ଗଲରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ଫିକ୍ସ ହେବାର ଖବର, ICC ର ଜାଞ୍ଚ ଆରମ୍ଭ

ନୂଆଦିଲ୍ଲୀ, ୨୬ ମଇ ୨୦୧୮, (ଓଡ଼ିଆ ପୁଅ) ଏକ ଷ୍ଟିଙ୍ଗ ଅପରେସନରେ କୁହାଯାଇଛି କି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗତ ବର୍ଷ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ରେ ପିଚରେ ଗୋଳମାଳ କରାଯାଇଥିଲା। ଆଇସିସି ଏହି ମାମଲାରେ ଶନିବାରଦିନ ଜାଞ୍ଚ ଆରମ୍ଭ କରିଛି। ଅଲ ଜଜିରା ଟିଭି ନେଟୱର୍କରେ ଦୃଢ଼କ୍ତି କରିଛି କି ମୁମ୍ବାଇର ଜଣେ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳାଳି ରବିନ ମରିସ ସ୍ଵୀକାର କରିଥିଲେ କି ସେ ଗତ ବର୍ଷ ପିଚରେ ଗୋଳମାଳ ପାଇଁ ଗଲରେ ଏକ ଗ୍ରଉଣ୍ଡ ୱାର୍କରକୁ ଲାଞ୍ଚ ଦେଇଥିଲେ।

ଏହି ଷ୍ଟିଙ୍ଗ ଅପରେଶନ ଆଜି ପ୍ରସାରିତ ହେବ, କିନ୍ତୁ ଏହାର ଝଲକ କତାର ସ୍ଥିତ ଏହି ଚ୍ୟାନେଲ୍ ରେ ଅନଲାଇନ ପୋଷ୍ଟରେ ଅଛି। ଆଇସିସିର ମହାପ୍ରବନ୍ଧନ (ଭ୍ରଷ୍ଟାଚାର ନିରୋଧକ ଏକକ) ଏଲେକ୍ସ ମାର୍ଶଲ ଏକ ବୟାନରେ କହିଛନ୍ତି, ‘ଆମେ ଆଜିପର୍ଯ୍ୟନ୍ତ ମିଳିଥିବା ସୀମିତ ସୂଚନା ଆଧାରରେ ନିଜର ସଦସ୍ୟ ଦେଶଗୁଡ଼ିକର ଭ୍ରଷ୍ଟାଚାର ନିରୋଧକ ସହକର୍ମିମାନଙ୍କ ସହିତ ମାମଲାର ଜାଞ୍ଚ ଆରମ୍ଭ କରିଦେଇଛୁ।’

ସେ କହିଛନ୍ତି, ‘ଆମେ ଅନୁରୋଧ କରୁଛୁ କି କ୍ରିକେଟରେ ଭ୍ରଷ୍ଟାଚାର ସମ୍ବନ୍ଧିତ ସମସ୍ତ ପ୍ରମାଣ ଏବଂ ସହାୟକ ସାମଗ୍ରୀ ଆମକୁ ଯୋଗାଇଦିଆଯାଉ, ଯାହାଫଳରେ ଆମେ ପୂରା ଜାଞ୍ଚ କରିପାରିବୁ।’ ଏହି ମ୍ୟାଚ୍ ୨୬ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗଲରେ ଖେଲା ଯାଇଥିଲା।

ଚ୍ୟାନେଲ୍ ନିଜର ୱେବସାଇଟ ଉପରେ ଦୃଢ଼ୋକ୍ତି କରିଛି,‘ ଗଲ ଷ୍ଟାଡ଼ିୟମର ସହାୟକ ମ୍ୟାନେଜର, ଗ୍ରାଉଣ୍ଡ ୱାର୍କର ଥରଙ୍ଗା ଇଣ୍ଡିକା କହିଛନ୍ତି କି ସେ ବୋଲର କିମ୍ବା ବ୍ୟାଟସମ୍ୟାନଙ୍କର ସହାୟତାରେ ପିଚ ବନାଇପାରିବେ, ଯାହାଦ୍ୱାରା ସ୍ପିନ ବୋଲିଂ କିମ୍ବା ସ୍ପେସ୍ ବୋଲିଂ କିମ୍ବା ବ୍ୟାଟିଂ ରେ ସହାୟତା ମିଳିବା ପରି ପିଚ୍ ହୋଇଯିବ।’

ଭାରତ ଏହି ମ୍ୟାଚ୍ ୩୦୪ ରନରେ ଜିତିଥିଲା। ପ୍ରଥମ ଇନ୍ଂସରେ ଭାରତ ୬୦୦ ରନ ବନାଇଥିଲା ଯେଉଁଥିରେ ଶେଖର ଧାୱନ ୧୯୦ ଏବଂ ଚେତେଶ୍ଵର ପୁଜାରା ୧୫୩ ରନର ଯୋଗଦାନ ଦେଇଥିଲେ। ଦ୍ୱିତୀୟ ଇନିଙ୍ଗ୍ସରେ ଭାରତ ତିନି ୱିକେଟ ହରାଇ ୨୪୦ ସ୍କୋରରେ ଘୋଷିତ କରିଥିଲା, ଯେଉଁଥିରେ ଅଧିନାୟକ ବିରାଟ କୋହଲୀ ନଟ୍ ଆଉଟ୍ ଶତକ ବନାଇଥିଲେ। ଶ୍ରୀଲଙ୍କା ଟିମ ୨୯୧ ଏବଂ ୨୪୫ ରନ ହିଁ ବନାଇ ପାରିଥିଲା।

ଇଂଡିକା କଥିତ ଭାବରେ ଦୃଡ଼କ୍ତି ପ୍ରକାଶ କରିଛନ୍ତି କି ସେ ବୋଲରଙ୍କର ସହାୟତାପାଇଁ ପିଚ ବନାଇ ଥିଲେ। ଷ୍ଟିଙ୍ଗର ଭିଡ଼ିଓରେ ସେ କହିଛନ୍ତି,‘ଭାରତର ବ୍ୟାଟ୍ସମ୍ୟାନ ୱିକେଟ ଉପରେ ଖେଲିଲେ। ଆମେ ୱିକେଟକୁ ପୂରା ଭାବରେ ଦବାଇଥିଲୁ ଏବଂ ତା ଉପରେ ପାଣି ପକାଇ କଡ଼ା କରି ଦେଇଥିଲୁ।’

ବିବାଦରେ ଘେରୀ ରହିଥିବା ଇଣ୍ଡିଆନ୍ କ୍ରିକେଟ ଲିଗରେ ଖେଳିସାରିଥିବା ମରିସ, ଅଣ୍ଡରକଭର ରିପୋର୍ଟର ସହିତ କଥିତ ଭାବରେ କହିଥିଲେ କି ସେ ସଟ୍ଟା ଲଗାଇବା ପାଇଁ ତାଙ୍କୁ ଟିପ୍ସ ଦେବେ। ସେ ଏହା ମଧ୍ୟ ଦାବା କରିଥିଲେ କି ଏହି ବର୍ଷ ନଭେମ୍ବରରେ ଇଂଗ୍ଲଣ୍ଡର ଶ୍ରୀଲଙ୍କା ଗସ୍ତ ସମୟରେ ମଧ୍ୟ ଏହି ପିଚ୍ ରେ ‘ପିଚ ଫିକ୍ସିଂଗ’ କରାଯିବ।

ଶ୍ରୀଲଙ୍କା କ୍ରିକେଟରେ ପିଚରେ ଗୋଳମାଳ ବିବାଦ ନୂଆ ନୁହେଁ। ୨୦୧୬ ଆରମ୍ଭରେ ଆଇସିସି ଗଲର କ୍ୟୁରେଟର ଜୟାନନ୍ଦ ବର୍ଣ୍ଣବୀରାଙ୍କୁ ତିନି ବର୍ଷ ପାଇଁ ନିଳମ୍ବିତ କରିଥିଲେ, କାରଣ ସେ ଭ୍ରଷ୍ଟାଚାର ରୋଧୀ ଏକକ (ଏସୀୟୁ) ସହିତ ସହଯୋଗ କରିବାପାଇଁ ମନା କରିଥିଲେ।

ଗତ ବର୍ଷ ଏକ ଭାରତୀୟ ଚ୍ୟାନେଲ୍ ମହାରାଷ୍ଟ୍ରର ପୂର୍ବତନ ଫାଷ୍ଟ ବୋଲର୍ ଏବଂ ପୁଣେର କ୍ୟୁରେଟର ପାଣ୍ଡୁରଙ୍ଗ ସାଲଗାଂବକରଙ୍କର ଷ୍ଟିଗ ଅପରେସନ କରି ଦାବା କରିଥିଲେ କି ସେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୱାନଡେରେ ପିଚ ଫିକ୍ସ କରିବାକୁ ମଞ୍ଜୁରୀ ଦେଇଥିଲେ।

ପରେ ଆଇସିସି ଏସିୟୁର ଜାଞ୍ଚରେ ସାଲଗାଂବକରକୁ କ୍ଲୀନ ଚିଟ ମିଳିଥିଲା, କିନ୍ତୁ ସଟ୍ଟୋରୀମାନଙ୍କ ସହିତ ସଂପର୍କର କଥା ଆଇସିସିକୁ ନକହିଥିବା ଯୋଗୁଁ ତାଙ୍କୁ ନିଳମ୍ବନ କରାଯାଇଥିଲା।

Leave a Reply

Your email address will not be published. Required fields are marked *