ଗୋରଖପୁର ୭-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଘର ଜନପଦ ଗୋରଖପୁରରେ ଗରିବ ଦୁଃଖଦୁର୍ଦ୍ଦଶାରେ ହଇରାଣ ହରକତ ହୋଇ ଜଣେ ବ୍ୟକ୍ତି ଶେଷରେ ନିଜର ଦୁଇଟି କଅଁଳ ଝିଅଙ୍କୁ ଫାଶୀରେ ଚଢ଼ାଇ ମାରି ଦେବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରଛି ବୋଲି ଖବର ମିଳିଛି।
ସୂଚନାରୁ ଜଣାପଡ଼ିଛିଯେ, ୩୦ ବର୍ଷୀୟ ଋତୁରାଜ ଶର୍ମା ନିଜର ଦୁଇଟି ଝିଅ ନୈନା (୪) ଏବଂ ନିରୂପମା (୩) କୁ ଫାଶୀରେ ଚଢ଼ାଇ ମାରି ଦେବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରଛି।
ଏହି କରୁଣ ଘଟଣା ଗୋରଖନାଥ ଥାନା ଅନ୍ତର୍ଗତ ପାର୍ଵତୀ ପଚପେଡ଼ବାରେ ହୋଇଛି। ଯୋଉଁଠାରେ ଋତୁରାଜ ଶର୍ମା ନିଜର ପରିବାରର ସହିତ ରହୁଥିଲା। ତା’ର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା। ସେ କରଜରେ ଡୁବି ଥିଲା ବୋଲି ସୂଚନାରୁ ପ୍ରକାଶ।
ଏହି ଆର୍ଥିକ ଅସୁବିଧା କାରଣରୁ ସେ ମଙ୍ଗଳବାରଦିନ ପ୍ରଥମେ ନିଜର ଦୁଇଟି କଅଁଳ ଝିଅଙ୍କୁକୁ ଫାଶୀରେ ଚଢ଼ାଇ ମାରି ଦେବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରଛି।
ପୁଲିସ ସୂଚନା ଅନୁଯାୟୀ ତିନିଜଣଙ୍କର ଶବକୁ ପୋଷ୍ଟମାର୍ଟମ ପାଇଁ ପଠାଇ ଦିଆଯାଇଛି।
