ଗରାପୁର ମୁସଲିମବସ୍ତୀ ଅଙ୍ଗନୱାଡି କେନ୍ଦ୍ରରେ ପୋଷାକ ବଣ୍ଟନ

କେନ୍ଦ୍ରାପଡା ୧୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ଗୁରୁବାର ପ୍ରାକ ଶିଶୁ ମାନଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ମୁକ୍ତରୀ ବେଗମ ଓ କ୍ଷେତ୍ରପରିଦର୍ଶିକା ଖୁଲଣାସୁନ୍ଦରୀ ଜେନାଙ୍କ ନିର୍ଦେଶ କ୍ରମେ ଏହି ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି ଓ କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପୋଷାକ ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ମଲ୍ଲିକ ଅଲ୍ଲୀଜାନ,ଅଙ୍ଗନୱାଡି କର୍ମୀ ସମସେରା ବେଗମ,ସହାୟିକା ନଗମା ବିବି,ଗରାପୁର ବସ୍ତିର ମୁଖିଆ ସାୟଦ ସମସେର ଅଲ୍ଲୀ,ଜାଂଚ କମିଟିର ସଭାପତି,ମାତ୍ୃ କମିଟିର ସଭ୍ୟ/ସଭ୍ୟା ସଲିମ ଖାଁ,ରାଜୀବ ଖାଁ,ଅବଦୁଲ କଲାମ ଖାଁ ଓ ପିଲାଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *