ଗାଁ ନାଳରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

ଅନୁଗୋଳ, ୧୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ଲେମ୍ବୁତଇଳା ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ପିତାମ୍ବର ସାହୁଙ୍କ ଦୁଇ ଝିଅ ଝୁନୁବାଳା ସାହୁ(୧୪)ଓ ରୁନୁବାଳା ସାହୁ(୧୨)ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇ ଦୁର୍ଭାଗ୍ୟଜନକ ଭାବେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ସୂଚନାପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ୨ଭଉଣୀଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିବାସହ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *