ଗାଁ ମାଟିର ଯୁଗ ନିର୍ମାତା ଥିଲେ ବସୁ ସାର

ଭଦ୍ରକ, ୮ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଶିକ୍ଷାଦାନ କ୍ଷେତ୍ରରେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦିବଙ୍ଗତ ବସୁଦେବ ପଲାଇ। ଗ୍ରାମଞ୍ଚଳରେ ଶିକ୍ଷାର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଥିଲା। ଏହା ଛଡ଼ା ସେ ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଅଗ୍ର ଭୂମିକା ଲିଭାଇ ଥିଲେ। ଜଣେ ସଫଳ ମଣିଷର ପରିଚୟ ସୃଷ୍ଟି କରିଥିବା ବସୁ ସାର ଗାଁ ମାଟିର ଯୁଗ ନିର୍ମାତା ଥିଲେ ବୋଲି ଆଜି ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ କସଟି ଠାରେ ଆୟୋଜିତ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଗଣେଶ ବାଡ଼ି ଠାରେ ଆୟୋଜିତ ତୃତୀୟ ବାର୍ଷିକ ସମାରୋହ ସଭାରେ ପୌରହିତ୍ୟ କରିଥିଲେ ଜାତୀୟ ସମ୍ମାନପା୍ରପ୍ତ ଶିକ୍ଷାବିତ୍‌ଶୁକଦେବ ନାୟକ। ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି, ରାଜ୍ୟ ବିଜେପି ଉପସଭାପତି ପ୍ରାକ୍ତନ ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବସୁଦେବ ପଲାଇ ସାଧାରଣ ମାନବୀୟ ସତ୍ତାର ଅଧିକାରୀ ନଥିଲେ, ତାଙ୍କ ଜୀବନ ଥିଲା ରୁଷି ପ୍ରତିମ ବୋଲି କହିଥିଲେ। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ପ୍ରଫେସର ଡ଼ ରାମଜନ୍ଦ୍ର ପଣ୍ଡା, ଧାମନଗର ସରକାରୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ସ୍ୱାଇଁ, ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ରୟାଲ ସ୍କୁଲର ଅଧ୍ୟକ୍ଷ ପାର୍ଥ ସାରଥୀ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବକୁ ଆମ କଲମର ସମ୍ପାଦକ ସାରଥୀ ପଣ୍ଡା ସଂଯୋଜନା କରିଥିଲେ। କାଳନ୍ଦୀ ମଳିକ ମଞ୍ଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବର୍ଷିୟାନ କଳାକାର ନିତ୍ୟାନନ୍ଦ ପାଢ଼ୀ ବେଦ ପାଠ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସ୍ମୃତି ପ୍ରତିକା ଅନିର୍ବାଣ ଲୋକାର୍ପିତ ହୋଇଥିଲା। ଶିକ୍ଷା କ୍ଷେତ୍ରରେ କୃତିତ୍ୱ ନିମନ୍ତେ ସାହାଡ଼ା ଲାଲାଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଦଲ କିଶୋର ମହାପାତ୍ରଙ୍କୁ ବସୁଦେବ ପଲାଇ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍‌ରମେଶ ଚନ୍ଦ୍ର ପତ୍ରୀ, ସାହିତ୍ୟିକ ବୃନ୍ଦାବନ ରାଉଳ, ରବିନ୍ଦ୍ର ନାଥ, ସଂଗୀତ ନିର୍ଦ୍ଦେଶକ ସନ୍ତୋଷ ଦାସ, ସମାଜ ସେବୀ ଶ୍ରୀକାନ୍ତ ନାୟକ, ପ୍ରଧାନ ଶିକ୍ଷକ ହେମେନ୍ଦ୍ର ମହାନ୍ତି, ପ୍ରଣବ ସାହୁ, ଭୀବସେନ ପରିଡ଼ା, କବି ଅକ୍ଷୟ ଜେନା, ବୈକୁଣ୍ଠ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟାପକ ସୋମନାତ ଓଝା, ହେମନ୍ତ ନାୟକ, ଅଧ୍ୟାପକ ଚିତ୍ତ ରଂଜନ ଦାସ, ଜାବଦ ମହାସଭାର ବ୍ଲକ ସଭାପତି ସୁବାଷ ବାରିକ, ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ, ଗୌରାଙ୍ଗ ନାୟକ, ମନୋଜ ପଲାଇ ପ୍ରମୁଖ ଯୋଗ ଦେଇଥିଲେ। ସ୍ମୃତି କମିଟିର ଆବାହକ ଅମରେଶ ପଲାଇ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *