ଗଣେଶ ମେଳାରୁ ଯୁବତୀକୁ ଅପହରଣ ସହ ଗଣବଳାତ୍କାର

ଦେବଗଡ ୩୧/୮ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଗଣେଶ ମେଳାରୁ ଯୁବତୀକୁ ଅପହରଣ କରି ଗଣବଳାତ୍କାର ଭଳି ଏକ ଜଘନ୍ୟ କାଣ୍ଡ ଘଟି ଯାଇଛି। ପୋଲିସ ଏହି ଘଟଣାରେ ଦୁଇଜଣକୁ ଗିରଫ କରିଛି ଓ ଅନ୍ୟ ଦୁଇଜଣ ଯୁବକ ଫେରାର ଅଛନ୍ତି ବୋଲି ପୋଲିସ ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ କରିଛନ୍ତି। ଦୀର୍ଘ ୧୦ ଦିନ ଧରି ହେବାକୁ ଥିବା ଗଣେଶ ପୂଜାକୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ବହୁ ଶ୍ରଦ୍ଧାଳୁ ଆସୁଛନ୍ତି। ୩୦ ତାରିଖ (ବୁଧୁବାର)ରାତିରେ ବାହାରୁ ଆସିଥିବା ଯୁବତୀ ଜଣକୁ ପ୍ରାୟ ରାତ୍ର ୨ଘଣ୍ଟା ସମୟରେ ଅପହରଣକରି ପ୍ରଧାନପାଟ ସ୍ଥିତ ଶ୍ମଶାନ ଠାରେ ଜଣ ଜଣ କରି ଏହି କାମାନ୍ଧଯୁବକ ଚାରି ଜଣ ଗଣବଳାତ୍କାର କରିଥିଲେ। ଘଟଣା ସ୍ତଳରୁ ଚାରି ଗୋଟି ମୋବାଇଲ ସାଙ୍ଗକୁ ଏକ ଭୁଜାଲି ଓ ମନିପର୍ସ ଜବତ କରିବା ସହିତ ଦୁଇ ଜଣ ଯୁବକକୁ ଗିରଫ କରିଛନ୍ତି ଓ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *