ଜିଲ୍ଲା ପରିକ୍ରମା

ଗମୁ ପଂଚାୟତରେ ଷ୍ଟାର୍ଟ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକ ଗମୁ ପଂଚାୟତରେ ଜାତୀୟ ମାନବ ଅଧିକାର କମିଟି ପକ୍ଷରୁ ଭାରତ ସରକାରଙ୍କ ଷ୍ଟାର୍ଟ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଇ-ସୁବିଧା କାର୍ଡ ବଂଟନ କରାଯାଇଥିଲା। ସାଂପ୍ରତିକ ସମୟରେ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଂଚି ପାରିବ ଓ ଗରିବ ଜନସାଧାରଣ ଏହା ଦ୍ୱାରା ଉପକୃତ ହୋଇ ପାରିବେ ସେଥିପାଇଁ ଏହି ଇ-ସୁବିଧା କାର୍ଡ ବଂଟନ କରାଯାଇଥିଲା। ଏହି ଶିବିରରେ ରାଜ୍ୟ ସଂଯୋଜକ ପ୍ରମୋଦ ପ୍ରଧାନ, ପିଆଇଓ ମାନସ ସାମଲ, ସୁପର ଭାଇଜର ସନ୍ତୋଷ ସାମଲ ଅତିଥିଭାବେ ଯୋଗଦାନ କରି ଜନସାଧାରଣ କିଭଳି ଏହି କାର୍ଡ ଦ୍ୱାରା ଉପକୃତ ହୋଇ ପାରିବେ ଓ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ସୂଚନା ପାଇ ପାରିବେ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି ଶିବିରରେ ୫ଶହରୁ ଉର୍ଦ୍ଧ୍ୱ କାର୍ଡ ବଂଟନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top