ଗାଁକୁ ରାସ୍ତା ନାହିଁ, ପଶିପାରିଲାନି ୧୦୨ ଆମ୍ବୁଲାନ୍ସ , ବୁହାହୋଇ ଆସିଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ଆସନ୍ନ ପ୍ରସବା, ଡାକ୍ତରଖାନା ଯିବା ରାସ୍ତାରେ ହେଲା ମୃତଶିଶୁ ଜନ୍ମ

ଗାଁକୁ ରାସ୍ତା ନାହିଁ, ପଶିପାରିଲାନି ୧୦୨ ଆମ୍ବୁଲାନ୍ସ , ବୁହାହୋଇ ଆସିଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ଆସନ୍ନ ପ୍ରସବା, ଡାକ୍ତରଖାନା ଯିବା ରାସ୍ତାରେ ହେଲା ମୃତଶିଶୁ ଜନ୍ମ
ପାଟଣା,ତା୦୪/୦୯(ଓଡିଆ ପୁଅ/ଅଭିମନ୍ୟୁ) ଗାଁ କୁ ରାସ୍ତା ନଥିବାରୁ ଅଧରାସ୍ତାରେ ଅଟକିଲା ୧୦୨ ଆମ୍ବୁଲାନ୍ସ ପଶିପାରିଲାନି ଗାଁ ଭିତରକୁ । ଗାଁ ବାହାରେ ଅପେକ୍ଷା କଲା ପ୍ରସବ ଯନ୍ତ୍ରଣା ରେ ଛଟପଟ ମହିଳାକୁ । ପାଖାପାଖି ୧କିଲୋମିଟର ରାସ୍ତା ସୁରକ୍ଷିତ ଭାବେ ବୁହିବୁହି ଆଣି ୧୦୨ ଆମ୍ବୁଲାନ୍ସ ସାହାଯ୍ୟରେ ପାଟଣା ମେଡିକାଲ ଅଣାଗଲା । ସେଠାରେ ଡାକ୍ତର ଙ୍କ ପରିକ୍ଷା ପରେ ଅଧିକ ଉଚ୍ଚ ରକ୍ତଚାପ କାରଣରୁ ଅଧିକ ଉନ୍ନତ ଚିକିତ୍ସା ଓ ପ୍ରସବ ପାଇଁ ତୁରନ୍ତ କରଞ୍ଜିଆ ମେଡ଼ିକାଲ କୁ ରେଫର କରିଥିଲେ । କରଞ୍ଜିଆ ମେଡିକାଲ ଯିବା ରାସ୍ତାରେ ସାହାରପଡା ଗରାଣ୍ଡିଯୋଡି ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ୧୦୨ଭିତରେ ପ୍ରସବ ହୋଇଗଲା । ପ୍ରସବ ଅବସ୍ଥାରେ ମହିଳା ଙ୍କୁ କରଞ୍ଜିଆ ମେଡିକାଲ ନିଆଯାଇ ମାଆ ଓ ଶିଶୁ କୁ ଅଲଗା କରାଯାଇଥିଲେ ମଧ୍ୟ ସେଠାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମିରିଖୋଜି ପଞ୍ଚାୟତ କଟାବେଡା ଗ୍ରାମ ମୁଣ୍ଡା ସାହିରେ । ମୁଣ୍ଡାସାହିରେ ଘରଜ୍ବାଇଁ ଭାବେ ରହିଥିବା ଘୁଣ୍ଟିବେଡା ଡାକ ମୁଣ୍ଡା ଙ୍କ ସ୍ତ୍ରୀ ତପସ୍ବନୀ ମୁଣ୍ଡା(୨୨)ଙ୍କ ସୋମବାର ଗର୍ଭ ହେବାରୁ ୧୦୨ ଆମ୍ବୁଲାନ୍ସ କୁ ଖବର ଦିଆଯିବା ପରେ ୧୦୨ ବିଳମ୍ବରେ ପହଞ୍ଚିବା ସତ୍ତ୍ୱେ ରାସ୍ତା ନଥିବା କାରଣରୁ ଗାଁ ଭିତରକୁ ପଶିନପାରି ଅଧରାସ୍ତା ରେ ଅଟକିରହିଲା । ପରିବାର ଲୋକେ ବାଧ୍ୟ ହୋଇ ଆସନ୍ନ ପ୍ରସବ ମହିଳା କୁ ବୁହି ବୁହି ଆଣିବା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ତେବେ ଉଚ୍ଚ ରକ୍ତଚାପ କାରଣରୁ ଡାକ୍ତର ତୁରନ୍ତ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାକେନ୍ଦ୍ର କୁ ରେଫର କରିଥିଲେ ପରିବାର ପକ୍ଷରୁ ମହିଳା ଙ୍କୁ କରଞ୍ଜିଆ ମେଡିକାଲ କୁ ନେବା ରାସ୍ତାର ଗରାଣ୍ଡିଯୋଡି ନିକଟରେ ମହିଳାଙ୍କ ସନ୍ତାନ ପ୍ରସବ ହୋଇଥିଲା । ସେଠାରୁ ତାକୁ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଶିଶୁ ଟି ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଦୁର୍ଭାଗ୍ୟ ର ବିଷୟ ସ୍ବାଧୀନତା ର ୭୧ବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ରାସ୍ତା ନାହିଁ । ପାଟଣା ବ୍ଲକ ଉନ୍ନୟନ କ୍ଷେତ୍ରରେ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କଟାବେଡା ମୁଣ୍ଡା ସାହିକୁ ରାସ୍ତା ନଥିବା କାରଣରୁ ୧୦୨ ଆମ୍ବୁଲାନ୍ସ ଗାଁ ପହଞ୍ଚି ନପାରିବା ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *