ଓଡ଼ିଶା

ଗଣେଶପୂଜାରେ ଛେଚା ଖାଇଲେ, ଲିଖିତ ଦେଇ ଛାଡ଼ ପାଇଲେ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧିନ ଜାଗେଶ୍ୱରପଦା ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ରୋମିଓ ଗିରି ଦେଖାଇ ଅଣଛାତ୍ର ଛେଚା ଖାଇଥିବାର ଜଣାପଡ଼ିଛି। ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଣ୍ଡରଟେକିଂ ଲେଖି ଛାଡ଼ ପାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ବରିପଦା ପଞ୍ଚାୟତ ଅଧିନ ଖେରଙ୍ଗ ଅଞ୍ଚଳର ରାମଚନ୍ଦ୍ର ମାଝୀଙ୍କ ପୁଅ ଭୋଳାନାଥ ଉକ୍ତ ମହାବିଦ୍ୟାଳୟକୁ ପୂଜା ଦେଖିବାକୁ ଯାଇଥିଲେ। ତେବେ କଲେଜ ମଧ୍ୟରେ ବୁଲୁଥିବା ବେଳେ ଭୋଳାନାଥ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଛାତ୍ରୀ ମାନେ ବିରୋଧ କରିବାରୁ କଲେଜର ଛାତ୍ର ମାନେ ଭୋଳାନାଥକୁ ଧରି ଉତ୍ତମ ମଧ୍ୟମ ଦେଇ ଅଧ୍ୟକ୍ଷଙ୍କ ଜିମା ଦେଇଥିଲେ। ଅଧ୍ୟକ୍ଷ ବସନ୍ତ କୁମାର ପଣ୍ଡା ତୁରନ୍ତ ଗୋପାଳପୁର ଫାଣ୍ଡି ପୋଲିସକୁ ଅବଗତ କରାଇଥିଲେ। ପରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା, ଫାଣ୍ଡି ପୋଲିସ ଓ ଅଧ୍ୟାପକଙ୍କ ଉପସ୍ଥିତିରେ ଭୋଳା ଭବିଷ୍ୟତରେ ଏଭଳି ବ୍ୟବହାର ନକରିବାକୁ ଲିଖିତ ଅଣ୍ଡରଟେକିଂ ଦେଇ ଛାଡ଼ ପାଇଥିଲେ। ତେବେ ଉକ୍ତ ଘଟଣାଗଣେଶ ପୂଜା ଅବସରରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top