ଗଣେଶ ପୂଜା ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓପିସି ଆନୁକୂଲ୍ୟରେ ଆଗାମୀ ୨୪ତମ ମହାବିନାୟକ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ୧୯୯୪ ମସିହାଠାରୁ ଓଡିଆମାନଙ୍କୁ ଏକତ୍ର କରିଆସୁଛି ଏହି ମହାବିନାୟକ ମହୋତ୍ସବ। ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶା ପୂଜା କମିଟି ଗଣେଶ ପୂଜାରେ ଲୋକମାନଙ୍କର ମନୋରଂଜନ ପାଇଁ ଓଡିଶାର ବହୁ କଳାକାର ମାନଙ୍କୁ ନେଇ ପ୍ରତିବର୍ଷପରି ଚଳିତ ବର୍ଷ ବେଙ୍ଗାଲୁରଠାରେ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ମଧ୍ୟ ସ୍ଥିର ହୋଇଛି। ଚଳିତଥର ପ୍ରାୟ ୧୫ ହଜାରରୁ ଅଧିକ ଦର୍ଶକ ଆସିବାର ବ୍ୟବସ୍ଥା ହୋଇଥିବାରୁ ଏହାର ସୁପରିଚାଳନା ପାଇଁ ଏବେଠାରୁ କର୍ମକର୍ତ୍ତାମାନେ ଲାଗିପଡିଛନ୍ତି। ଏବର୍ଷର ଓପିସି ର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛନ୍ତି ଓଲିଉଡ୍ ର ପ୍ରଖ୍ୟାତ ଗାୟକ କଳାକାର ହ୍ୟୁମାନ ସାଗର। ଏଥିସହିତ ପ୍ରାୟ ୬ ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି। ବେଙ୍ଗାଲୁରରେ ରହୁଥିବା ପ୍ରାୟ ୮ ଲକ୍ଷ ଓଡିଆଙ୍କ ପାଇଁ ଏହି ଦିନଟି ବଡ ଆକର୍ଷଣୀୟ ଦିନ ତଥା ପ୍ରବାସୀ ଓଡିଆଙ୍କୁ ଏକାଠି କରିବା ହେଉଛି ଏହା ଏକ ଅଭିନବ ପ୍ରୟାସ ଅଟେ। ଉକ୍ତ ଅନୁଷ୍ଠାନ ଗଣେଶ ପୂଜା ସହିତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *