ମାଧ୍ୟମରେ ସାମାଜିକ ଐ୍ୟକ ଓ ସ୍ୱାଧୀନତା ଆନ୍ଦୋଳନରେ ସବୁଶ୍ରେଣୀର ଜନତାଙ୍କ ସଂପୃକ୍ତ କରି ଇଂରେଜ ଶାସନ ବିରୁ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରିବା ଥିଲା ଏହି ପଦଯାତ୍ରାର ଆଭିମୁଖ୍ୟ। ଏହି ଅବସରରେ ଗାନ୍ଧୀ ଓଡିଶା ବାଳାଶ୍ରମରେ ତିନିଦିନ ଅବସ୍ଥାନ କରିବା ସହ ସତ୍ୟ, ଶାନ୍ତି, ଅହିଂସା ଓ ବିଭିନ୍ନ ରଚନାତ୍ମକ କାର୍ଯ୍ୟ ସଂପର୍କରେ ସମସ୍ତଙ୍କୁ ବୁଝାଇଥିଲେ। ଗାନ୍ଧିଜୀଙ୍କ ପଯାତ୍ରାର ଏହି ଅ୍ୟତିହାସିକ ସ୍ମୃତିକୁ ସାଧାରଣ ଜନତାଙ୍କ ହୃଦୟରେ ନୂତନ ଭାବ ସୃଷ୍ଟି କରିବା ପାଇଁ ହିଂସା, ଶୋଷଣ, ଦୁର୍ନିତୀ, ଭ୍ରଷ୍ଟା·ର, ମୁକ୍ତ ଭାରତ ଗଢିତୋଳିବା ପାଇଁ ଏହି ସ୍ମାରକି ଉତ୍ସବରେ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ବସ୍ତି ସଫେଇ, ରାମଧୂନ ଗାନ, ଗାନ୍ଧୀ ସ୍ମୃତି ଘରେ ପୁଷ୍ପ ଅର୍ପଣ ଓ ଶାନ୍ତି ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅପରାହ୍ନରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ତ୍ୟାଗଭୂମି ମହୋତ୍ସବର ସଭାପତି ଅଜୟ ନାୟକ, ପ୍ରଶଦୟାପକ କମଳାକାନ୍ତ ସ୍ୱାଇଁ,  ଆଇନଜିବୀ ତୁଷାରକାନ୍ତ ମହାନ୍ତି, ପ୍ରାଧ୍ୟାପକ ଡ. ରାଜକିଶୋର ସାହୁ,  ସମାଜସେବୀ ସୁଧାକର ରାଉତ, କବିୟତ୍ରୀ ଶାନ୍ତିଲତା ନାଗ, ଶିକ୍ଷାବିତ ଶାନ୍ତନୁ ରାଉତପ୍ରମୁଖ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ସହ ଗାନ୍ଧୀ ଓଡିଶା ବାଳାଶ୍ରମର ଏ୍ୟତିହାସିକ ସଂପର୍କ ସାମାଜିକ, ସଦଭାବନା ଗାନ୍ଧୀବାଦର ପ୍ର·ର ଆଜି ସମାଜରେ କିପରି ପ୍ରାସଙ୍ଗିକ ହୋଇଯାଇଛି ସେ ସଂପର୍କରେ ଆଲୋକପାତ କରିଥିଲେ। ବାଳାଶ୍ରମ ସଂପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସାହିତିକ ପ୍ରଫୁଲ୍ଲ ପଣ୍ଡା ଉତ୍ସବର ଆଭିମୁଖ୍ୟ ସଂପର୍କରେ ମତପୋଷଣ କରିଥିଲେ। ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ଦିଗଦର୍ଶନରେ କଣ୍ଠଶିଳ୍ପୀ ଶଶିକାନ୍ତ ସାହୁ, ଉଗ୍ରେମ ମାରାଣ୍ି, ଗୁମୁନ୍ଦା ମୁର୍ମୁ ଗାନ୍ଧୀଙ୍କ ପ୍ରୀୟ ଭଜନ ପରିବେଷଣ କରିଥିଲେ। ଅଧିକ୍ଷକ ହୃଷିକେଶ ମହାନ୍ତି, ସୁାଂଶୁଶେଖର ପଣ୍ଡା, ସୋମ୍ୟରଂଜନ ଦାଶ, କାଳନ୍ଦୀ ଚରଣ ମଳିକପ୍ରମୁଖ କାର୍ଯ୍ୟକ୍ରମ ପରି·ଳରେ ସହଯୋଗ କରିଥିବା ସହ ମନରଂଜନ ମହାନ୍ତି ନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲା ଶ୍ରମିକ ସାମୁଖ୍ୟର ନବ ନିର୍ବାଚିତ ସଭାପତି ସମାଜସେବୀ ଅଜୟ ନାୟକଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *