ଜିଲ୍ଲା ପରିକ୍ରମା

ଗାଁ ରାସ୍ତା ପାଇଁ ଅଣ୍ଟା ଭିଡିଲା ଯୁବକ ସଂଘ ନିଜସ୍ୱ ପାଣ୍ଠିରେ କଲେ ପକ୍କା ରାସ୍ତା ନିର୍ମାଣ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନିଜ ଗାଁ ଲୋକଙ୍କ ପାଇଁ ଯୁବକମାନେ ଅଣ୍ଟା ଭିଡିଲେ। ସରକାରୀ ଅନୁଦାନ ପଛରେ ନପଡି ନିଜ ଗାଁ ପାଇଁ ନିଜସ୍ୱ ଅନୁଦାନରେ ଗାଁ ରାସ୍ତା କଲେ ପକ୍କା ସଡକ। କେବଳ ଗାଁର ରାସ୍ତା ନୁହେଁ, ଗାଁ ନଳକୂ ଏବଂ ନାଳ ସଫା କରି ମା’ ସାରଳା ସନକ୍ଳବ ଯୁବକ ସଂଘର କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ଅଞ୍ଚଳର ପ୍ରଶଂସାର ପାତ୍ର ପାଲଟିଛନ୍ତି। ଚାନ୍ଦବାଲି ବ୍ଲକ ନୂଅଗାଁ ପଞ୍ଚାୟତ ଜନ୍ତୁଆଲି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ୨ଶହ ମିଟର ରାସ୍ତା ୧ ଫୁଟର ଗାଢ ସୃଷ୍ଟି ହୋଇଥିବାରୁ ସାମନ୍ୟ ବର୍ଷା ହେଲେ ଗାଁକୁ ଯାତାୟତ ପାଇଁ ଗ୍ରାମବାସୀ ନାନା ଦୁର୍ଦ୍ଦଶା ଭୋଗୁଥିଲେ। ଏଥିପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ହେବା ସହ ଛୋଟଛୋଟ ପିଲା ବର୍ଷା ଦିନେ ସ୍କୁଲ ଯାଇପାରୁ ନଥିଲେ। ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ସମେତ ବ୍ଲକ ପ୍ରଶାସନ ନିକଟରେ ଗୁହାରୀ କରି ନୟାନ୍ତ ହେବା ପରେ ଗାଁର ଯୁବକମାନେ ଏଭଳି ନିଷ୍ପତ୍ତି ନେଇଥିଲେ। ଯୁବକମାନେ ନିଜସ୍ୱ ପାଣ୍ଠି ଯୋଗାଡ କରି ଗଣେଶ ପୂଜା ପରେ ଗାଁର ଖାଲଖମା ରାସ୍ତାକୁ ପକ୍କା ସଡକ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନୂଆଗାଁ ପଞ୍ଚାୟତର ଜନ୍ତୁଆଲି ଗାଁରେ ୮ଟି ସାହିର ୨୦୮ ପରିବାରରେ ୨ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ଗାଁରେ ମହାଳିକସାହି ଓ ବେହେରାସାହିକୁ ଆଜି ବି ଲୋକେ କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି। ସରକାର ପୁଣି ଯଦି ଏହି ଦୁଇଟି ସାହି ପାଇଁ ରାସ୍ତା ନିର୍ମାଣ ନକରିନ୍ତି ତେବେ ଆଗାମୀ ଦିନରେ ଯୁବକମାନେ ପୁଣି ଏହି ଦୁଇ ସାହିକୁ ମୋରମ ରାସ୍ତା କରି ଦେଖାଇ ଦେବେ ବୋଲି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top