ଗାଁ ମଶାଣୀରେ ବୃକ୍ଷରୋପଣ

ତିର୍ତ୍ତୋଲ୨୨/୦୮(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମ ତିର୍ତ୍ତୋଲର ଗାଁ ମୁଣ୍ଡରେ ଥିବା ମଶାଣୀରେ ଆଜି ନିତ୍ୟାନନ୍ଦ ଜେନାଙ୍କ ପରିଚାଳନାରେ ଗ୍ରାମର ବରିଷ୍ଠ ନାଗରିକ ସର୍ବଶ୍ରୀ ଲକ୍ଷ୍ମୀଧର ଲେଙ୍କା, ଗୌରାଙ୍ଗ ଚରଣ ଜେନା, ଯୋଗେନ୍ଦ୍ର ଦାଶ, ମିଟା ନନା, ମହେଶ୍ୱର ପରିଜା, ଜେନାମଣୀ ବିରେନ୍ଦ୍ର କୁମାର ରାୟ, ବିଶ୍ୱନାଥ ମିଶ୍ରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହଇ ଚାଖୁଣ୍ଡା, ପଣସ, ଆମ୍ବ, ଆକାଶିଆ ସମେତ ବିଭିନ୍ନ କିସମର ମୁଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବସଂଗଠନ ତରକ୍ଷରୁ ଚନ୍ଦ୍ରକାନ୍ତ ରାୟ, ବିରେନ୍ଦ୍ର ସ୍ୱାଇଁ, ହୃଷିକେଶ ପରିଜା, ପ୍ରକାଶ ପରିଜା, ଗଗନ ବିହାରି ଜେନା, ଶ୍ରମିକ ନେତା ସୁନାକର ସେଠୀ ପ୍ରମୁଖ ଯୋଗଦେଇଥିଲେ। ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର ସମସ୍ତଙ୍କୁ ସାଧୁବାଦ ଦେବା ସହିତ ମଶାଣିର ଅବଶିଷ୍ଟ କାର୍ଯ୍ୟକୁ ତ୍ୱରାନିତ କରାଯିବାପାଇଁ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *