ଓଡ଼ିଶା

ଗାନ୍ଧି ମାର୍ଗରେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କେବଳ ଶିକ୍ଷକଙ୍କ ଦରମା ନୁହେଁ ଓଡିଆ ପିଲାଙ୍କ ଭବିଷ୍ୟତ ସହ ସମସ୍ୟା ଜଡିତ : ଧର୍ମେନ୍ଦ୍ର ପ୍ରଧାନ

– ନିର୍ବାଚନ ଜିତିବା ପାଇଁ ୧୨୦୦ କୋଟିର ଆମ ଗାଁ-ଆମ ବିକାଶ, ୪୫୦ କୋଟିର ବିଜୁ ଯୁବ ବାହିନୀ ମାତ୍ର ଶିକ୍ଷା ସମସ୍ୟାକୁ ଅଣଦେଖାର ଅଭିଯୋଗ
– ୨୦୧୪ରୁ ୨୦୧୮ ଭିତରେ ରାଜ୍ୟର ତେଲ ଟିକସ ୩ ହଜାରରୁ ୭ ହଜାର କୋଟି ବଢିଛି
– ସେଥିରୁ ୭୦୦/୮୦୦ କୋଟି ଶିକ୍ଷକମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ
– ଓଡିଶା ବିଜେଡିର ଜାଗିର ନୁହେଁ –ଗଣତନ୍ତ୍ରରେ ତାଙ୍କର ବି ମତ ଦେବାର ଅଧିକାର ଅଛି
ଭୁବନେଶ୍ୱର, ୦୭ ସେପ୍ଟେମ୍ବର (ଓଡ଼ିଆ ପୁଅ) – ଗାନ୍ଧିମାର୍ଗରେ ଆନ୍ଦୋଳନରତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେଇ ଶିକ୍ଷକ ସମାଜର ଦାବିକୁ ତୁରନ୍ତ ମାନିନେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ ସମବେତ ଶିକ୍ଷକ ସମାଜକୁ ଉଦବୋଧନ ଦେଇ କହିଛନ୍ତି ଏହି ଆନ୍ଦୋଳନ କେବଳ ଶିକ୍ଷକମାନଙ୍କର ଦରମା ସହିତ ସଂଶ୍ଳିଷ୍ଟ ନୁହେଁ ବରଂ ୩୦/୩୫ ଲକ୍ଷ ସାଧାରଣ ଓଡିଆ ଘରର ପିଲାଙ୍କ ଭବିଷ୍ୟତ ସହ ଜଡିତ। ଯଦି ଥରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପିଲାଙ୍କର ପାଠପଢା ବ୍ୟାହାତ ହେବ ତାହେଲେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯଦି ରାଜ୍ୟ ସରକାର ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଭାଙ୍ଗି ଆମ ଗାଁ-ଆମ ବିକାଶ ନାଁରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ଏହାସହ ୪୫୦ କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନାଁରେ ଦଳୀୟ କର୍ମୀଙ୍କ ପକେଟ୍ ରେ ଟଙ୍କା ଦେବାପାଇଁ ଚାହୁଁଛନ୍ତି, ତାହେଲେ ଶିକ୍ଷକମାନଙ୍କୁ ଦରମା ଦେବା ବାବଦରେ ୭୦୦/୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ କାହିଁକି କୁଣ୍ଠିତ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ବିଜେଡି ଆନ୍ଦୋଳନ କରୁଥିବା ବେଳେ ୨୦୧୪ରେ ରାଜ୍ୟ ସରକାରଙ୍କର ତେଲରୁ ଟିକସ ୩ ହଜାର କୋଟି ଟଙ୍କା ଥିବା ବେଳେ ୨୦୧୮ରେ ଏହା ୭ ହଜାର କୋଟିରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତେଲରୁ ଏତେ ଟିକସ ନେବାପରେ ମଧ୍ୟ ଏଥରୁ ୭୦୦/୮୦୦ କୋଟି ଶିକ୍ଷକଙ୍କୁ ଦରମା ଦେବାକୁ ସରକାର କୁଣ୍ଠାବୋଧ କରନ୍ତୁନାହିଁ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ନିଜ ବିଭାଗ ଛାଡି ଅନ୍ୟଥିରେ ସେ ମୁଣ୍ଡ ପୁରାଇବା ବିଜେଡି ଅଭିଯୋଗ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ଶାସକ ଦଳର ଏପରି ଆପତି ସେମାନଙ୍କର ଅହଂକାର। ଓଡିଶାର ସବୁବର୍ଗର ଲୋକଙ୍କ ସମସ୍ୟା ବିଜେଡିର ଏକଚାଟିଆ ଅଧିକାର ନୁହେଁ। ରାଜ୍ୟର ଶାସକ ଦଳ ଓଡିଶାଟା ସେମାନଙ୍କ ଜାଗିର ଭାବୁଥିବାରୁ ଏପରି ଅଭିଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top