ଗରିବ ଲୋକଙ୍କୁ ବଣ୍ଟାଗଲାଣି ୨୧ ଲକ୍ଷ ଘର

ଭୁବନେଶ୍ୱର, ୦୫ା୧୨(ଓଡ଼ିଆ ପୁଅ): : ଇନ୍ଦିରା ଆବାସ ସମେତ ବିଭିନ୍ନ ଯୋଜନାରେ ଏଯାବତ୍ ଓଡ଼ିଶାରେ ୨୦, ୭୧, ୧୫୨ ଘର ଗରିବ ଲୋକଙ୍କୁ ବଣ୍ଟା ସରିଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଇନ୍ଦିରା ଆବାସ ଯୋଜନା ଆରମ୍ଭରୁ ଅଦ୍ୟାବଧି ରାଜ୍ୟରେ ୧୬, ୪୦, ୦୯୫ ସଂଖ୍ୟକ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧, ୪୩, ୪୭୪ ଇନ୍ଦିରା ଆବାସ ଗୃହ ଦିଆଯାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୧୭, ୩୪୨ ଇନ୍ଦିରା ଆବାସ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୭୧, ୩୧୭ ଇନ୍ଦିରା ଆବାସ ଦିଆଯାଇଛି। ଗତ ନଭେମ୍ବର ୩୦ ସୁଦ୍ଧା ରାଜ୍ୟରେ ୨, ୫୯, ୦୪୩ଟି ବିଜୁ ପକ୍କା ଘର ଓ ୭୯୩୮ଟି ବିଜୁ ପକ୍କା ଘର ଖଣି ଯୋଜନାରେ ଘର ନିର୍ମାଣ ହୋଇଛି। ତେବେ ଏହି ସମୟ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧, ୬୨, ୩୯୪ଟି ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଅଧିନରେ ୧, ୬୮୨ଟି ଘରକୁ ମିଶାଇ ସମଗ୍ର ରାଜ୍ୟରେ ମୋଟ୍ ୨୦, ୭୧, ୧୫୨ ଘର ନିର୍ମାଣ ସରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଇନ୍ଦିରା ଆବାସ ଯୋଜନାରେ ୭୧, ୩୧୭ ଘରକୁ ମିଶାଇ ମୋଟ୍ ୯୬, ୭୨୯ ଘର ନିର୍ମାଣ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ଏଥିରୁ ରାଜ୍ୟରେ ଯେତେ ପରିବାର ରହିଛନ୍ତି ତାହାର ପ୍ରାୟ ଏକପଞ୍ଚମାଂଶ ଏଯାବତ୍ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହ ଯୋଗାଣ ଯୋଜନାରେ ଫାଇଦା ନେଇଥିବା ଜଣାପଡ଼ିଛି। ଏବେ ଗୃହ ନିର୍ମାଣ ବାବଦକୁ ୧ ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୩୦ ହଜାର ପର୍ଯ୍ୟନ୍ତ ଆର୍ଥôକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏମ୍ଜିନରେଗା ଯୋଜନାରୁ ମଧ୍ୟ ମଜୁରୀ ମିଳୁଛି। ଏହାଛଡ଼ା ସ୍ୱଚ୍ଛ ଭାରତ ଯୋଜନାରେ ଶୌ·ଳୟ ନିର୍ମାଣ ପାଇଁ ବି ଆଉ ୧୨ ହଜାର ଟଙ୍କା ଦିଆଯାଉଛି। ତେବେ ସହରାଞ୍ଚଳରେ ଗରିବ ଲୋକଙ୍କୁ ଦିଆଯାଉଥିବା ଘରର ହିସାବ ଏଥି ମଧ୍ୟରେ ନାହିଁ।

Leave a Reply

Your email address will not be published. Required fields are marked *