ad
ଓଡ଼ିଶା

ଗହୀରମଥା ସମୁଦ୍ର ମଧ୍ୟରେ ବୁଡିଗଲା ମାଛଧରା ବୋଟ, ଡ୍ରାଇଭର ସମେତ ୪ ମତ୍ସ୍ୟଜିବୀ ଉଦ୍ଧାର

କେନ୍ଦ୍ରାପଡା ୧୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗହୀରମଥା ରେଞ୍ଜ ଅଧିନସ୍ଥ ମାଦଳୀ ମୁହାଣଠାରୁ ୭କିଲୋମିଟର ଗଭୀର ସମୁଦ୍ର ମଧ୍ୟରେ ଏକ ଯନ୍ତ୍ରଚାଳିତ ବୋଟ କ୍ଷତିଗ୍ରସ୍ତ ହୋଇଥିଲା। ଡ୍ରାଇଭର ସମେତ ୪ଜଣ ମତ୍ସ୍ୟଜିବୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଗତ ଗୁରୁବାର ଏହି ବ୍ଲକର ଖରିନାସୀ ଗ୍ରାମର ଗୈାତମ ମିସ୍ତ୍ରୀଙ୍କ ଏକ ବୋଟ ଗହୀରମଥା ରେଞ୍ଜ ଅଧିନସ୍ଥ ମାଦଳୀ ମୁହାଣ ନିକଟରେ ସମୁଦ୍ର ମଧ୍ୟରୁ ମାଛ ଧରିବାକୁ ଯାଇଥିଲା। ଉକ୍ତ ବୋଟରେ ରାମନଗର ଅଞ୍ଚଳର ୪ଜଣ ମତ୍ସ୍ୟଜିବୀଙ୍କ ସମେତ ଜଣେ ବୋଟ ଚାଳକ ମଧ୍ୟ ଥିଲେ। ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ମା ମଙ୍ଗଳା ବୋଟକୁ ଏକ ଅଜଣା ବୋଟ ସମୁଦ୍ର ମଧ୍ୟରେ ଧକ୍କା ଦେଇଥିଲା। ବୋଟଟି ଧକ୍କା ହେବା ସଂପର୍କରେ ବୋଟର ଡ୍ରାଇଭର ଫିରୋଜ ଖାଁ (୩୫) ମା ରାମଚଣ୍ଡୀ ବୋଟ ମାଲିକ ସଂଘକୁ ତତକ୍ଷଣାତ ଜଣାଇ ଦେଇଥିଲେ। ଖବର ପାଇ ସଂଗେ ସଂଗେ ମା ରାମଚଣ୍ଡୀ ବୋଟ ମାଲିକ ସଂଘ ପକ୍ଷରୁ ଏ ସଂପର୍କରେ ସମୁଦ୍ରକୁ ମାଛଧରିବାକୁ ଯାଇଥିବା ଅନ୍ୟ ବୋଟ ଗୁଡିକୁ ଜଣାଇ ଦିଆଯାଇଥିଲା। ଏହି ଖବର ପାଇ ସମୁଦ୍ର ମଧ୍ୟରେ ମାଛ ଧରୁଥିବା ପାର୍ବତୀ ଓ ଧମେଶ୍ୱର ନାମକ ଦୁଇଟି ବୋଟ କ୍ଷତିଗ୍ରସ୍ତ ବୋଟ ନିକଟରେ ପହଁଞ୍ଚି ଚାଳକ ଫିରୋଜ ସହିତ ଅନ୍ୟ ୪ ଜଣ ମସ୍ୟଜିବୀଙ୍କୁ ଯାଇ ଉଦ୍ଧାର କରିଥିଲେ। ତେବେ ମା ମଙ୍ଗଳା ବୋଟଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ପ୍ରାୟ ୩ଲକ୍ଷ ଟଙ୍କାର ଜାଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ମତ୍ସ୍ୟଜିବୀମାନେ ହେଲେ ରାମନଗର ଅଞ୍ଚଳର ସୁବଳ ଦେବନାଥ (୪୯), ଜୟଦେବ ଦେବନାଥ (୪୦), କ୍ଷିତିଶ ରାୟ (୫୦) ଓ ପ୍ରକାଶ ସିଲ୍ (୪୮)। ମା ରାମଚଣ୍ଡୀ ବୋଟ ମାଲିକ ସଂଘ ପକ୍ଷରୁ କୁଜଙ୍ଗ ମତ୍ସ୍ୟ ବିଭାଗର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏବଂ ମହାକାଳପଡା ମତ୍ସ୍ୟ ସଂପ୍ରସାରଣ ଅଧିକାରୀ, ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ, ରାମନଗର ଫାଣ୍ଡି ଅଧିକାରୀ ପ୍ରମୁଖଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଛି। ଅପର ପକ୍ଷରେ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ମାଛ ଧରିବାକୁ ନେଇ କେତେକ ମତ୍ସ୍ୟଜିବୀ ଓ ବୋଟ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଏହି ଦୁର୍ଘଟଣା ଘଟିବାପରେ ମତ୍ସ୍ୟଜିବୀମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top