ଜିଲ୍ଲା ପରିକ୍ରମା

ଗରମ ହେଲାଣି ଜି.ସି କଲେଜ ରାଜନୀତି ; ବଳ ଦେଖାଇବାକୁ ୩ ଦଳ ମଧ୍ୟରେ ପ୍ରସ୍ତୁତି ଯୋରଦାର

ଯାଜପୁର-୨୩/୮(ଓଡିଆ ପୁଅ/ଏ.ରାଉତ) ଜିଲାର ଦ୍ୱିତୀୟ ପୁରାତନ ମହାବିଦ୍ୟାଳୟର ମାନ୍ୟତା ପାଇଥିବା ବରୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟର କଲେଜ ରାଜନୀତିରେ ଉଷ୍ମତା ଭରିଲାଣି। ବରୀ ବ୍ଲକର ଏହି ଏକମାତ୍ର କଲେଜରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଫଳରେ କଲେଜ ନିର୍ବାଚନକୁ ନେଇ ବରୀ ରାଜନୀତି ବେଶ ସରଗରମ ହୋଇ ଉଠେ। ଶାସକ ବିଜେଡି ଏହି ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିଜ ଅକ୍ତିଆରରେ ରଖି ବରୀ ରାଜନୀତିକୁ ପ୍ରଭାବିତ କରିବାକୁ ସବୁ ସମୟରେ ଉଦ୍ୟମ କରୁଥିବା ବେଳେ ବିରୋଧି କଂଗ୍ରେସ ଓ ବିଜେପି ମଧ୍ୟ ଛାତ୍ର ସଂସଦ ଉପରେ ନଜର ଦେଉଥିବା ଦେଖିବାକୁ ମିଳେ। ଫଳରେ ନିର୍ବାଚନ ସମୟରେ ବିଭିନ୍ନ ପ୍ରାର୍ଥୀଙ୍କ ମଧ୍ୟରେ ବହୁ ସମୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଲେଜ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ ମଣ୍ଡଳୀରେ ଦଳର ପ୍ରଭାବ ବୃଦ୍ଧି ପାଇଁ ତିନି ପ୍ରମୁଖ ଦଳ ନିଜନିଜ ରାଜନୈତିକ ଗୋଟି ଚାଳନା କରିବା ଆରମ୍ଭ କରିଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜନିଜ ଦଳର ସମର୍ଥକ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଥିଲାବେଳେ ପ୍ରାୟ ତିନିଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ଚୟନ କରି ସାରିଥିବା ଆଲୋଚନା ହେଉଛି। ଏହା ସହିତ ତିନିଦଳ ସଂପାଦକ ପ୍ରାର୍ଥୀ ଖୋଜିବାକୁ ମଧ୍ୟ ଝାଳବୁହା ଉଦ୍ୟମ ଆରମ୍ଭ କରିଛନ୍ତି। କଲେଜ ନିର୍ବାଚନରେ ବହୁ ସମୀକରଣ କାର୍ଯ୍ୟ କରୁଥିବାରୁ ଏହି ସବୁ ସମୀକରଣକୁ ଗୁରୁତ୍ୱ ଦେଇ ତିନିଦଳ ପ୍ରାର୍ଥୀ ଚୟନ କରୁଥିବା ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ବିଜେଡି ସମର୍ଥୀତ ପ୍ରାର୍ଥୀ ସଭାପତି ଭାବେ ବିଜୟୀ ହୋଇଥିଲାବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ପାଇଁ ତିନିଦଳ ନିଜନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଉଭୟ ପଦରେ ବିଜୟୀ କରିବାକୁ ତତ୍ପର ହୋଇ ଉଠିଛନ୍ତି। ଫଳରେ କଲେଜ ପରିସରରେ ରାଜନୈତିକ ଉଷ୍ମତା ଭରି ଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତିନିଦଳ ନିଜନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ କରାଇ ବରୀ ନିର୍ବାଚନ ମଣ୍ଡଳୀରେ ନିଜର ଦଳୀୟ ଦବଦବାକୁ ବଜାୟ ରଖିବାକୁ ଯୋଜନା ବଦ୍ଧ ଉଦ୍ୟମ ଆରମ୍ଭ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top