ପୁରୀ, ୬/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): : -ଦି .ମିଡିଆ କର୍ତବରତ ସାମ୍ବାଦିକ ଓ ଲେଖକ ଫେରମ ପକ୍ଷରୁ ଗଣମାଧ୍ୟମ ସମାଜର ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ୟୁଥ ହଷ୍ଟେଲ ପରିସରରେ ଫୋରମର ସଭାପତି ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ସିବିଆଇ ପ୍ରାକ୍ତନ ସ୍ୱତନ୍ତ୍ର ନ୍ୟାୟଧୀଶ ଯୋଗ ଦେଇ କହିଲେ ଯେ ଆଜିର ଗଣମାଧ୍ୟମ ଆମଦେଶରେ ଚଳନ୍ତି ସମ୍ବିଧାନ ଯାହା ଭିନ୍ନତା ମଧ୍ୟରେ ଏକତା, ଦୋପ୍ରେମ ଓ ପ୍ରିତୀ, ଶିକ୍ଷା ଓ ସଭ୍ୟତା, ସଂସ୍କୃତି ଓ ସଦବୁଦ୍ଧି ସମସ୍ୟା ଓ ସମାଧାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଚେତନ ନାଗରିକ ସହାୟକ କରିବାରେ ସହାୟକ ହୋଇଥାଏ। ମୁକ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଗୁରୁ କଳ୍ୟାଣ ମହାପାତ୍ର ଯୋଗଦେଇ କହିଲେ ଗରମାଧ୍ୟମ ସମାଜର ଦର୍ପଣ ସଦୃଶ, ଯାହା ସମାଜର ଟିକିନିଖୀ ପ୍ରତିଫଳିତ ହୋଇଥାଏ। ଗଣମାଧ୍ୟମରେ କୈାଣସି ଖବରକୁ ଅତିରଂଜିତ ବିକୃତ କରି ପ୍ରକାଶ କରିବା ଅନୁଚିତ। କଳ୍ପନା ବିକାଶ ମଧ୍ରେ ଖବର ଆଦୈା ଗ୍ରହଣୀୟ ନୁହେଁ। ସମ୍ମାନିତ ଅତିଥୀଭାବେ ଓଡିଶା ସାମ୍ବାଦିକ ସଂଘର ସଂପାଦକ ସାମ୍ବାଦିକ ବିଶ୍ୱରଂଜନ ମହାନ୍ତି, ଉପନଗରପାଳ ଶାନ୍ତିଲତା ପ୍ରଧାନ, ଶିକ୍ଷାବିତ ପ୍ରଭାତ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇ କହିଲେ, ସମ୍ବାଦ ପତ୍ର ଓ ଗଣମାଧ୍ୟମ ମାନବ ଜୀବନର ଏକ ଅବିଚ୍ଚେଦ୍ୟ ଅଂଗ ଓ ସେମାନଙ୍କର ଶକ୍ତି ଓ ପ୍ରଭାବ ଅପରିସୀମ ଯାହା ସୁଦୂର ପ୍ରସାରୀ। ଏହି ସମ୍ବାଦ ସତ୍ୟ କି ଅସତ୍ୟ ଉପରେ ବର୍ଯ୍ୟବେସିତ ହେବ ତାହା ନିର୍ଭର କରେ, ସେହି ସାମ୍ବାଦିକ ପରିବେଶଣ କରୁଥିବା ଗଣମାଧ୍ୟମ ଉପରେ।ପ୍ରାରମ୍ଭରେ ସଂଯୋଜକ ଶିବସୁନ୍ଦର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥୀ ପରିଚୟ ପ୍ରଦାନ କରିଥିଲେ ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ର। ଆଲୋଚନା ଚକ୍ରରେ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ପ୍ରଭାତ କୁମାର ପାଣିଗ୍ରାହୀ, ବିଜୟ ପଟ୍ଟନାୟକ, ପଠାଣୀ ଜେନା, ସରୋଜ ମିଶ୍ର, ଲଲା ଟେନ୍ଦୁ ମିଶ୍ର, ଡଃ ରମାକାନ୍ତ ମିଶ୍ର, ଡଃ ବଳରାମ ଦାଶ, ଆଇନଜିବୀ ପୁଲିନବିହାରୀ ଆଚାର୍ଯ୍ୟ, ରତିକାନ୍ତ ପ୍ରତିହାରୀ, ରମେଶ ଚନ୍ଦ୍ର ଦାସ, ସ୍ୱର୍ଣ୍ଣଲତା ତ୍ରୀପାଠୀ, ଚନ୍ଦ୍ରଶେଖର ରଥ, ମାରୁତି ରଂଜନ ମହାପାତ୍ର, ଓ ଶିକ୍ଷାବିତ ଶିବ ସୁନ୍ଦର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଡଃ ଶାନ୍ତନୁ ସେନାପତି, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମହାନ୍ତି, ସମାଜସେବୀ ସୁବାଷ ଚନ୍ଦ୍ର ନାୟକ, ଶ୍ରୀମତି ତ୍ରୀପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଅଶୋକ କୁମାର ଆଇନଜିବୀ ଅଶୋକ କୁମାର ଆଢ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
