ଗରିବ ଝିଅ ସମସ୍ତଙ୍କ ଟାପରା,କଲେଜ ଛାତ୍ରୀଙ୍କୁ ଆସଦାଚାରଣ ତଦନ୍ତରେ ବିଳମ୍ବ ଯୋଗୁଁ ଏସ.ପି ଙ୍କୁ ଭେଟିଲେ ପିଡିତା ଓ ପରିବାର

ମାଲକାନଗିରି,୧୧ା୧୧(ଓଡିଆ ପୁଅ )  କଥାରେ ଅଛି ଗରିବ ଝିଅ ସମସ୍ତଙ୍କ ଟାପରା । ଠିକ ସେହିପରି ଏକ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଗୋବିନ୍ଦପାଲି କେଲଜ ରେ ଘଟି ଯାଇଛି । ସେହି କଲେଜରେ ପଢୁଥିବା ଜଣେ ଗରିବ ଛାତ୍ରୀ କୁ କିଛି ଯୁବକ ଅସଦାଚାରଣ କରି ଥିବାର ମାଥିଲି ଥାନାରେ ଛାତ୍ରୀ ଜଣକ ସେ ତନିଜଣ ଯୁବକଙ୍କ ନାମରେ ଏତଲା ଦେଇଥିଲେ ବି ତଦନ୍ତରେ ବିଳମ୍ବ ହେବାରୁ ପଡିତା ଛାତ୍ରୀ ଓ ତାଙ୍କ ମାମୁଁ ମାଲକାନଗିରି ଏସପି ଜଗମୋହନ ମୀନା ଙ୍କୁ ଭେଟି  ଏହି ଘଟଣା ସଂପର୍କରେ କହିଥିଲେ । ଏସ.ପି ଏହା ଶୁଣି ତଦନ୍ତ କରାଯାଇ ପ୍ରକୃତ ଦୋସିଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପ୍ରତି ଶୃତି ଦେଇଥିବାର ଜଣାପଡିଛି । ଛାତ୍ରୀ ଙ୍କ ଏତଲା ଅନୁଯାଇ ଜଣାପଡିଛି ଯେ ଗୋବିନ୍ଦପାଲ୍ଲି ଗ୍ରାମରେ ମାମୁଁ ଙ୍କ ଘରେ ରହି  ଛାତ୍ରୀ ଜଣଙ୍କ ଗୋବିନ୍ଦପାଲ୍ଲି  ବିଜ୍ଞାନ ମହାବିଦ୍ୟାଳୟ ରେ ଅଧ୍ୟୟନକରନ୍ତି ସେ ପ୍ରାକ୍ଟିକାଲ କ୍ଲାସ କରିବାକୁ କଲେଜକୁ ଯିବା ସମୟରେ ରୋଷେଇ ଘର କାନ୍ଥନିକଟରେ ଆଗରୁ ଲୁଚିରହିଥିବା ତନିଜଣ ଯୁବକ ମହଁରେ କପଡା ବାନ୍ଧି ତା ନିକଟରେ ପହଁଚି ଥିଲେ,ଛାତ୍ରୀ ପାଟି କରିବା ଆଗରୁ ତାକୁ ନିକଟରେ ଥିବା ଏକ ରୋଷେଇଘରକୁ ଟେକିନେଇ ଯୋର ଜବରଦସ୍ତ ପୋଷାକ ଖୋଲି ଫଟୋ ଉଠାଇଥିଲେ,ଏହାକୁ ଛାତ୍ରୀ ବାରଣ କରିବାରୁ ତାକୁ ହତ୍ୟା କରିଦିଆ ଯିବ ଓ ଉଲଗ୍ନ ଫଟୋ ସୋସିଆଲ ମେଡିଆରେ ଛଡିଦିଆଯିବ ବୋଲି ଧମକ ଦେଇଥିଲେ ,ଛାତ୍ରୀ ଜଣଙ୍କ ବଡ ଯୋରରେ ପାଟିକରିବାରୁ ସେଠାରେ ଜଣେ ଅଧ୍ୟାପକ ପହଂଚି ଯିବାରୁ ଯୁବକ ଜଣେ ଛାତ୍ରୀକୁ ଛୁରି ମାରି ଖସି ପଳାଇଥିଲେ ,ଛୁରି ମାଡରେ ଛାତ୍ରୀଙ୍କ ପାପୁଲି କଟି ଯାଇଥିବାର ଜଣାପଡିଛି । ଏ ସଂପର୍କରେ ଛାତ୍ରୀ ଗୋବିନ୍ଦପାଲ୍ଲି ପୁଲିସ ଫଣ୍ଡିରେ ଏତଲା ଦେଇଛନ୍ତି ।

ଏହି ଘଟଣାକୁ କଲେଜର କର୍ତୁପକ୍ଷ ଓ ଗୋବିନ୍ଦପାଲ୍ଲି ଗ୍ରାମର କିଛି ବ୍ୟକ୍ତି ଆପୋସ ସମାଧନକରି ଲୁଚାଇଦେବାକୁ ଚେଷ୍ଟାକରୁଥିବାର ଛାତ୍ରୀ ଙ୍କ ମାମୁ ଅଭିଯୋଗ କରିଛନ୍ତି । ଦିନ ଦ୍ୱିପ୍ରହରରେ କଲେଜ ପରିସରରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅତ୍ୟନ୍ତ ନିନ୍ଦନିୟ ଘଟଣା ,ଆସମି ମାନଙ୍କୁ କୋଠର ଦଣ୍ଡଦିଆ ଯାଉ ଯେପରି  କେହି ଯୁବକ  ଝିଅ ମାନଙ୍କ ପ୍ରତି ଅସଦାଚରଣ କରିବାକୁ ସାହସ କରିବେ ନାହିଁ । ପିଡିତାଙ୍କ ଜୀବନ ପ୍ରତି ଭୟ ଥିବାରୁ ସେ କଲେଜ ଯିବା ବନ୍ଦ କରିଦେଇଛନ୍ତି,ଅଳ୍ପଦିନ ରହିଲା କଲେଜ ପରୀକ୍ଷା ,ପଡିତାଙ୍କୁ ପଢିବା ଓ ପରୀକ୍ଷା ଦେବାପାଇଁ କଲେଜକର୍ତୁ ପକ୍ଷ ଓ ଜିଲ୍ଲାପ୍ରଶାନ ସହ ଯୋଗ କରିବା ପାଇଁ  ଉକ୍ତ ଛାତ୍ରୀଙ୍କ ମାମୁ ଅନୁରୋଧ କରିଛନ୍ତି .ଏହି ଅମାନବିୟ ଘଟଣା ସମଗ୍ର ମାଲକାନଗରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟପାଲଟିଛି  ଓ ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେବାନିମନ୍ତେ ସମସ୍ତ କଲେଜର ଛାତ୍ର ଛାତ୍ରୀ ଓ ଜିଲ୍ଲାବାସୀ ଦାବିକରିଛନ୍ତି .

Leave a Reply

Your email address will not be published. Required fields are marked *