ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡିବା ମୋଦି ସରକାରଙ୍କ ସବୁଠୁ ବଡ ଐତିହାସିକ ପଦେକ୍ଷପ : ବିଜେପି

ଭାରତୀୟ ଡାକ ସେବା ଦ୍ୱାରା ଆରମ୍ଭ ହେଲା ଦେଶବ୍ୟାପୀ ପେମେଂଟସ୍ ବ୍ୟାଙ୍କ୍
– ଦେଶବାସୀଙ୍କ ହିତରେ ମୋଦି ସରକାରଙ୍କ ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲା
– ୩, ୦୦, ୦୦୦ ଡାକବାଲାଙ୍କ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ସିଧା ଲୋକଙ୍କ ଘର ପାଖରେ ପହଂଚିବ
– ପେମେଂଟସ୍ ବ୍ୟାଙ୍କ ମାଧ୍ୟମରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଗୃହିଣୀ, କୃଷକ, ଡିବିଟି ଲାଭାର୍ଥୀ, ବ୍ୟବସାୟୀମାନେ ଉପକୃତ ହେବେ
– ବିନା ପେପରରେ ୧ ମିନିଟରେ ଖୋଲିବ ପୋଷ୍ଟାଲ ପେମଂଟସ୍ ଆକାଉଂଟ

ଭୁବନେଶ୍ୱର, ତା ୦୧/୦୯ (ଓଡ଼ିଆ ପୁଅ) : ଦେଶର ଗରିବ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସର୍ବଦା ବଦ୍ଧ ପରିକର। ସେଥିଲାଗି ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ବିଶେଷ କରି ଗାାଁ ମାନଙ୍କରେ ବସବାସ କରୁଥିବା ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡିବା ଏବଂ ସରକାରୀ ଯୋଜନାର ରାଶିଗତ ଲାଭ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ଯିବା ମୋଦି ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଉ ଏବେ ଦେଶର ନାଗରିକମାନଙ୍କୁ ପୋଷ୍ଟାଲ ବ୍ୟାଙ୍କ ମାଧ୍ୟମରେ ସବୁଠାରୁ ସୁଗମ, ସହଜଲଭ୍ୟ ଓ ଭରସାଯୋଗ୍ୟ ବ୍ୟାଙ୍କ ଯୋଗାଇଦେବା ମୋଦି ସରକାରଙ୍କ ସବୁଠୁ ବଡ ଐତିହାସିକ ପଦକ୍ଷେପ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

ଏହି ପୋଷ୍ଟାଲ ପେମେଂଟସ୍ ବ୍ୟାଙ୍କ ମାଧ୍ୟମରେ ବିଶେଷ କରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଗୃହିଣୀ, କୃଷକ, ଡିବିଟି ଲାଭାର୍ଥୀ ଏବଂ ଗାଁ ମାନଙ୍କରେ ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଏହାର ଲାଭ ଉଠାଇ ପାରିବେ। ଆଇପିପିବି ଦେଶର ସର୍ବବୃହତ ନେଟୱାକ ଭାରତୀୟ ଡାକ ବିଭାଗ ମାଧ୍ୟମରେ ୧.୫୫ ଲକ୍ଷ ଡାକଘରେ କାର୍ଯ୍ୟକାରୀ ହେବ। ୩ ଲକ୍ଷ ଡାକବାଲା ତଥା ଗ୍ରାମୀଣ ଡାକ ସେବକଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ୍ ସେବା ସିଧା ଲୋକଙ୍କ ଘର ପାଖରେ ପହଂଚିବା ସହ ବିନା ପେପରରେ ୧ ମିନିଟରେ ଏହି ପୋଷ୍ଟାଲ ପେମଂଟସ୍ ଆକାଉଂଟ ଖୋଲିହେବ। ପୂର୍ବରୁ ଧନଜନ ଆକାଉଂଟ ଖୋଲି ଦେଶର କୋଟି କୋଟି ଜନତା ବ୍ୟାଙ୍କ ସହ ଯୋଡି ହୋଇ ନିଜ ଅର୍ଥନୀତିର ସୁଦ୍ଧାର କରିଛନ୍ତି। ଆଜି ଦିନରେ ବ୍ୟାଙ୍କ ସେବାରୁ ବଂଚିତ ଥିବା ଲୋକମାନଙ୍କୁ, ଦେଶର ଆର୍ଥିକ ପ୍ରଗତିରେ ସାମିଲ କରିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କର ପ୍ରମୁଖ ଉଦ୍ଦେଶ୍ୟ। ଦେଶବାସୀଙ୍କ ହିତରେ ମୋଦି ସରକାରଙ୍କ ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ୬୫୦ଟି ପୋଷ୍ଟ ଅଫିସ ଶାଖାରେ ଏବଂ ୩୨୫୦ଟି ଆକସେସ୍ ପଂଏଟ (ଡାକଘର)ରେ ଆଇପିପିବି ସେବା ଉଦଘାଟନ କରିଛନ୍ତି। ଏଥି ସହ ଆଗାମୀ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଏହି ସେବା ସମସ୍ତ ୧.୫୫ ଲକ୍ଷ ଡାକଘରେ ମାଧ୍ୟମରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟରେ ଆଇପିପିବିର ୩୩ଟି ଶାଖା ଏବଂ ୧୬୫ଟି ଆକସେସ୍ ପଂଏଟ ଆରମ୍ଭ ହୋଇଛି ଏବଂ ଆଗାମୀ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଏହି ସେବା ଅବଶିଷ୍ଟ ୮୦୫୦ ଡାକଘରେ ଉବଲବ୍ଧ ହେବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏହା ସହ ଡାକ ବିଭାଗରେ କାର୍ଯ୍ୟରତ ଥିବା ୨.୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକମାନଙ୍କ ମଜୁରୀ ଓ ଭତାର ସଂଶୋଧନ କରାଯାଇଛି। ଜୁଲାଇ ୧ ତାରିଖରୁ ନୂଆ ଟିଏରସିଏ ପ୍ରଚଳନ କରାଯାଇଛି। ଜିଡିଏସ ମାନଙ୍କରେ ମଜୁରୀରେ ହାରାହାରି ୫୫ ପ୍ରତିଶତରୁ ଅଧିକ ମଜୁରୀ ବୃଦ୍ଧିକୁ ଶ୍ରୀ ମହାପାତ୍ର ସ୍ୱାଗତ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *