ଓଡ଼ିଶା

‘ଗରିବି’ ସଜାଇଲା ଶିଶୁ ଶ୍ରମିକ:କାହାପାଇିଁ ମାଳମାଳ ସରକାରୀ ଯୋଜନା

କେନ୍ଦୁଝର ୧୬-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗରିବ ଅସହାୟ ମାନଙ୍କ ପାଇିଂ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଉକ୍ତ ଯୋଜନା ଗୁଡିକରୁ ଉଚିତ ହିତାଧିକାରୀମାନେ କେତେଦୂର ଉପକୃତ ହୋଇପାରୁଛନ୍ତି କିମ୍ବା ବାଟମାରଣ ହେଉଛି ତାକୁ ଅନୁଶୀଳନ କରିବା ଦିଗରେ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ହୁଏତ ଆଗ୍ରହ ନାହିଁ। ଯେଉଁଥିପାଇିଁ ମାତ୍ର ୧୫ ବର୍ଷ ବୟସରେ ପରିବାରର ବୋଝକୁ କାନ୍ଧରେ ବୋହି ଚାଲିଥିବା ଚନ୍ଦନ ମୁଣ୍ଡା ଆଜି ବି ଗରିବ ବାପର ଚିକିତ୍ସା ପାଇିଁ ଅସହାୟ ହୋଇପଡିଛି। ଗରିବି ଚନ୍ଦନକୁ ଶିଶୁଶ୍ରମିକ ସଜାଇ ଦେଇଛି।ଖଣି କ୍ଷତିଗ୍ରସ୍ତ ଅଞ୍ଝଳର ଏହି ଗରିବ ପରିବାରଟି ପାଖରେ ନା ଅଛି ସରକାରୀ ଯୋଜନାର ଘର ଖଣ୍ଡିଏ, ନା ଅଛି ରେଶନକାର୍ଡ ନା ଅଛି ସ୍ୱାସ୍ଥ ଯୋଜନା କାର୍ଡ। ଅଧିକାରୀ ମାନଙ୍କ ନିକଟରେ ସମସ୍ତ ନିବେଦନ ନିଷ୍ଫଳ ହେବା ପରେ ଏବେ ଏକମାତ୍ର ଭଗବାନଙ୍କ ଭରସାରେ ପରିବାରକୁ ନେଇ ବଞ୍ଝିବା ଲାଗି ସଂଗ୍ରାମ କରିଚାଲିଛି ବଡପୁଅ ଚନ୍ଦନ।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ପାହାଡ ଓ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଅଧୁ୍ୟଷିତ ରାମଚନ୍ଦ୍ରପୁର ଗାଁ ଟି ନହବେଡା ଗ୍ରାମ ପଂଚାୟତର ୨ନଂ ୱାର୍ଡରେ ରହିଥିବା ବେଳେ ଗ୍ରାମବାସୀ ଚାଷ ସହିତ ଦିନ ମଜୁରୀଆ ଭାବେ ଜୀବନଜୀବିକା ନିର୍ବାହ କରିଥାନ୍ତି। ଏହି ଗ୍ରାମର ରମେଶ ମୁଣ୍ଡାଙ୍କ ପରିବାର କହିଲେ ପତ୍ନୀଙ୍କ ସହ ଦୁଇପୁଅ ଓ ଗୋଟିଏ ଝିଅ। ୭ବର୍ଷ ପୂର୍ବେ ସ୍ତ୍ରୀ ରେବତୀ ତାଙ୍କର ୩ଟି ସନ୍ତାନର ଦାୟିତ୍ୱ ଦିନମଜୁରିଆ ସ୍ୱାମୀ ରମେଶଙ୍କ ଦାୟୀତ୍ୱରେ ଛାଡି ଆପପାରିକୁ ଚାଲିଯାଇଥିଲେ। ଝିଅ ମାନୀ ସରକାରୀ ଛାତ୍ରୀବାସରେ ରହି ପଢୁଥିବା ବେଳେ ସାନପୁଅ କାଶୀନାଥ ସ୍ଥାନୀୟ ବିଦ୍ୟାଳୟରେ ପଢୁଛି।

ପରିବାରଟି ଦୁଃଖେ କଷ୍ଟେ ଚାଲିଥିବାବେଳେ, ରମେଶ ମୁଣ୍ଡା ଗତ ୩ମାସ ହେଲା ରୋଗାକ୍ରାନ୍ତ ଓ ଶର୍ଯ୍ୟାଶାୟୀ। କାମଦାମକୁ ଯିବା ଦୂରର କଥା, ବସିଉଠି ମଧ୍ୟ ପାରୁନାହାଁନ୍ତି। ପାଠପଢା ଛାଡି ବଡପୁଅ ଚନ୍ଦନ ପରଘରେ କାମ କରି ପରିବାର ମୁହଁରେ ଗଣ୍ଡେ ଆହାର ଦେବାକୁ ସଂଗ୍ରାମ କରୁଛି। ତଥାପି ପରିବାର ଅଧିକାଂଶ ସମୟ ଭୋକ ଉପାସରେ ଦିନ କାଟିଥାନ୍ତି। ରୋଗାକ୍ରାନ୍ତ ରମେଶ କାଶ ଓ ଛାତି ଯନ୍ତ୍ରଣାରେ ଛଟପଟହେଉଥିବା ଯୋଗୁଁ ପାଠପଢାଛାଡି ପୁଅଝିଅ ଦ୍ୱୟ ବାପାଙ୍କୁ ଜଗି ରହିଛନ୍ତି। କିନ୍ତୁ ଗରିବପୁଅ ଔଷଧ ମଧ୍ୟ ଟିକିଏ ଦେଇ ପାରୁ ନାହଁ ବାପମୁହଁରେ।

କିଛି ସହୃଦୟ ବ୍ୟକ୍ତି ଋମେଶ ମୁଣ୍ଡାଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତି କରିଥିଲେ କିନ୍ତୁ ଏଠାରେ ମଧ୍ୟ ଗରିବିର ପ୍ରଭାବ ଯୋଗୁଁ ରମେଶଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିଲା। ଝୁମ୍ପୁରାଞ୍ଝଳର କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତେକ୍ଷପପରେ ରମେଶ ଏବେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଯଦି ହିତାଧିକାରିଙ୍କ କାମରେ ଆସୁନାହିଁ ତେବେ କାହାପାଇିଁ ସରକାରଙ୍କର ଆମ ଗାଁ ଆମ ବିକାଶ ଠାରୁ ସ୍ୱାସ୍ଥ ମିଶନ, ବିଜୁ କୁଟୀର ଯୋଜନା ଭଳି ମାଳମାଳ ଯୋଜନା। ତାହା ହିଁ ସବୁଠାରୁ ବଡ ପ୍ରଶ୍ନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top