ଗଳ୍ପ

ଗଳ୍ପ ସଂକଳନ ପରାସ୍ତ ପର୍ଶୁରାମ ଲୋକାର୍ପିତ

ଭୁବନେଶ୍ୱର, ତା ୨୬ା୧ (ଓଡ଼ିଆ ପୁଅ): ଗାଳ୍ପିକ ମଦନ ମୋହନ ମହାକୁଡଙ୍କ ଗଳ୍ପ ସଂକଳନ ‘ପରାସ୍ତ ପର୍ଶୁରାମ’ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର, ୟୁନିଟ୍-୨ସ୍ଥିତ ତାରିଣୀ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ପଦ୍ମଲୋଚନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାରସ୍ୱତ ସଭାରେ ସିନେସମୀକ୍ଷକ ଦିଲ୍ଲୀପ ହାଲି ଅଧ୍ୟକ୍ଷତା କରିଥିବାବେଳେ ଲେଖକ ଶ୍ରୀ ମହାକୁଡ଼ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା, ଅକ୍ଷୟ ବେହେରା, ନିରଞ୍ଜନ ସାହୁ, ପର୍ଶୁରାମ ବିଶ୍ୱାଳ, ଗୁରୁପ୍ରସାଦ ମହାନ୍ତି, ଡମ୍ବରୁଧର ଘଣା, ଶୁଭେନ୍ଦୁ କାନୁନ୍ଗୋ, ଶୁଭେନ୍ଦ୍ର ନାୟକ, ବ୍ରତତୀ ହରିଚନ୍ଦନ, ଯୁଧିଷ୍ଠିର ନାୟକ, ବ୍ରଜବନ୍ଧୁ ପତି, ଯଜେ୍ଞଶ୍ୱର ପ୍ରଧାନ, ରତ୍ନାକର ପାତ୍ର, ସୁରେନ୍ଦ୍ରନାଥ ବେହେରା, ପିତାମ୍ବର ବେହେରା, ଡଃ ନିରଞ୍ଜନ ଦାସ, ପ୍ରତାପ ଚନ୍ଦ୍ର ବେହେରା, ସୁଦର୍ଶନ ବାରିକ, ଡଃ ରୋହିତ ରଂଜନ ମହାକୁଡ, ଡଃ ନେହା ପ୍ରଧାନ ମହାକୁଡ ଓ ମନସ୍ୱିନୀ ମହାକୁଡ ପ୍ରମୁଖ ନିଜ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବା ସହ ଆଧୁନିକତାର ସ୍ପର୍ଶରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ସହ ବୈଷୟିକ ଓ ଯାନ୍ତ୍ରିକ ଶିକ୍ଷାର ବହୁଳ ପ୍ରସାର ଓ ପ୍ରଚାର ଯୋଗୁଁ ଓଡ଼ିଆ ଖବର କାଗଜ, ପତ୍ରିକା ଓ ପୁସ୍ତକ ପାଠକ ସଂଖ୍ୟା ଦ୍ରୁତ ହ୍ରାସ ହେବା ଯୋଗୁଁ ପୁସ୍ତକ ପ୍ରକାଶନ ସଂଖ୍ୟା ଦ୍ରୁତ ହ୍ରାସ ପାଇଛି। ଓଡ଼ିଆ ପାଠକମାନଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପୁସ୍ତକ ପ୍ରକାଶନ ମଧ୍ୟ ବୃଦ୍ଧି ପାଇପାରିବ ଓ ଓଡ଼ିଆ ଭାଷା ସାହିତ୍ୟର ବିକାଶ ସାଧନ ହୋଇପାରିବ। ପରିଶେଷରେ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top