ତିର୍ତ୍ତୋଲ, ୨୨.୦୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ମିର୍ଜାପୁର ଗ୍ରାମ ମୁରବୀ ତଥା ସମାଜସେବୀ ପୁରୁଷୋତ୍ତମ କରଙ୍କ ୯୨ବର୍ଷରେ ଗତକାଲି ଭୁବନେଶ୍ୱର ଏକ ଘରେଇ ଚିକତ୍ସାଳୟରେ ପରଲୋକ ହୋଉଯାଇଅଛି। ସେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ଖ୍ୟାତି ଅର୍ଜନ କରିବା ସହିତ ବିଭିନ୍ନ ସମସ୍ୟା ସମାଧାନ କ୍ଷତ୍ରରେ ଅଗ୍ରିଣ ଭୂମିକା ନେଉଥିଲେ। ତିର୍ତ୍ତୋଲ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ତାଙ୍କ ନାମରେ ପୁରୁଷୋତ୍ତମ ପାଠାଗାର ପ୍ରତିଷ୍ଠା ହୋଇଅଛି। ସ୍ୱର୍ଗତ କର ନାଉଗାଁ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର କରଙ୍କର ପିତା ଅଟନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପବିତ୍ର କୁମାର କର, ପ୍ରଭାଷ କର, ଭାଇ ତଥା ବରିଷ୍ଠ ଆଇନଜିବୀ ଭଜହରି କର, ଗଜେନ୍ଦ୍ରନାଥ କର, ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଶିକ୍ଷକ ନେତା ସୁରେନ୍ଦ୍ର କୁମାର ମହାପାତ୍ର, ଗୌରାଙ୍ଗ ଚରଣ ଦାସ, ବିଜୟ କୁମାର ନନ୍ଦ, ଜିଲ୍ଲା ପରିଷଦସଭ୍ୟ ସନାତନ ଦଳାଇ, ଗୋପିନାଥ ଦାଶ, ବୈରାଗୀ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ଦାସ, ଶିକ୍ଷାବିତ୍ ତଥା ପୁର୍ବତନ ତିର୍ତ୍ତୋଲ ଶିକ୍ଷାଜିଲ୍ଲା ଅଧିକାରୀ ମନମୋହନ କାନୁନ୍ଗୋ, ସମୀର କୁମାର ପଟ୍ଟନାୟକ, ତିର୍ତ୍ତୋଲ ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନ ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ।
