ଗାନ୍ଧି ଜୟନ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲା ପ୍ରଶାସନ ଓ ମଟର କର୍ମଚାରୀ ସଂଘ ପକ୍ଷରୁ ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ   ହୋଇଯାଇଛି । ପ୍ରଶାସନ ପକ୍ଷରୁ ସ୍ଥାନିୟ ଗାନ୍ଧି ଛକଠାରେ ମହାତ୍ମା ଗାନ୍ଧିଙ୍କ ପ୍ରର୍ତିମୃର୍ତ୍ତିରେ ଅତିରିକ୍ତ ଜିଲାପାଳ ଧ୍ରୁବରାଜ ପାଣ୍ଡେ ଏବଂ ଅନ୍ୟାନ୍ୟ ପ୍ରମୁଖ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମଟର କର୍ମଚାରୀ ସଂଘ ପକ୍ଷରୁ ସ୍ଥାନିୟ ବସଷ୍ଟାଣ୍ଡ ନିକଟରୁ ଏକ ସଚେତନତା ଶୋଭା ଯାତ୍ରା ଆୟୋଜନ କରାଯାଇଥିଲା । ଶେଷରେ ଜିଲା ପ୍ରଶାସନ ପକ୍ଷରୁ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନଜିବି ହିରାଚାନ୍ଦ ପଟ୍ଟନାୟକ,ଶିକ୍ଷକ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧିଙ୍କ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *