ଓଡ଼ିଶା

ଗାଁ ମାଟିର ଝିଅ ଦୂତି ଚାନ୍ଦଙ୍କୁ ଜାରକା ଠାରେ ଭବ୍ୟ ସଂବର୍ଦ୍ଧନା

ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ଆର୍ନ୍ତଜାତିକ ଖ୍ୟାତି ସଂପନ୍ନା ଧାବିକା ଦୂତିଚାନ୍ଦ ଏସିୟ କ୍ରିଡାରେ ୨ଟି ରୋପ୍ୟ ପଦକ ହାସଲ ପରେ ଶନିବାର ନିଜ ଘର ଚକଗୋପାଳକୁ ଆସିଛନ୍ତି। ନିଜ ଗାଁକୁ ଯିବା ବଳେ ଆଜି ଅପରାହ୍ନରେ ଜାରକା ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସଂବର୍ଦ୍ଧନା ଦିଆଯାଇଛି। ଜାରକା ପୁଜାମଣ୍ଡପ ଠାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଦୁତିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଥିଲେ। ସେହିଭଳି ଧର୍ମାଶାଳା ମହୋତ୍ସବ ପୂଜା କମିଟି ସଭାପତି ଜଳଧର ମହାନ୍ତି, ଜାରକା ବଡ ବଜାର କମିଟିର ସଭାପତି କିଶୋର ନାୟକ, ପ୍ରେସକ୍ଲବ ଉପଦେଷ୍ଟା ରମାକାନ୍ତ ଜେନା, ବଟକୃଷ୍ଣ ପରିଡା, ସଭାପତି ଇନ୍ଦ୍ରମଣି ନାୟକ, ସାଧାରଣ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଶତପଥି, ପ୍ରଶାନ୍ତ ଗନ୍ତାୟତ.ଅଖିଳ କୁମାର ସ୍ୱାଇଁ, ସମିତି ସଭ୍ୟ ଜଳଧର ସାହୁ, ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି, ସୁଦୀପ୍ତ କୁମାର ସ୍ୱାଇଁ, ମହୋସବ ପୂଜା କମିଟି ସଂପାଦକ ସତ୍ୟପ୍ରିୟ ମହାନ୍ତି, ମେନ ମାର୍କେଟ ବଣିକ ସଂଘ ସଭାପତି ଅଶୋକ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ମୁଦୁଲି, ଅଜୟ କୁମାର ନାୟକ, କୁମାରୀ ସରପଞ୍ଚ ନଟବର ସାହୁ, ପ୍ରମୁଖ ଦୂତି ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସଂବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଚଣ୍ଡିଖୋଲ ଠାରୁ ଦୂତି ଚାନ୍ଦଙ୍କୁ ପାଛୋଟି ଅଣାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top