ଓଡ଼ିଶା

ଗଣମାଧ୍ୟମ ଲୋକଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ) ରିଖ-ଆଜି ମଧ୍ୟାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ(ଉତ୍କଳ ସାମ୍ବାଦିକ ସଂଘ ଅନୁମୋଦିତ)ର ରୈାପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ସାଧାରଣ ଲୋକଙ୍କ କଥାକୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇ ଥାଆନ୍ତି। ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସମ୍ବାଦପତ୍ର ଚାହିଁଲେ ସମାଜର ଅନେକ ପରିବର୍ତ୍ତନ ହୋଇପାରିବ। ସମ୍ବାଦପତ୍ର ପରିବର୍ତ୍ତନର ବାର୍ତ୍ତା ଓ ବାହକ। ଓଡିଶାର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କ ପ୍ରତି ସଚେତନ ରହି ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ମଜୀବୀ ସାମ୍ବାଦିକ ମାନଙ୍କ ନିମନ୍ତେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା, ଦୁର୍ଘଟଣା ଜନିତ ସହାୟତା, ଗୃହ ଓ ଚାରିଚକିଆ ଯାନ କିଣିବା ନିମନ୍ତେ ରିହାତି ହାରରେ ଋଣ, ପିଲାମାନଙ୍କ ପାଇଁ ପାଠପଢା ଖର୍ଚ୍ଚ, ସାମ୍ବାଦିକ ମାନଙ୍କୁ ଭାରତୀୟ ଗଣ ଯୋଗାଯୋଗ ସଂସ୍ଥାନରେ ତାଲିମ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ମଜୀବୀ ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ବୀମା ଯୋଜନାରେ୨ଲକ୍ଷ ଟଙ୍କା କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ପାଇ ପାରିବେ ଏବଂ ମାରାତ୍ମକ ରୋଗ ଯଥା କର୍କଟ, ହାର୍ଟ ଓ କିଡ୍ନୀ ଜନିତ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଭରଣା କରାଯିବ। ଜଗତସିଂହପୁର ଜିଲ୍ଲା ଶିକ୍ଷା, ସଂସ୍କୃତି, କଳା, ସାହିତ୍ୟ, ସ୍ୱାଧିନତା ସଂଗ୍ରାମ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଜିଲ୍ଲା। ଶିଳ୍ପ କ୍ଷେତ୍ରରେ ପାରାଦ୍ୱୀପ ରାଜ୍ୟର ପ୍ରଗତିର ମୁଖଶାଳା ଅଟେ। ଏ ଜିଲ୍ଲା ପ୍ରତି ମା’ଶାରଳାଙ୍କ ଅଶିର୍ବାଦ ରହିଛି। ସମସ୍ତଙ୍କ ସହଯୋଗରେ ଜିଲ୍ଲା ରାଜ୍ୟରେ ୧ନମ୍ବର ଜିଲ୍ଲାରେ ପରିଣତ ହେବ। ଏହି ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ଦାସ ଯୋଗଦେଇ ସତ୍ୟ ଓ ନିର୍ଭୀକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ବାଲିକୁଦା-ଏରସମା ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ରୈାପ୍ୟ ଜୟନ୍ତୀ ପାଳନ ଏକ ଗୈାରବର କଥା। ବ୍ୟବସ୍ଥାପକ, କାର୍ଯ୍ୟକାରିଣୀ, ନ୍ୟାୟ ପାଳିକା ଓ ଗଣ ମାଧ୍ୟମ ମଧ୍ୟରେ ସମନ୍ୱୟ ରହିଲେ ଗଣତନ୍ତ୍ର ଅଧିକ ସୁଦୃଢ ଓ ସୁସ୍ଥ ସମାଜ ଗଠନ ହୋଇଥାଏ। ଜଗତସିଂହପୁର ବିଧାୟକ ଶ୍ରୀ ଚିରଞୀବ ବିଶ୍ୱାଳ ଯୋଗଦେଇ କହିଲେ ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କ କାର୍ଯ୍ୟ ଠିକ୍ ଭାବେ ନିର୍ବାହ କରୁଛନ୍ତି। ଜଗତସିଂହପୁର ଠାରେ ଏକ ସାମ୍ବାଦିକ ଭବନ ନିର୍ମାଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦସାହୁ ଯୋଗଦେଇ କହିଲେ ଗଣମାଧ୍ୟମ ହେଉଛି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ୍ୟ। ସେମାନେ ପ୍ରଶାସନକୁ ସତର୍କ ଓ ସଚେତନ କରାଉଛନ୍ତି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବିଭୁତି ଭୂଷଣ କର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ସାମ୍ବାଦିକ ମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କ ଇଛାଶକ୍ତି ଓ ସମ୍ବେଦନଶୀଳତା ରହିଛି। ସାମ୍ବାଦିକ ମାନଙ୍କ ମାନଙ୍କ ନିମନ୍ତେ ଅବସରକାଳୀନ ଭତ୍ତା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀ ପ୍ରଭୁ କଲ୍ୟାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଅବଗତ କରାଇଥିଲେ। ଏହି ଉତ୍ସବରେ ଉତ୍କଳ ସମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ରାଧାକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସାମ୍ବାଦିକ ଶ୍ରୀ ଅମର ଜ୍ୟୋତି ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଘର ଜିଲ୍ଲା ସଂପାଦକ ଶ୍ରୀ ନିରଂଜନ ବାରିକ ବିବରଣୀ ପାଠ କରିଥିଲେ। କ୍ରିଷ୍ଣା କଲଚୁରାଲ୍ ଗ୍ରୁପ୍ର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ରୈାପ୍ୟ ଜୟନ୍ତୀ ଅବସରରେ ଉଲ୍ଲେଖନାୟ କାର୍ଯ୍ୟ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀ ବୈଦ୍ୟନାଥ ପରିଡା, ଶ୍ରୀ ସରୋଜ କୁମାର ପଟ୍ଟନାୟକଙ୍କୁ ମନ୍ତୀ ସମ୍ବର୍ଦ୍ଧିତ କରିଥିଲେ। ସ୍ୱର୍ଗତ ସାମ୍ବାଦିକ ଶ୍ରୀ ହାଡିବନ୍ଧୁ ସ୍ୱାଇଁ, ଶ୍ରୀ ଅର୍ଜୁନ ନାୟକ ଓ ଶ୍ରୀ ସାସମଲଙ୍କ ସହଧର୍ମୀଣୀଙ୍କୁ ସ୍ମୃତି ଶ୍ରଦ୍ଧାଞଳୀ ପ୍ରଦାନ କରାଯାଇଥିଲା। ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ ଜିଲ୍ଲା ଟୀକା ଦ୍ରବ୍ୟ ଭଣ୍ଡାର ଗୃହକୁ ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଚିକିତ୍ସାଳୟ ପରିସରରେ ପଂଜୀକରଣ କେନ୍ଦ୍ର ଓ ହେଲ୍ପ ଡେସ୍କକୁ ମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ଦାସ, ବାଲିକୁଦା-ଏରସମା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ବିଧାୟକ ଶ୍ରୀ ଚିରଞୀବ ବିଶ୍ୱାଳ, ତିର୍ତ୍ତୋଲ ବିଧାୟିକା ଡଃ ରାଜଶ୍ରୀ ମଲ୍ଲିକ, ପୈାରାଧ୍ୟକ୍ଷ ଶ୍ରୀ ବିପ୍ଲବ ଚୈାଧୁରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ପଟ୍ଟନାୟକ, ଡଃ ମହେଶ୍ୱର ପ୍ରଧାନ, ଡଃ ବସନ୍ତ କୁମାର ବାରିକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top