ଗାଁ ବିଦ୍ୟାଳୟ ମୋର ଆତ୍ମା ଓ ଜୀବନର ସାଥୀ : ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ବାଗ

-:ଜଗଦୀଶ ସୁନା:-

ସୁବାଷ ଚନ୍ଦ୍ର ବାଗ ୧୬ ବର୍ଷର ଯୁବକ ପାଠ ମ୍ୟାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ଫେଲ୍ ହୋଇଛି ସତ, ହେଲେ ସେ ନିଜକୁ ନିଜେ ପାସ କରିଥିବା କହିବସନ୍ତି। କାରଣ ସେ ଭିନ୍ନକ୍ଷମ। ଜନ୍ମରୁ ଦୁଇ ଆଖି ଅନ୍ଧ। ନିଜ ଆଖିଠାରୁ ଏକ ଇଞ୍ଚ ଦୂରତ୍ୱ ପର୍ଯ୍ୟନ୍ତ ସାମାନ୍ୟ ଦେଖାଦିଏ ବୋଲି କହିବସେ ସୁବାଷ। ସେ ଭିନ୍ନକ୍ଷମ ଥିବାରୁ ତାଙ୍କୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲେଖିବାପାଇଁ ରାଇଟର ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା। ତାହାମଧ୍ୟ ନିୟମ ରହିଥିଲା ଯେ, ଦଶମ ଶ୍ରେଣୀ ପରୀକ୍ଷାର୍ଥି ପାଇଁ ତା ତଳ ସ୍ତର ପାଠ ପଢ଼ୁଥିବା ଛାତ୍ରଙ୍କୁ ନିଯୁକ୍ତି ଦିଆଯିବା କଥା। କିରେଝୋଲା ଗାଁର ପ୍ରଧାନ ଶିକ୍ଷକ ମନୋଜ କୁମାର ସାମଲ କହିବସନ୍ତି। ସେଥିଯୋଗୁଁ ନବମ ଶ୍ରେଣୀର ଛାତ୍ର କୁଞ୍ଜବିହାରୀ ସୁନାନୀକୁ ନିଯୁକ୍ତି ଦିଆଯାଇଥିଲା। ସୁବାଷ ଯାହା କହୁଥିଲା ତାଙ୍କ ମତରେ ପ୍ରଧାନ ଶିକ୍ଷକ କହନ୍ତି ରାଇଟର ଭଲରେ ଲେଖି ପାରିନଥିଲା, ସେଥିଯୋଗୁଁ ଫେଲ୍ ହୋଇଯାଇଥିବା କଥା କହିବସିଥିଲେ। ମୋର ପାଠପଢ଼ା ଭବିଷ୍ୟତ ଧୂଳିସାତ ହୋଇଗଲା ବୋଲି ନିଜେ ଦୃଷ୍ଟିହୀନ ଛାତ୍ର ସୁବାଷ କହିବସନ୍ତି।

ସୁବାଷ ଜଣେ ଗରୀବ ଦଳିତ ସଂପ୍ରଦାୟର ଛାତ୍ର ଅଟେ। ଜାତିରେ ମହାଲିଙ୍ଗ, କେବଳ ଗୋଟିଏ ଘର ତାଙ୍କ ଗାଁ କିରେଝୋଲାରେ ଦେଖିବାକୁ ମିଳେ। ତାହା ମଧ୍ୟ ଝାଟିମାଟିରେ ତିଆରି। ତାଙ୍କ ବାପା ମାଁ କୁଲି ମଜୁରୀ କରି ଚଳନ୍ତି। ଅବସର ସମୟରେ ରସି ଦଉଡ଼ି ତିଆରି କାମ କରନ୍ତି। ବାପା ଲଳିତ ମୋହନ ବାଗ, ମାଆ ଅନୁସୟା ବାଗ କହନ୍ତି ଭିନ୍ନାକ୍ଷମ ଅନ୍ଧପୁଅ ଜନ୍ମ ଦେଇଥିବାରୁ ମୁଁ ବହୁତ ଦୁଃଖିତ ଓ ସଦା ସର୍ବଦା ଚିନ୍ତିତ ତା ପାଠ ପଢ଼ା ଓ ଭବିଷ୍ୟତ ପ୍ରତି। କିରେଝୋଲ ଗାଁ ବୁଡ଼େନ ବ୍ଲକ, କର୍ଲାକୋଟ ପଞ୍ଚାୟତ ଅଧିନସ୍ଥ ନୂଆପଡ଼ା ଜିଲ୍ଲା। ସୁବାଷ ଭିନ୍ନକ୍ଷମ ହେଲେ ମଧ୍ୟ ସେ ନିଜକୁ ନିଜେ ଅକ୍ଷମ ନ ଭାବି ସଦାସର୍ବଦା ସକ୍ଷମ ଭାବିବସନ୍ତି ଓ ଭାବୁଅଛି। ସେ କହେ ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ। ତାଙ୍କ ନିକଟରେ ଦେଖିବାକୁ ମିଳିଥିଲା ବିଚକ୍ଷଣ ବୁଦ୍ଧି ଓ ନିଆରା ଗୁଣ। ତାଙ୍କ ନିକଟରେ ଦେଖିବାକୁ ମିଳେ ମନରେ ଶ୍ଳୋକ, ମନ୍ତ୍ର, ଗୀତ ଓ ସ୍ପଷ୍ଟଭାଷୀ ସଂସ୍କୃତି ଶ୍ଳୋକ, ଷୋହଳପାଲା ତା ମୁହଁରେ ଝୁଲୁଛି। ନିଜେ ଲେଖି ନାଟ୍ୟର ନିର୍ଦ୍ଦେଶକ ଓ ଲେଖକ ସାଜି ଅଭିନୟ ପାଇଁ ମଧ୍ୟ ଦିଗ୍ଦର୍ଶନ ଦିଅନ୍ତି। ପ୍ରତ୍ୟେକ ଭଗବାନଙ୍କ ସ୍ତୁତି, ମନ୍ତ୍ର ତା ପାଟିରୁ ଆପେ ଆପେ ବାହାରିପଡ଼େ ସ୍ପଷ୍ଟ ଭାବେ। ଭାଷଣ ମଧ୍ୟ ଇଂରାଜୀ ହେଉ ଅବା ସଂସ୍କୃତ କିମ୍ବା ଓଡ଼ିଆରେ ସେ ଅନର୍ଗଳ କହିବସେ। ଯେଉଁ ମହାନ ପୁରୁଷ ମାନଙ୍କ ଉପରେ ଭାଷଣ କହିବାକୁ କହିଲେ ଅତି ସହଜରେ, ଅତି ସୁନ୍ଦର ଭାବରେ ସ୍ପଷ୍ଟଭାବେ ଭାଷଣ ଦେଇ ପାରନ୍ତି। ଶ୍ଲୋକ, ମନ୍ତ୍ର ଅତି ସ୍ପଷ୍ଟ ଭାବେ ଉଚ୍ଚାରଣ କରିବସେ। ସ୍ତୁତି କିମ୍ବା ମନ୍ତ୍ର ବା ଅନ୍ୟ କୌଣସି ଭଗବାନ, ଦେବାଦେବୀଙ୍କର ସ୍ତୁତି କିମ୍ବା ମନ୍ତ୍ର ଜାଣିନ ପାରିଲେ ନିଜ ମନରେ ସୃଷ୍ଟି କରି ସୁନ୍ଦର ଭାବରେ କହିପାରନ୍ତି ବୋଲି ନିଜ ମନକଥା କହି ବସେ ସୁବାଷ। ତାର ସ୍ମରଣ ଶକ୍ତି ଏତେ ପ୍ରଖର ଯେ ଲୋକେ ଯାହା କହିବସିଲେ ତାହା ଥରେ ହିଁ ମନରେ ଆୟତ୍ତ କରିଦିଏ। ପାଠପଢ଼ା ତାଙ୍କର ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କିରେଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରିଲାପରେ ଅଷ୍ଟମରୁ ଦଶମ ଶ୍ରେଣୀ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ କର୍ଲାକୋଟରେ ପାଠ ପଢ଼ିସାରିଛନ୍ତି, ପାଠ ସାରିଥିଲେ ମଧ୍ୟ ଗାଁ ସ୍କୁଲ କିରେଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାହା ମୋର ଆତ୍ମା ଓ ଜୀବନର ସାଥୀ ବୋଲି କହି ବସନ୍ତି। ପ୍ରତ୍ୟେକ ଦିନ କେବେ ମଧ୍ୟ ବନ୍ଦ ହୋଇନଥାଏ ସେହି ଗାଁ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ସେମାନଙ୍କୁ ପାଠ ପଢ଼େଇଥାନ୍ତି। ପଢ଼େଇବା ସାଙ୍ଗକୁ କଳା ସଂସ୍କୃତିରେ ମଧ୍ୟ ଶିକ୍ଷା ଦେଇଥାନ୍ତି। ଶିକ୍ଷା ଦେବା ସାଙ୍ଗକୁ ଛାତ୍ରମାନଙ୍କ ସହ ମିଳିମିଶି ଦିନ ୧୦ଟାରୁ ସଂନ୍ଧ୍ୟା ୪ଟା ଯାଏ ସ୍କୁଲରେ କଟାଇଥାଏ। ରହିବାର ସ୍ଥାନ ସ୍କୁଲରେ ବେଶୀ ଦେଖିବାକୁ ମିଳିଥାଏ। ଘରେ ସେ ଥାଏ ନାହିଁ। ସେହି ସ୍କୁଲର ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ଓ ପ୍ରଧାନ ଶିକ୍ଷକ ମନୋଜ କୁମାର ସାମଲ ମୋର ଆଦର୍ଶଗୁରୁ ବୋଲି କହିଥାନ୍ତି। ସଦାସର୍ବଦା ତାଙ୍କୁ ଗାଇଡ଼ କରିଥିବା କଥା କହିବସନ୍ତି। ତାଙ୍କରି ପାଇଁ ମୁଁ କିଛି ପାଠ, ବୁଦ୍ଧି, ବିଦ୍ୟା ଶିଖିପାରିଥିବା କଥା କହିଥାନ୍ତି। ବିଶେଷ କରି ତାର ପ୍ରିୟ ହେଲା ଏଫ୍.ଏମ୍.ରେଡ଼ିଓ ଶୁଣିବା। ରେଡ଼ିଓର ସମସ୍ତ କାର୍ଯ୍ୟକ୍ରମ ସେ ଶୁଣେ। ତାରି ଦ୍ୱାରା ଭଲଭାବରେ ଶ୍ରବଣ କରି ଭଲ ସଂସ୍କୃତ କହିପାରୁଛି। ରେଡ଼ିଓ ଦ୍ୱାରା ମୁଁ ବହୁତ କିଛି ଶିଖିପାରିଥିବା କଥା ସୁବାଷ କହନ୍ତି। ଯେହେତୁ ସେ ଦେଖିପାରୁନାହିଁ ତେଣୁ ରେଡ଼ିଓ ହିଁ ତାର ପ୍ରିୟ ସାଥି କହିଲେ ଅତ୍ୟୁକ୍ତି ହେବନାହିଁ। ସାହିତ୍ୟ ଜ୍ଞାନ, ଶ୍ଲୋକ, ସଂସ୍କୃତ, ମନୋରଞ୍ଜନ କାର୍ଯ୍ୟକ୍ରମ, ସତ୍ସଙ୍ଗ, ପାଲା, ଭାଷଣ, ଶିକ୍ଷା ଯାହା ରେଡ଼ିଓରେ ପ୍ରସାରିତ ହୋଇଥାଏ ତାହା ଟିକିନିଖି ଶ୍ରବଣ କରିଥାଏ ପ୍ରତ୍ୟେକ ଦିନ। ବିଶେଷ କରି ସଂସ୍କୃତ ଶିକ୍ଷା ରେଡ଼ିଓ ଦ୍ୱାରା ଶିଖିବା ସାଙ୍ଗକୁ ଗାଁରେ ହେଉଥିବା ପର୍ବପର୍ବାଣୀ ଉଦ୍ଦେଶ୍ୟରେ ବ୍ରାହ୍ମଣମାନେ ଆସି ପୂଜା ପାଠ କରିଥାନ୍ତି। ସେଠାରେ ସେ ଯୋଗଦେବା ଶୁନିଶ୍ଚିତ ଓ ସେଠାରୁ ବହୁତ ଶ୍ଲୋକ ପାଠ, ସଂସ୍କୃତ ଜ୍ଞାନ ମଧ୍ୟ ଶିକ୍ଷା ଲାଭ କରିଥାଏ। ଯାହା ଘରେ ପୁଅଟିଏ ହେଉ ଝିଅଟିଏ ହେଉ ତାଙ୍କ ଜନ୍ମ ଅବସରରେ ଏକୋଇଶିଆ ନାମକରଣ ପାଇଁ ନିମନ୍ତ୍ରିତ ବ୍ରାହ୍ମଣ ମାନଙ୍କ ଦ୍ୱାରା ସତ୍ସଙ୍ଗ କରାଯାଇଥାଏ। ସେଠାରେ ସେ ଉପସ୍ଥିତ ହୋଇ ଯାହା ଶୁଣେ ତାହାକୁ ସମ୍ପୁର୍ଣ୍ଣ ମନେ ରଖିଦିଏ। କେବେ ମଧ୍ୟ ଶୁଣିବାରେ ଅବହେଳା କରିନଥାଏ। ଗାଁରେ ଯେକୌଣସି ପର୍ବପର୍ବାଣୀ ହେଉ ଅବା ଯେକୌଣସି କାର୍ଯ୍ୟକ୍ରମ ହେଲେ ଉପସ୍ଥିତ ହେବା ସୁନିଶ୍ଚିତ। ସକାଳ ଘ.୬.୫୪ମି. ରୁ ଘ.୭.୦୦ ପର୍ଯ୍ୟନ୍ତ ଓ ସଂନ୍ଧ୍ୟା ୬.୦୦ଟାରୁ ୬.୧୫ମି. ପର୍ଯ୍ୟନ୍ତ ରେଡ଼ିଓ ଦ୍ୱାରା ପ୍ରସାରିତ ହେଉଥିବା ସଂସ୍କୃତ ପାଠ୍ୟକ୍ରମ ତାହା ଶୁଣି ମୁଁ ବିଶେଷ ଭାବେ ସଂସ୍କୃତ ଜ୍ଞାନ ଆହରଣ କରିପାରିଥିବା କଥା ସୁବାଷ କହିବସେ। ଆହୁରୀ ମଧ୍ୟ କହିବସନ୍ତି ୨୦୦୭ ମସିହାଠାରୁ ରେଡ଼ିଓ ଶୁଣି ଆସୁଛି ଓ ସେତେବେଳେ ମୋତେ ସାତ ବର୍ଷ ହେଉଥିଲା। ସେହି ରେଡ଼ିଓ ମାଧ୍ୟମରେ ଅନେକ ଜ୍ଞାନ ଲାଭ କରିପାରିଛି। ଏବେଯାଏ ଏଫ୍.ଏମ୍.ରେଡ଼ିଓ ଶୁଣିବା ବନ୍ଦ କରିନାହିଁ। ରେଡ଼ିଓର ଉଦ୍ଘୋଷ ଉଦ୍ଘୋଷିକା କିଭଳି ଭାବରେ ଉପସ୍ଥାପନା କରିଥାନ୍ତି ତାହା ତନ ତନ କରି ଶୁଣି ଥାଏ। ରେଡ଼ିଓରେ ଭାଷଣ ପ୍ରତିଯୋଗିତା, ସଂସ୍କୃତିକ କାର୍ଯ୍ୟକ୍ରମ, ଗୀତ ଓ ନାଟକ ଏବଂ ସାହିତ୍ୟ ପ୍ରସଙ୍ଗ ଗୁଡ଼ିକୁ କେବେହେଲେ ଶୁଣିବା ଅବହେଳା କରିନଥାଏ। କେବଳ ତାହାରି ଦ୍ୱାରା ଆଜି ଏହି ସ୍ଥାନରେ ଅର୍ଥାତ୍ ଏହିପରି ସ୍ମରଣ ଶକ୍ତି ଓ ଜ୍ଞାନ ବିକାଶ ହୋଇପାରିଛି। ଏହା ସାଙ୍ଗକୁ ବିଭିନ୍ନ ବ୍ରାହ୍ମଣ ପୂଜକ ସମ୍ପର୍କରେ ଆସି ମନ୍ତ୍ର ସ୍ତୁତି ସେମାନଙ୍କ ଉଚ୍ଚାରଣରୁ ଶୁଣିପାରି ମନେ ରଖିପାରିଛି ମୋର ସ୍ମରଣ ଶକ୍ତି ଦ୍ୱାରା। ଯଦି କୌଣସି ଦେବାଦେବୀଙ୍କ ସ୍ତୁତି ଜାଣିନପାରିବି ତେବେ ଯଦି ଏ ସମ୍ପର୍କରେ କହିବାକୁ ଆବଶ୍ୟକ ପଡ଼େ ମୋତେ ତାହାହେଲେ ନିଜ ମନରୁ ଲେଖି ବର୍ଣ୍ଣନା କରି ଗାଇ ଦିଏଁ। ସେ ନିଆରା ଢ଼ଙ୍ଗରେ ଷୋହଳ ପାଲାକୁ ଘୋଷି ଦେଇଛି। ତାହା ହେଉଛି (୧)ନାରାୟଣ ଜନ୍ମ, (୨) ଶ୍ରୀପଦ୍ମଲୋଚନ, (୩) ମର୍ଦଗାଦୀ ଜନ୍ମ, (୪) ମର୍ଦଗାଦୀ ବିବାହ, (୫)ବୀର ବିଦ୍ୟାଧର, (୬) ମଦନ ସୁନ୍ଦର, (୭) ସଦାନନ୍ଦ ସୌଦାଗର, (୮) ମନୋହର ହାସିଆ, (୯) ଶଙ୍କର ଗୁଡ଼ିଆ, (୧୦) ମହାରାଜା ଦୁର୍ଯନ ସିଂ, (୧୧) ହରି ଅର୍ଜୁନ, (୧୨) ସ୍ୱପ୍ନ ସମାଚାର, (୧୩) ସତ୍ୟ ବସନ୍ତ ଚରିତ୍ର, (୧୪) ଲକ୍ଷ୍ମଣ କୁମାର, (୧୫) ଅଭିନ୍ନ ବଦନ, ଓ (୧୬) ଭମରବର ଏ ଗୁଡ଼ିକୁ ଅତି ସୁନ୍ଦର, ସହଜ ଓ ସ୍ପଷ୍ଟ ଭାବେ ଉଚ୍ଚାରଣ କରି ରସ ରାଗ ଦେଇ ଗାୟନ କରିପାରନ୍ତି।


ଥରଟିଏ ସୁରଭି ଶିଶୁ ମହୋତ୍ସବରେ ଭାଗନେଇଥିଲେ, ଭାଷଣ ଥିଲା “ସ୍ୱଚ୍ଛ ଭାରତ ଅଭିଯାନ” ଉପରେ ଅନର୍ଗଳ କହିଥିଲେ ଜିଲ୍ଲା ନୂଆପଡ଼ା ପ୍ରତିଯୋଗିତାରେ। ସେଠାରେ ପ୍ରଥମ ସ୍ଥାନ ଅଧିକାର କରିନଥିଲେ ସତ ! ହେଲେ ଉପସ୍ଥିତ ଅଭିଭାବକ, ସରକାରୀ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁ ପ୍ରଶଂସିତ ଲାଭ କରିଥିଲା। ଯେହେତୁ ଭାଗ ନେଇଥିଲେ ସର୍ବସାଧାରଣ ହିସାବରେ। ସେ କେବେହେଲେ ଭିନ୍ନକ୍ଷମ ହିସାବରେ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇଥାନ୍ତି। ତାଙ୍କ ରୁଚି ସର୍ବସାଧାରଣରେ ଅଂଶ ଗ୍ରହଣ କରିବା। ଏହା ବ୍ୟତିତ “ଶିଶୁ କେ ଲିଏ ରାଷ୍ଟ୍ରପତିଙ୍କ ଶୀର୍ଷକ ପ୍ରସାରଣ ହୋଇଥିଲା” ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରେଡ଼ିଓ ମାଧ୍ୟମରେ ଶିଶୁ ମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଗତ ଛଅ ମାସ ତଳେ। ସୌଭାଗ୍ୟର କଥା ଏ ଦୃଷ୍ଟିହୀନ ଯୁବକ ତାଙ୍କର ସହ କଥା ହୋଇଥିବାର ସୌଭାଗ୍ୟ ପାଇଥିଲେ ଓ ତାଙ୍କରି ସହ କଥାବାର୍ତ୍ତା ହୋଇପାରିଥିବାରୁ ମୁଁ ବହୁତ ଗର୍ବିତ ବୋଲି ସୁବାଷ କହିବସନ୍ତି। କେମିତି ସୁଯୋଗ ପାଇଥିଲେ ସେ ବର୍ଣ୍ଣନା କରି କହନ୍ତି ଥରଟିଏ ଗାଁରେ ଟି.ଭି. ଦେଖୁଥିଲେ ପିଲାମାନେ। ସେହି ନିକଟରେ ଏହି ଦୃଷ୍ଟିହୀନ ଛାତ୍ର ମଧ୍ୟ ଉପସ୍ଥିତ ଥାଇ କାର୍ଯ୍ୟକ୍ରମଟିକୁ ମନଦେଇ ଶୁଣୁଥିଲେ। ଟେଲିଭିଜନ ମାଧ୍ୟମରେ ପ୍ରସାରଣ ହେବାକୁ ଥିବା ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ “ଶିଶୁ କେ ଲିଏ” ସେଥିପାଇଁ ଫୋନ ନମ୍ବର ଦିଆଯାଇଥିଲା ଓ ଉଦ୍ଘୋଷିକା ଫୋନ୍ ନମ୍ବର ଉଚ୍ଚାରଣ କରି କହିବସୁଥିଲା ବେଳେ ଏହି ସମୟରେ ଅନ୍ୟ ଛାତ୍ର ଯିଏକି ତାର ପ୍ରିୟ ପ୍ରଫୁଲ୍ଲ ମାଝୀ ନାମକଙ୍କୁ ଅତି ଶୀଘ୍ର ଫୋନ ନମ୍ବର ଲେଖିବାପାଇଁ କହିଥିଲେ। ସେହି ନମ୍ବର ନୋଟ କରି “ଶିଶୁ କେ ଲିଏ” କାର୍ଯ୍ୟକ୍ରମ ଦିନଟିରେ ଫୋନ ଲଗାଉ ଲଗାଉ ଲାଗିଯାଇଥିଲା। ଏହି ସମୟରେ ଏହି ଦୃଷ୍ଟି ହୀନ ଛାତ୍ରଟି ସୁଯୋଗ ପାଇ ସମ୍ବୋଧନ କରି କହିଥିଲେ “ ମାନନୀୟ ରାଷ୍ଟ୍ରପତି ମେରା ସାଦର ନମସ୍କାର ସ୍ୱୀକାର କରେଁ। ବରେଣ୍ୟ ରାଷ୍ଟ୍ରପତି ତାଙ୍କର ସମ୍ବୋଧନରେ ପ୍ରତି ନମସ୍କାର କରି କହିଥିଲେ ଆପତ୍ତି ଅଭିଯୋଗ ଯୋ ଭି ହେ ହମେ ଶୁନାଓ, ଛାତ୍ରଟି କହିଥିଲା ମେରା ଆପତ୍ତି କୁଛ୍ ନେହିଁ, ମେ ଆପ୍କା ବାର୍ତ୍ତାଳାପ, ଭାଷଣ ଶୁନ୍କର ଆକର୍ଷିତ ହୋକର ଫୋନ କିଆ।” ଏତେ କହୁ କହୁ ଫୋନ କଟିଯାଇଥିଲା। ପରେ ଦୁଃଖିତ ହୋଇ ଛାତ୍ରଟି ତୁନି ହୋଇ ରହିଗଲା। ଏହା ତାଙ୍କର ଅନୁଭୂତି ବୋଲି କହନ୍ତି। ମାନ୍ୟବର ରାଷ୍ଟ୍ରପତି ରାଷ୍ଟି୍ରୟ ସଂସ୍କୃତି ବିଦ୍ୟାଳୟ ପୁରୀକୁ ଆସିଥିଲେ ଗତ ମାସ ୨୭ ତାରିଖରେ। ସେଠାରେ ସଂସ୍କୃତରେ ଭାଷଣ ଦେଇଥିବା କଥା ଶୁଣିଥିଲେ ଏହି ଛାତ୍ରଟି ମନେ ମଧ୍ୟ ରଖିଥିଲେ ତାଙ୍କ ଭାଷଣର କିଛି ଅଂଶ। ତାଙ୍କର ସ୍ୱପ୍ନ ଥିଲା, ମାଟ୍ରିକ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ ଇମେଜ କଲେଜ ଭୁବନେଶ୍ୱରରେ ପଢ଼ିବାକୁ। ତାହା ଧୂଳିସାତ୍ ହୋଇଗଲା। ତଥାପି ଧର୍ଯ୍ୟ ଧରିଛି ଏ କଲେଜରେ ପାଠ ପଢ଼ିବା ପାଇଁ। ପୁଣି ଥରେ ମାଟ୍ରିକ୍ ପରୀକ୍ଷା ଦେବାପାଇଁ କହିଥିଲେ ଓ ଏହି ଥର ଭଲ ରାଇଟର ଦେବାପାଇଁ କହି ବସନ୍ତି ତାଙ୍କ ପ୍ରଧାନ ଶିକ୍ଷକ। ସେ ଆହୁରୀ ବର୍ଣ୍ଣନା କରି କହନ୍ତି ୬ଷ୍ଠ ଶ୍ରେଣୀ ସମୟରେ କଟକ ଉତ୍କଳ ଭିନ୍ନାକ୍ଷମ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବାପା ନେଇକି ଯାଇଥିଲେ। ସେଠାରେ ଅନୁକୂଳ ବଦଳରେ ପ୍ରତିକୂଳ ହେବାରୁ ଘରକୁ ଫେରିବାକୁ ପଡ଼ିଥିଲା। ସେଠାକାର ଦିନକର ଘଟଣା ରାତିରେ ଶୋଇବା ସମୟରେ ମଶାରୀ ମାଗିଥିଲେ ତାକୁ ମଶାରୀ ଦିଆଯାଇନଥିଲା। ରାତ୍ର ସାରା ମଶାର ଶୀକାର ହେବାକୁ ପଡ଼ିଥିଲା। ତା ଆରଦିନ ଭୀଷଣ ଜ୍ୱର ହୋଇଥିଲା, ସାଙ୍ଗେ ସାଙ୍ଗେ ବାପାଙ୍କୁ ଡ଼କେଇବା ଦ୍ୱାରା ମୋତେ ଘରକୁ ନେଇଆଣିଥିଲେ। ସେହିଦିନଠାରୁ ଗାଁର ସର୍ବସାଧାରଣ ସ୍କୁଲରେ ପାଠ ପଢ଼ିବାର ସୁଯୋଗ ପାଇଲି ଓ ଜ୍ଞାନ ଆହରଣ କରି ବହୁ ଆନନ୍ଦ ପାଇଥିଲି ବର୍ତ୍ତମାନ ଏବେ ଯାଏ।

ହସେଇବା ଓ ନିଜେ ହସିବା ମୋର ପ୍ରକୃତ ଆନନ୍ଦ ବୋଲି କହିବସେ। ପୁଣି ସ୍କୁଲ ଛାତ୍ରଛାତ୍ରୀମାନେ ମୋତେ ଅନୁସରଣ କରୁଥିଲେ ମୁଁ କରୁନଥିଲି ବୋଲି କହନ୍ତି। ଯେହେତୁ ମୁଁ ଅନ୍ଧ, ମୋ ଦୀଗରେ ମୋ ହିସାବରେ ମୁଁ କରୁଥିଲି, ସେଥିପାଇଁ ଛାତ୍ରମାନଙ୍କୁ ମୁଁ ଅନୁକରଣ କରୁନଥିଲି। ସେମାନେ କରୁଥିଲେ କାରଣ ସେମାନେ ସବୁକିଛି କାମ କରିପାରିବେ, ସେମାନେ ସବଳ ଓ ସକ୍ଷମ ବୋଲି କହିବସନ୍ତି। ଏତେ ସ୍ମରଣ ଶକ୍ତି ପ୍ରଖର ଯେ, ଲୋକଙ୍କୁ ଥରଟିଏ ଛୁଇଁଲେ ତାଙ୍କୁ ଜାଣିପାରୁଥିଲେ ଓ ଲୋକମାନଙ୍କ ଧ୍ୱନୀବଳରେ ଚିହ୍ନି ପାରନ୍ତି। ସରକାର ଯଦି ମୋତେ ସହଯୋଗ କଲେ ମୁଁ କେବଳ ସଂସ୍କୃତ ଅଧ୍ୟାପକ କିମ୍ବା ସାହିତ୍ୟ ଶିକ୍ଷକ ହେବାର ମୋର ଇଚ୍ଛା। କଳା ସାହିତ୍ୟକୁ କେବେ ମଧ୍ୟ ଛାଡ଼ିପାରିବି ନାହିଁ। ତାଙ୍କର ଅନୂଭୁତିରୁ କହିଥିଲେ “ଭାରତ୍ ମାତାକି ଜୟ” ନାଟକରେ ସେ ଆର୍ମି ପୋଲିସର ଅଭିନୟ କରିଥିଲେ ଓ ନିଜେ ଲେଖିଥିଲେ। ଏହି ନାଟକ ପରିଚାଳନା କରି ସମସ୍ତ ଦର୍ଶକଙ୍କୁ ଖୁସି କରାଇଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ୰ ଜବହାରଲାଲ ନେହେରୁ ଙ୍କ ବାଣୀକୁ ମନେ କରି ପାଳନ କରି କହନ୍ତି “ଆଗକୁ ରହିଛି ପଥ ବହୁ ଦୂର, ଆହୁରୀ କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ବୁଜିବା ଆଗରୁ ବାକି” ଯଦିଓ ଅଧ୍ୟୟନ ସରିଲାଣି ତା ଗାଁ ସ୍କୁଲରେ ତଥାପି ପ୍ରତିଦିନ ସ୍କୁଲରେ ଦିନ ବିତାଇଥାଏ। ଦିନରେ ସ୍କୁଲ ଓ ରାତିରେ ଘର। ୨୦୧୬ ମସିହାରେ ଓଡ଼ିଶାର ବାରବାଟି ଷ୍ଟାଡ଼ିୟମ, କଟକରେ ଅନୁଷ୍ଠିତ ହୋଇଥିଲା ଅଷ୍ଟମରୁ ଦଶମ ଶ୍ରେଣୀଙ୍କ ମଧ୍ୟରେ ଓଡ଼ିଶା ସାରା ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କବିତା ପ୍ରତିଯୋଗିତା। ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି କବିତା ଲେଖାରେ ଓଡ଼ିଶାରୁ ପ୍ରଥମ ସ୍ଥାନ ବିଜେତା ହୋଇ ପ୍ରଥମ ଉପହାର ମିଳିଥିଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଡ଼ିଶା ତରଫରୁ। ଉପହାର ଥିଲା ପ୍ଲେ ଷ୍ଟଲ।

ବଙ୍ଗୋମୁଣ୍ଡା, ଜି:ବଲାଙ୍ଗିର
ମୋ.ନଂ-୯୯୩୭୫୨୬୫୧୪

Leave a Reply

Your email address will not be published. Required fields are marked *