ଗାଁକୁ ନାହିଁ ରାସ୍ତା କଷ୍ଟ ଭୋଗୁଛନ୍ତି ନନ୍ଦାଗାଡୁ ଗ୍ରାମବାସୀ

ବୌଦ୍ଧ, ୧୦ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ପକ୍ଷେ ଏହି ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ କାମରେ ଠିକଭାବେ ଲାଗୁପାରୁନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବଣପାହାଡ ଘେରା ମହାଲିକପଡା ପଞ୍ଚାୟତର ନନ୍ଦାଗାଡୁ ଗ୍ରାମରେ। ଆଜିବି ଗାଁକୁ ରାସ୍ତା ନଥିବାରୁ ବହୁ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ। ଗ୍ରାମରେ ଆଦିବାସୀ ସଂପ୍ରଦାୟର ୧୫ ପରିବାର ବସବାସ କରୁଛନ୍ତି। ଏପର୍ଯ୍ୟନ୍ତ ମୌଳିକ ସୁବିଧା ପାଇପାରିନାହାନ୍ତି ଗ୍ରାମବସୀ ମାନେ। ଗାଁକୁ ଖଣ୍ଡିଏ ମାଟି ରାସ୍ତା ନଥିବାରୁ ଏମାନେ ବହୁ ହଇରାଣ ଭୋଗିବା ସହ ବର୍ଷା ଦିନ ଆସିଲେ ଏମାନେ ବାହ୍ୟ ଜଗତରୁ ବଞ୍ଚିତ ହୋଇଥାନ୍ତି। ବର୍ଷର ୫ ମାସ କେବଳ ଯେଣତେଣେ ଯିବା ଆସିବା କରିପାରୁଥିବାବେଳେ ଅନ୍ୟ ଦିନ କଥା ନକହିବା ଭଲ। ରାସ୍ତା ନଥିବାରୁ ଗ୍ରାମବାସୀମାନେ ନିଜର ପିଲାମାନଙ୍କୁ ପାଢ ପଢାଇ ପାରୁନାହାନ୍ତି। ବାଧ୍ୟ ହୋଇ ବାପା ମାଆ ମାନେ ନିଜର ଛୋଟ ଛୁଆଙ୍କୁ ବାହାର ହଷ୍ଟେଲ କିମ୍ବା ବନ୍ଧୁବାନ୍ଧବଙ୍କ ଘରେ ରଖି ପାଢ ପଢାଉଛନ୍ତି। ଏଠାକାର ପିଲାମାନଙ୍କୁ ଦିଆଯାଉଥିବା ଅଙ୍ଗନୱାଡି ଖାଦ୍ୟ କଥା ନକହିବା ଭଲ, ମାସେ କିମ୍ବା ଦୁଇ ମାସରେ ଥରେ କେନ୍ଦ୍ର କୁ କର୍ମୀ ଆସି ପିଲାଙ୍କୁ ଅଣ୍ଡା ଓ ଛତୁଆ ଦେଇଥାନ୍ତି। ଗ୍ରାମରେ ଯଦି କାହାର ଦେହ ଖରାପ ହେଲା ଗ୍ରାମବାସୀ ଖଟିଆରେ ବୋହି ବୋହି ଚାଲିଚାଲି ମହାଲିକପଡା ପର୍ଯ୍ୟନ୍ତ ନେଇଥାନ୍ତି। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବ୍ଳକରେ ଏଭଳି ଅନେକ ଗ୍ରାମ ରହିଛି ଯେଉଁଠିକାର ଗ୍ରାମବାସୀମାନେ ଗମନାଗମନ, ପିଇବାପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ପ୍ରଶାସନର ଅଧିକାରୀ ମାନେ ଯଦି ଏହି ଗ୍ରାମଗୁଡିକୁ ପରିଦର୍ଶନରେ ଯାଆନ୍ତେ, ତାହାହେଲେ ନିଶ୍ଚିତ ଭାବେ ଗ୍ରାମଗୁଡିକରେ ରହୁଥିବା ଲୋକମାନେ କେମିତି ଦିନ କାଟୁଛନ୍ତି ଜାଣିପାରନ୍ତେ।

Leave a Reply

Your email address will not be published. Required fields are marked *