ଗତ ପଂଚାୟତ ନିର୍ବାଚନୀ ହିଂସାରେ ମୃତ୍ୟୁବଣ କରିଥିବା ବିଜେପି କାର୍ଯ୍ୟକର୍ତା ସଲମାନ ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଂଜଳି ସଭା

– ସଲମନ ରାଉତଙ୍କୁ ପରିବର୍ତ୍ତନର ସୈନିକ କହି ଶ୍ରଦ୍ଧାଂଜଳି ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
– କ୍ଷମତାକୁ ନିଜର ଜାଗିର ଭାବୁଥିବା ଶାସକ ଦଳର ଗୁଣ୍ଡା ମାନେ ତାଙ୍କୁ କରିଥିଲେ ହତ୍ୟା
– ପ୍ରଜାତନ୍ତ୍ରରେ ଲୋକଙ୍କ ପରିବର୍ତ୍ତନର ଇଚ୍ଛାକୁ ଗୁଳିରେ ରୋକା ଯାଇ ପାରିବ ନାହିଁ

ଭୁବନେଶ୍ୱର/ ତରଭା, ୦୪ ଫେବୃଆରୀ (ଓଡ଼ିଆ ପୁଅ) – ଢେଙ୍କାନାଳ ଜିଲ୍ଲାର ତରଭାରେ ଗତ ପଂଚାୟତ ନିର୍ବାଚନ ସମୟରେ ଶାସକ ଦଳର ସମର୍ଥକଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ବିଜେପି କାର୍ଯ୍ୟକର୍ତା ସଲମନ ରାଉତଙ୍କୁ ପ୍ରଥମ ମୃତ୍ୟୁ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଆୟୋଜିତ ଏକ ସ୍ମୃତି ସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ନିର୍ବାଚନରେ ଯିଏ ଜିତେ ତା ହାତକୁ ସରକାର ଯାଏ ଓ ଲୋକଙ୍କୁ ସେବା କରିବାର ଅଧିକାର ମିଳେ। ମାତ୍ର ବେଳେ ବେଳେ ଶାସନ ଦାୟିତ୍ୱରେ ଥିବା ଲୋକ ମାନେ କ୍ଷମତାରେ ଅନ୍ଧ ହୁଅନ୍ତି। କ୍ଷମତା ତାଙ୍କର ଜାଗିର ଭାବନ୍ତି। ସ୍ଥିତାବସ୍ଥା ବଜାୟ ରଖିବା ତାଙ୍କର ଅଧିକାର ବୋଲି ଭୁଲ ଧାରଣାରେ ଥାଆନ୍ତି।

ଗତ ପଂଚାୟତ ନିର୍ବାଚନ ସମୟରେ ଶହୀଦ ସଲମନ ରାଉତ ପରିବର୍ତ୍ତନର ସୈନିକ ଥିଲେ। ଯାହା ରାଜ୍ୟର ଶାସକ ଦଳର ଜାଗିରଦାର ମାନଙ୍କୁ ପସନ୍ଦ ନ ଥିଲା। ଗୁଳି କରି ତାଙ୍କୁ ହତ୍ୟା କରା ଗଲା। ଗତ ପଂଚାୟତ ନିର୍ବାଚନରେ ୧୫ରୁ ଉର୍ଧ ସଲମନ ରାଉତଙ୍କ ଭଳି ରାଜନୈତିକ ପରିବର୍ତ୍ତନର ସୈନିକ ଶାସକ ଦଳର ଗୁଣ୍ଡା ମାନଙ୍କ ଦ୍ୱାରା ମୃତ୍ୟୁ ବରଣ କଲେ।

ପ୍ରଜାତନ୍ତ୍ରରେ ଯିଏ ଯେତେ ଦାମ୍ଭିକତା ଦେଖାଇଲେ ମଧ୍ୟ ଲୋକଙ୍କ ଇଚ୍ଛାରେ ହିଁ ଶାସନ ବ୍ୟବସ୍ଥା ଚାଲିବ। କିଛି ଦଶନ୍ଧି ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ବାଜି ରାଉତ ବ୍ରିଟିଶ ମାନଙ୍କୁ ନଈ ପାର କରାଇ ନ ଦେବାରୁ ଗୁଳିର ଶୀକାର ହୋଇ ମୃତ୍ୟୁ ବରଣ କରିବାକୁ ପଡିଥିଲା। ସେତେବେଳେ ଫିରିଙ୍ଗିଙ୍କ ଶାସନ ଥିଲା। ମାତ୍ର ଏବେ ପ୍ରଜାତନ୍ତ୍ରରେ ଲୋକ ମାନେ ହିଁ ମାଲିକ। ସେତେବେଳେ ବାଜି ରାଉତ ନିଜ ସ୍ୱାର୍ଥ ପାଇଁ ଲଢି ନ ଥିଲା। ଆଜି ବି ସଲମନ ନିଜ ସ୍ୱାର୍ଥ ପାଇଁ ମୃତ୍ୟୁ ବରଣ କରି ନାହିଁ। ମୂର୍ତି ସ୍ଥାପନ କରି ଯେତେ ସ୍ମୃତି ଚାରଣ କଲେ ମଧ୍ୟ ଭଗବାନଙ୍କ ପ୍ରଦତ ଜୀବନକୁ ଫେରାଇ ଅଣା ଯାଇ ପାରିବ ନାହିଁ। ମାତ୍ର ସଲମନ ଯେଉଁ ପରିବର୍ତ୍ତନ ପାଇଁ ଜୀବନ ବଳି ଦେଲା ସେହି ପରିବର୍ତ୍ତନର ରାସ୍ତାରେ ଓଡିଶାକୁ ନେବାକୁ ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *